ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ବିଶ୍ଵକପ୍‌ର ନବମ ମ୍ୟାଚ୍‌ରେ ଭାରତ ଆଫଗାନିସ୍ତାନକୁ ୮ ଓ୍ଵିକେଟ୍‌ରେ ହରାଇ ଏକତରଫା ବିଜୟ ହାସଲ କରିଛି। ରୋହିତଙ୍କ ବିସ୍ଫୋରକ ଶତକରେ ଧରାଶାୟୀ ଆଫଗାନିସ୍ତାନ । ଭାରତ ଚଳିତ ବିଶ୍ଵକପ୍‌ରେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରି ପଏଣ୍ଟ ତାଲିକାରେ ଦ୍ଵିତୀୟକୁ ଉନ୍ନୀତ ହୋଇଛି ।

ନୂଆଦିଲ୍ଲୀ, (ନିଉଜ ଓଡ଼ିଆ ଓଡିଶା )୧୧/୧୦ : ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ବିଶ୍ଵକପ୍‌ର ନବମ ମ୍ୟାଚ୍‌ରେ ଭାରତ ଆଫଗାନିସ୍ତାନକୁ ୮ ଓ୍ଵିକେଟ୍‌ରେ ହରାଇ ଏକତରଫା ବିଜୟ ହାସଲ କରିଛି। ରୋହିତଙ୍କ ବିସ୍ଫୋରକ ଶତକରେ ଧରାଶାୟୀ ଆଫଗାନିସ୍ତାନ । ଭାରତ ଚଳିତ ବିଶ୍ଵକପ୍‌ରେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରି ପଏଣ୍ଟ ତାଲିକାରେ ଦ୍ଵିତୀୟକୁ ଉନ୍ନୀତ ହୋଇଛି ।ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ହସମତୁଲ୍ଲାଙ୍କ ଲଢୁଆ ୮୦ ରନ ଓ ଅଜମତୁଲ୍ଲା ଅମରଜାଇଙ୍କ ୬୨ ରନର ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୭୨ ରନ କରିଥିଲା। ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ୧୩୧ ରନ ସହ ବିରାଟ କୋହଲିଙ୍କ ଅପରାଜିତ ୫୫ ରନ ଓ ଇଶାନ କିଷନଙ୍କ ୪୭ ରନ ବଳରେ ମାତ୍ର ୩୩ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ରୋହିତ ଅର୍ଦ୍ଧଶତକ ଏବଂ ପରେ ମାତ୍ର ୬୩ ବଲ୍‌ରୁ ଶତକ ଅର୍ଜନ କରିଥିଲେ। ରୋହିତ ମାତ୍ର ୮୪ ବଲ୍‌ରୁ ୧୬ ଚୌକା ଓ ୫ ଛକା ସହ ୧୩୧ ରନର ବିଧ୍ଵଂସୀ ଇନିଂସ ଖେଳି ଭାରତକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ।

କୋହଲି ୫୬ ବଲ୍‌ରୁ ୬ ଚୌକା ସହ ୫୫ ରନର ଦାୟିତ୍ଵପୂର୍ଣ୍ଣ ବ୍ୟାଟିଂ କରି ବିଜୟ ସୂଚକ ଚୌକା ମାରି ଦଳକୁ ଜିତାଇଛନ୍ତି। ଶ୍ରେୟସ ଆୟର ୨୫ ରନ କରି ଅପରାଜିତ ଥିଲେ। ଭାରତ ମାତ୍ର୩୫ ଓଭରରେ ୨ ଓ୍ଵିକେଟ୍ ହରାଇ ୨୭୩ ରନ କରି ମ୍ୟାଚ୍‌କୁ ସହଜରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ଦୁଇ ଓପନର ରହମତୁଲ୍ଲା ଗୁରବାଜ ଓ ଇବ୍ରାହିମ ଜର୍ଦ୍ଦାନ ପ୍ରଥମ ଓ୍ଵିକେଟ୍‌ରେ ୩୧ ରନ ଯୋଡ଼ିଥିଲେ। ଜର୍ଦ୍ଦାନ ୨୨ ରନ କରି ଆଉଟ୍ ହୋଇଥିଲେ। ପୁଣି ଗୁରବାଜ ଓ ରହମତ ଶାହ ଦ୍ଵିତୀୟ ଭାଗିଦାରୀରେ ୩୧ ରନ ଯୋଡ଼ିଥିଲେ। ୬୩ ରନ ସ୍କୋରେ ଗୁରବାଜ ୨୧ ରନ କରିଥିଲେ। ହସମତୁଲ୍ଲା ଶାହିଦି ଓ ଅଜମତୁଲ୍ଲା ଓମରଜାଇ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଏହି କ୍ରମରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ିଥିଲେ।

ଅଜମତୁଲ୍ଲା ୬୯ ବଲରୁ ୨ ଚୌକା ଓ ୪ ଛକା ସହ ୬୨ ରନର ଉପଯୋଗୀ ଇନିଂସ ଖେଳି ଆଉଟ୍ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ଅଜମତୁଲ୍ଲାଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ। ୨୨୫ ରନ ସ୍କୋରରେ ହସମତୁଲ୍ଲାଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ କୁଲଦୀପ। ଶାହିଦି ୮୮ ବଲ୍‌ରୁ ୮ ଚୌକା ଓ ୧ ଛକା ସହ ୮୦ ରନ କରିଥିଲେ। ଏହା ପରେ ଆଫଗାନିସ୍ତାନ ନିୟମିତବ୍ୟବଧାନରେ ଓ୍ଵିକେଟ୍ ହରାଇଇଥିଲା। ଯଶପ୍ରୀତ ବୁମରା ଶାଣିତ ବୋଲିଂ କରି ଆଫଗାନିସ୍ତାନକୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ। ମହମ୍ମଦ ନବି ୧୯, ରଶିଦ ଖାନ ୧୬ ରନକରି ଆଉଟ୍ ହୋଇଥିଲେ। ମୁଜିବ ଉର ରେହମାନ ୧୦ ରନରେ ଅପରାଜିତ ଥିଲେ। ଶେଷରେ ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରେ ୮ ଓ୍ଵିକେଟ୍ ହରାଇ ୨୭୨ ରନ କରିଛି। ଭାରତ ପକ୍ଷରୁ ସଫଳ ବୋଲର ହିସାବରେ ଯଶପ୍ରୀତ ବୁମରା ୧୦ ଓଭରରେ ୩୯ ରନ କରି ୪ଟି ସଫଳତା ହାସଲ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୭ ଓଭରରେ ୪୩ ରନ ବ୍ୟୟ କରିଥିଲେ ହେଁ ୨ଟି ଓ୍ଵିକେଟ୍ ନେଇଛନ୍ତି। କୁଲଦୀପ ଯାଦବ ଶାଣିତ ବୋଲିଂ କରି ୧୦ ଓଭରରେ ୪୦ ରନ ଦେଇ ୧ଟି ଓ୍ଵିକେଟ୍ ଓ ଶାର୍ଦ୍ଦୁଳ ଠାକୁର ୩୧ ରନ ଦେଇ ୧ଟି ଓ୍ଵିକେଟ୍ ନେଇଛନ୍ତି।

Design a site like this with WordPress.com
Get started