ବ୍ରେକ ଫେଲ ହୋଇ କାନ୍ଥରେ ପିଟିହେଲା ବସ୍
, ୧୦ ଛାତ୍ର ଆହତ
୫ଟି ସଚିବଙ୍କ ସଭାରେ ଯୋଗଦେବା ପାଇଁ କଲେଜ ଛାତ୍ରଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସଭାସ୍ଥଳ ବା ସହରର ଗୁଡିଆନାଳି କଲ୍ୟାଣ ମଣ୍ଡପ ଠାରେ ପାର୍କିଂ କରିବା ସମୟରେ ବ୍ରେକ୍ ଫେଲ ହୋଇ ବସଟି ଏକ କାନ୍ଥରେ ପିଟି ହୋଇଛି । ଫଳରେ ଭୁବନ ମଠକରଗୋଳା କଲେଜର ପ୍ରାୟ ୧୦ ଜଣ ଛାତ୍ର ଆହତ ହୋଇଛନ୍ତି ।
ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି ।
ଶ୍ରୀସାଇ ନାମକ ବସଟି ମଠକରବୋଳାରୁ ୫୭ ଜଣ ଛାତ୍ରଙ୍କୁ ଧରି ଢେଙ୍କାନାଳ ଆସିଥିଲା । ସଭାସ୍ଥଳ ନିକଟରେ ଗୁଡିଆନାଳି ଛକରୁ କଲ୍ୟାଣ ମଣ୍ଡପ ଦିଗରେ ଯାଇ ପାର୍କିଂ କରିବାର ଥିଲା । ହେଲେ ବ୍ରେକ୍ ଫେଲ ହୋଇ ଗଡାଣିଆ ରାସ୍ତାରେ ଗାଡି ଭାରସାମ୍ୟ ହରାଇ କଲ୍ୟାଣମଣ୍ଡପ ନିକଟ ଏକ ଦୋକାନ ପକ୍କା କାନ୍ଥରେ ପିଟି ହୋଇଥିଲା । କାନ୍ଥ ଭାଙ୍ଗିବା ସହ ବସ ସମ୍ମୁଖ ଭାଙ୍ଗିଛି । ୧୦ଛାତ୍ରଙ୍କ ମୁହଁ, ହାତ, ଗୋଡରେ ଆଘାତ ଲାଗିଛି ।
New odia odisha





Leave a comment