
କମ୍ପାନୀ ପ୍ରୀତିରେ ଲୋକପ୍ରତିନିଧି , ବ୍ଲକ୍ ପ୍ରଶାସନ , ଜମିହରା ଙ୍କୁ ଅଣଦେଖା
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପରିସରରେ ଲୋକପ୍ରତିନିଧି ଓ ବ୍ଲକ୍ ପ୍ରଶାସନ ଅଧିକାରୀଙ୍କ ଜରିଆରେ ୩୦ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ ଦେଇ ନୂଆଁ କମ୍ପାନୀ ବୈତରଣୀ ଓ୍ବେଷ୍ଟ କୋଲ ବ୍ଲକ ଓଏମସି ପରେ ନେଇଥିବା ଗୁଜୁରାଟ କମ୍ପାନୀ GMDC ପ୍ରବେଶର ଆରମ୍ଭ କରିଛି । ଏହି ଟ୍ରାଇସାଇକେଲ ବଣ୍ଟନ ସମୟରେ ଛେଣ୍ଡିପଦା ବ୍ଲକ୍ ବିଡ଼ିଓ ବିକ୍ରମ କୁମୁରା , ବ୍ଲକ୍ ଅଧ୍ୟକ୍ଷା ସୁମିତ୍ରା ସାହୁ, ୧୬ ନଂମ୍ବର ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ସାହୁ , ତେଣ୍ଟୁଲୋଇ କୁଡାସାହି ସରପଞ୍ଚ ଓ କୋଇଲା କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଫଳରେ ବର୍ତ୍ତମାନ ଛେଣ୍ଡିପଦା ଅଞ୍ଚଳରେ ହେବାକୁ ଥିବା ନୂଆଁ କୋଇଲା ଖଣି ବୈତରଣୀ ଓ୍ବେଷ୍ଟ ରେ ଜମିହରା କିମ୍ବା କ୍ଷତିଗ୍ରସ୍ତ ଲୋକ ମାନଙ୍କ ପାଖରେ ନପହଞ୍ଚି ବ୍ଲକ୍ ପ୍ରଶାସନ ଓ ଲୋକ ପ୍ରତିନିଧି ଜରିଆରେ ୩୦ଜଣ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଟ୍ରାଇସାଇକେଲ ଦେଇ ନିଜର କାର୍ଯ୍ୟ ଆରମ୍ଭ କରିଛି । ଫଳରେ କ୍ଷତିଗ୍ରସ୍ତପ୍ରଜାକୁ ଲୋକମାନକୁ ଧୋକା ହେଇ ଲୋକପ୍ରତିନିଧି ,ବ୍ଲକ୍ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟ କୁଥିବାରୁ ଜମିହରା ମାନେ ନିନ୍ଦା କରିଛନ୍ତି । ତେଣୁ ଆଗମୀ ଦିନରେ କମ୍ପାନୀ ଓ ବ୍ଲକ୍ ପ୍ରଶାସନକୁ କ୍ଷତିଗ୍ରସ୍ତ ମାନେ ପୁର୍ଣ୍ଣ ବିରୋଧ କରିବେ ବୋଲି କହିଛନ୍ତି ।