ମାଧ୍ୟମିକ ଶିକ୍ଷାରେ ବିଜ୍ଞାନ ପ୍ରାକ୍ଟିକାଲ୍‌କୁ ଗୁରୁତ୍ୱ; ପ୍ରତି ସ୍କୁଲ୍‌ରେ ରହିବ ଲାବୋରାଟୋରୀଯୁକ୍ତଦୁଇରେ ପ୍ରାକ୍ଟିକାଲ ପାଇଁ ପିଲାଙ୍କ ଉପରେ ପଡ଼ୁଥିବା ଚାପକୁ କମାଇବା ପାଇଁ ସରକାରୀ ସ୍କୁଲ ସ୍ତରରୁ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ଯୋଜନା । ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ସେକେଣ୍ଡାରୀ ତଥା ମାଧ୍ୟମିକ ସ୍କୁଲଗୁଡିକରେ ବିଜ୍ଞାନ ଲାବୋରାଟୋରୀ ଏବଂ ଲାବୋରାଟୋରୀଆନ୍ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯାଇଛି ।ଆସନ୍ତା ଶିକ୍ଷାବର୍ଷରୁ ଉଭୟ ନବମ ଏବଂ ଦଶମଶ୍ରେଣୀ ପିଲାଙ୍କୁ ବିଜ୍ଞାନ ଲାବୋରାଟୋରୀ ବ୍ୟବସ୍ଥା ଯୋଗାଇବା ସହ ଏନେଇ ଲାବୋରାଟୋରୀଆନ୍‌ଙ୍କୁ ନିଯୁକ୍ତ କରାଯିବ । ରାଜ୍ୟରେ ମୋଟ୍ ୬୭ହଜାର ୯୬୧ଟି ସ୍କୁଲ ରହିଛି । ସେଥିରୁ କେବଳ ମାଧ୍ୟମିକ ସ୍କୁଲ ସଂଖ୍ୟା ୯୮୭୨ଟି ରହିଛି । ତେବେ ରାଜ୍ୟରେ ଉଭୟ ନବମ ଏବଂ ଦଶମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୬୪୭ ରହିଛି । ସ୍କୁଲ ସ୍ତରରେ ବିଜ୍ଞାନକୁ ଅଧିକ ଆଦୃତ କରିବା ଲାଗି ସରକାର ବିଜ୍ଞାନ ମେଳା ତଥା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରୁଥିବା ବେଳେ ସ୍କୁଲ ଗୁଡ଼ିକରେ ଉନ୍ନତ ବିଜ୍ଞାନ ଲାବୋରାଟୋରୀର ସୁବିଧା ହୋଇପାରି ନାହିଁ ।କେବଳ ବିଜ୍ଞାନ ପାଠ୍ୟପୁସ୍ତକକୁ ପଢ଼ା ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ଲାବୋରାଟୋରୀରେ ପ୍ରାକ୍ଟିକାଲ ସୁବିଧାରୁ ବଞ୍ôଚତ ହେଉଛନ୍ତି । ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଆ ମାଧ୍ୟମ ପିଲାମାନେ ଉଭୟ ବିଜ୍ଞାନ ଏବଂ ପ୍ରାକ୍ଟିକାଲରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରିପାରୁନାହାନ୍ତି । ଯେଉଁଥିପାଇଁ ଯୁକ୍ତଦୁଇ ଏବଂ ପରେ ବୈଷୟିକଶିକ୍ଷାରେ ନିଜର କ୍ୟାରିୟର ଠିକ୍ ଭାବେ ଗଢ଼ି ପାରୁନାହାନ୍ତି । ଏପରି ସମସ୍ୟାକୁ ଗୁରୁତ୍ୱ ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରଥମଥର ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଉଦ୍ୟମ କରୁଛି । ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପାଠକ୍ରମ ସାଙ୍ଗକୁ ବିଷୟଭିତ୍ତିକ ପ୍ରାକ୍ଟିକାଲ ଯେପରି ପିଲାମାନେ ପାଇପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି ।