ଦ୍ବାଦଶ ଶତାବ୍ଦୀର ଐତିହ୍ୟ କପିଳେଶ୍ବର ମନ୍ଦିରଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ଭୁବନ ୫୩ ନଂ ଜାତୀୟ ରାଜପଥର କାମାକ୍ଷାନଗର ଠାରୁ ୭କିମି ଦୂରରେ ବଡ଼ସୁଆଁଳ ଛକ। ସେଠାରୁ ହାଟୁଆରୀ ଗ୍ରାମ-ଜଗନ୍ନାଥପୁର ରାସ୍ତାରେ ୨କି.ମି ଦୂର ରାମିଆଳ ନଦୀ ଭିତରେ ରହିଛି କପିଳେଶ୍ବର ମନ୍ଦିର। ଦ୍ବାଦଶ ଶତାବ୍ଦୀରେ ଗଙ୍ଗ ରାଜବଂଶ ଶାସନ କାଳରେ ଏହି ମନ୍ଦିର ନିର୍ମାଣ ହୋଇଥିବା ଗବେଷକମାନେ ମତ ଦିଅନ୍ତି। ରାଜାରାଜୁଡ଼ା ଅମଳରୁ ଥିବା ଏହି ମନ୍ଦିରକୁ ହାଟୁଆରୀ ଗ୍ରାମର କିଛି ପୂଜକ ପୂଜା କରିଆସୁଥିବା ବେଳେ ଠାକୁରଙ୍କ ନାମରେ ଥିବା ପ୍ରାୟ ୬୦ ଏକର ଜମି ଭୋଗ ଦଖଲ କରୁଥିଲେ। ୧୯୯୪-୯୫ ମସିହାରେ ପ୍ରଥମଥର ପାଇଁ ଦେବୋତ୍ତର ବିଭାଗ ଏହାକୁ ହାତକୁ ନେଇଥିଲା। ମାତ୍ର ପୂଜକ ଓ ଦେବୋତ୍ତର ବିଭାଗ ମଧ୍ୟରେ ସମନ୍ବୟ ରହିଲା ନାହିଁ। ଫଳରେ ଜମିଗୁଡ଼ିକ ଜବରଦଖଲକାରୀମାନେ କବ୍‌ଜା କରିନେଲେ।୨୦୧୦-୧୨ ମସିହାରେ ଜଗନ୍ନାଥପୁର, ବଡସୁଆଁଳୋ, ବାଲିଗୋରଡ଼ ଆଦି ୩ଟି ପଞ୍ଚାୟତର ପ୍ରାୟ ୧୫ଟି ଗ୍ରାମବାସୀ ଏକାଠି ହୋଇ ମନ୍ଦିର କମିଟି ଗଠନ କରି ମନ୍ଦିରର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଥିଲେ। ଅପର ପକ୍ଷରେ ୧୯୯୬ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନେଇଥିଲା। ହେ‌ଲେ ମନ୍ଦିରର ଯେପରି ଉନ୍ନତି ହେବା କଥା, ହୋଇନାହିଁ। ୨୦୧୮ ମସିହାରେ କେବଳ କିଛି ପାଚେରି ନିର୍ମାଣ କରାଯାଇଥିଲା। ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ନିଜର ସ୍ଥିତି ହରାଇବାକୁ ବସିଛି।#dhenkanalupdate #explore #exploredhenkanal #dhenkanal

ଦ୍ବାଦଶ ଶତାବ୍ଦୀର ଐତିହ୍ୟ କପିଳେଶ୍ବର ମନ୍ଦିର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ଭୁବନ ୫୩ ନଂ ଜାତୀୟ ରାଜପଥର କାମାକ୍ଷାନଗର ଠାରୁ ୭କିମି ଦୂରରେ ବଡ଼ସୁଆଁଳ ଛକ। ସେଠାରୁ ହାଟୁଆରୀ ଗ୍ରାମ-ଜଗନ୍ନାଥପୁର ରାସ୍ତାରେ ୨କି.ମି ଦୂର ରାମିଆଳ ନଦୀ ଭିତରେ ରହିଛି କପିଳେଶ୍ବର ମନ୍ଦିର। ଦ୍ବାଦଶ ଶତାବ୍ଦୀରେ ଗଙ୍ଗ ରାଜବଂଶ ଶାସନ କାଳରେ ଏହି ମନ୍ଦିର ନିର୍ମାଣ ହୋଇଥିବା ଗବେଷକମାନେ ମତ ଦିଅନ୍ତି। ରାଜାରାଜୁଡ଼ା ଅମଳରୁ ଥିବା ଏହି ମନ୍ଦିରକୁ ହାଟୁଆରୀ ଗ୍ରାମର କିଛି ପୂଜକ ପୂଜା କରିଆସୁଥିବା ବେଳେ ଠାକୁରଙ୍କ ନାମରେ ଥିବା ପ୍ରାୟ ୬୦ ଏକର ଜମି ଭୋଗ ଦଖଲ କରୁଥିଲେ। ୧୯୯୪-୯୫ ମସିହାରେ ପ୍ରଥମଥର ପାଇଁ ଦେବୋତ୍ତର ବିଭାଗ ଏହାକୁ ହାତକୁ ନେଇଥିଲା। ମାତ୍ର ପୂଜକ ଓ ଦେବୋତ୍ତର ବିଭାଗ ମଧ୍ୟରେ ସମନ୍ବୟ ରହିଲା ନାହିଁ। ଫଳରେ ଜମିଗୁଡ଼ିକ ଜବରଦଖଲକାରୀମାନେ କବ୍‌ଜା କରିନେଲେ।

୨୦୧୦-୧୨ ମସିହାରେ ଜଗନ୍ନାଥପୁର, ବଡସୁଆଁଳୋ, ବାଲିଗୋରଡ଼ ଆଦି ୩ଟି ପଞ୍ଚାୟତର ପ୍ରାୟ ୧୫ଟି ଗ୍ରାମବାସୀ ଏକାଠି ହୋଇ ମନ୍ଦିର କମିଟି ଗଠନ କରି ମନ୍ଦିରର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଥିଲେ। ଅପର ପକ୍ଷରେ ୧୯୯୬ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନେଇଥିଲା। ହେ‌ଲେ ମନ୍ଦିରର ଯେପରି ଉନ୍ନତି ହେବା କଥା, ହୋଇନାହିଁ। ୨୦୧୮ ମସିହାରେ କେବଳ କିଛି ପାଚେରି ନିର୍ମାଣ କରାଯାଇଥିଲା। ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ନିଜର ସ୍ଥିତି ହରାଇବାକୁ ବସିଛି।

#dhenkanalupdate #explore #exploredhenkanal #dhenkanal

Design a site like this with WordPress.com
Get started