ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ବନ୍ଦାଣିଆ ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ବେଦାନ୍ତ ଫେକର ମାଇନ୍ସର କର୍ମଚାରୀ ଡି.ପ୍ରସାଦ ଓ ଗୁରୁତର ସୋମନାଥ ଦାସ ।
ସୂଚନାଯୋଗ୍ୟ ଅନୁଯାୟୀ , ବେଦାନ୍ତ ଫେକର ମାଇନ୍ସର ଦୁଇ ଜଣ କର୍ମଚାରୀ ଏକ ବାଇକ୍ ଯୋଗେ ରାତି ୧୦ଟା ବେଳକୁ କୌଣସି କାମ ସାରି କମ୍ପାନୀକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକ୍ ବନ୍ଦାଣିଆ ଛକ ନିକଟରେ ଧକ୍କା ଦେଇଥିଲା । ଫଳରେ ବେଦାନ୍ତ କର୍ମଚାରୀ ଦୁଇ ଜଣ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ସ୍ଥାନୀୟ ଲୋକ ଓ କମ୍ପାନୀ କର୍ମଚାରୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠି ଡାକ୍ତର ଡି.ପ୍ରସାଦଙ୍କୁ ମୃତ ଘୋଷଣା କରିଥିବା ବେଳେ ସୋମନାଥଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ମୃତକଙ୍କ ଘର ଆନ୍ଧ୍ରପ୍ରଦେଶ ହୋଇଥିବା ବେଳେ ଗୁରୁତରଙ୍କ ଘର କଲିକତା ବୋଲି ଜଣାପଡିଛି ।
#new odia odisha #kankadahad