ରାଜ୍ୟର ସବୁ ମାଧ୍ୟମିକ ସ୍କୁଲରେ ଆସନ୍ତା ଶିକ୍ଷାବର୍ଷ ଠାରୁ ବିଜ୍ଞାନ ପ୍ରାକ୍ଟିକାଲ ଲାଗି ବ୍ୟବସ୍ଥା କରାଯିବ । ଏନେଇ ପ୍ରତି ସ୍କୁଲ ପିଛା ୫୦ହଜାର ଟଙ୍କା ବ୍ୟୟ କରାଯିବ । ତେବେ ମୋଟ୍ ଉପରେ ବିଜ୍ଞାନ ଲାବୋରାଟୋରୀ ଲାଗି ୪୯କୋଟି ୩୬ଲକ୍ଷ ଟଙ୍କା ସରକାର ବ୍ୟୟ କରିବେ । ଏହା ସହିତ ପ୍ରତି ବିଜ୍ଞାନ ଲାବୋରାଟୋରୀ ଲାଗି ଜଣେ ଲେଖାଏଁ ଲାବୋରାଟୋରୀଆନ୍ ରହିବେ । ମାତ୍ର ଏହି ପଦବୀ ଲାଗି ନୂତନ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ କି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଛି । ତେବେ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ଏହି ପ୍ରାକ୍ଟିକାଲ ଲାଗି ଅତିରିକ୍ତ ଦାୟିତ୍ୱ ଦେବାକୁ ସରକାର ବିଚାର କରୁଛନ୍ତି ।ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ସରକାରୀ ସ୍କୁଲ ଗୁଡିକରେ ଭିତ୍ତିିଭୂମି ଏବଂ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଜ୍ଞାନରେ ଅଧିକ ଦକ୍ଷତା ବୃଦ୍ଧି ପାଇଁ ସୁରଭି ଭଳି ବିଜ୍ଞାନ ମେଳା ଏବଂ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀର ଆୟୋଜନ ହେଉଥିବା ବେଳେ ସ୍କୁଲସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ଉଚ୍ଚମାନର ପ୍ରକଳ୍ପ ପ୍ରଦର୍ଶନ କରି ନିଜର ଦକ୍ଷତା ପ୍ରତିପାଦନ କରିବାରେ ସଫଳ ହୋଇପାରୁଛନ୍ତି । ମାତ୍ର ସେମାନଙ୍କ ଲାଗି ସ୍କୁଲସ୍ତରରେ ପ୍ରାକ୍ଟିକାଲ ଲାଗି କୌଣସି ସୁବିଧା ନାହିଁ । ଯଦି ବିଜ୍ଞାନ ଲାବୋରାଟୋରୀର ସୁବିଧା ଏବଂ ପ୍ରାକ୍ଟିକାଲ ଯୋଗାଇବା ପାଇଁ ଲାବୋରାଟୋରୀଆନ୍‌ଙ୍କୁ ନିଯୁକ୍ତ କରାଯାଏ; ତେବେ ସରକାରୀ ସ୍କୁଲରେ ପଢ଼ୁଥିବା ଓଡ଼ିଆ ପିଲାମାନେ ବିଜ୍ଞାନରେ ବେଶ୍ ଆଗକୁ ବଢ଼ିପାରିବେ ।ସେଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆସନ୍ତା ୬ମାସ ମଧ୍ୟରେ ସବୁ ମାଧ୍ୟମିକ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରାଯିବ । କେଉଁ ସ୍କୁଲରେ କେତେ ପିଲା ପଢ଼ୁଛନ୍ତି ତାହାର ରିପୋର୍ଟ ଜିଲ୍ଲା ଶିକ୍ଷାଅଧିକାରୀମାନେ ଦାଖଲ କରିବେ । ଏହାବ୍ୟତୀତ ରାଜ୍ୟରେ ମାଧ୍ୟମିକ ସ୍କୁଲରେ କେତେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏବଂ ସେମାନଙ୍କ ପ୍ରାକ୍ଟିକାଲ ଦେବା ଲାଗି କେତେ ଦକ୍ଷତା ରହିଛି ତାହା ମଧ୍ୟ ଯାଞ୍ଚ କରାଯିବ । ଏହାବ୍ୟତୀତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ କେବଳ ନବମ ଓ ଦଶମ ପିଲାଙ୍କ ଲାଗି ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯିବା ସହ ଜାତୀୟସ୍ତରରେ ଏହି ପିଲାମାନେ କିପରି ସାମିଲ ହେବେ ସେ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

ମାଧ୍ୟମିକ ଶିକ୍ଷାରେ ବିଜ୍ଞାନ ପ୍ରାକ୍ଟିକାଲ୍‌କୁ ଗୁରୁତ୍ୱ; ପ୍ରତି ସ୍କୁଲ୍‌ରେ ରହିବ ଲାବୋରାଟୋରୀ


ଯୁକ୍ତଦୁଇରେ ପ୍ରାକ୍ଟିକାଲ ପାଇଁ ପିଲାଙ୍କ ଉପରେ ପଡ଼ୁଥିବା ଚାପକୁ କମାଇବା ପାଇଁ ସରକାରୀ ସ୍କୁଲ ସ୍ତରରୁ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ଯୋଜନା । ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ସେକେଣ୍ଡାରୀ ତଥା ମାଧ୍ୟମିକ ସ୍କୁଲଗୁଡିକରେ ବିଜ୍ଞାନ ଲାବୋରାଟୋରୀ ଏବଂ ଲାବୋରାଟୋରୀଆନ୍ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯାଇଛି ।

ଆସନ୍ତା ଶିକ୍ଷାବର୍ଷରୁ ଉଭୟ ନବମ ଏବଂ ଦଶମଶ୍ରେଣୀ ପିଲାଙ୍କୁ ବିଜ୍ଞାନ ଲାବୋରାଟୋରୀ ବ୍ୟବସ୍ଥା ଯୋଗାଇବା ସହ ଏନେଇ ଲାବୋରାଟୋରୀଆନ୍‌ଙ୍କୁ ନିଯୁକ୍ତ କରାଯିବ । ରାଜ୍ୟରେ ମୋଟ୍ ୬୭ହଜାର ୯୬୧ଟି ସ୍କୁଲ ରହିଛି । ସେଥିରୁ କେବଳ ମାଧ୍ୟମିକ ସ୍କୁଲ ସଂଖ୍ୟା ୯୮୭୨ଟି ରହିଛି । ତେବେ ରାଜ୍ୟରେ ଉଭୟ ନବମ ଏବଂ ଦଶମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୬୪୭ ରହିଛି । ସ୍କୁଲ ସ୍ତରରେ ବିଜ୍ଞାନକୁ ଅଧିକ ଆଦୃତ କରିବା ଲାଗି ସରକାର ବିଜ୍ଞାନ ମେଳା ତଥା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରୁଥିବା ବେଳେ ସ୍କୁଲ ଗୁଡ଼ିକରେ ଉନ୍ନତ ବିଜ୍ଞାନ ଲାବୋରାଟୋରୀର ସୁବିଧା ହୋଇପାରି ନାହିଁ ।

କେବଳ ବିଜ୍ଞାନ ପାଠ୍ୟପୁସ୍ତକକୁ ପଢ଼ା ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ଲାବୋରାଟୋରୀରେ ପ୍ରାକ୍ଟିକାଲ ସୁବିଧାରୁ ବଞ୍ôଚତ ହେଉଛନ୍ତି । ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଆ ମାଧ୍ୟମ ପିଲାମାନେ ଉଭୟ ବିଜ୍ଞାନ ଏବଂ ପ୍ରାକ୍ଟିକାଲରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରିପାରୁନାହାନ୍ତି । ଯେଉଁଥିପାଇଁ ଯୁକ୍ତଦୁଇ ଏବଂ ପରେ ବୈଷୟିକଶିକ୍ଷାରେ ନିଜର କ୍ୟାରିୟର ଠିକ୍ ଭାବେ ଗଢ଼ି ପାରୁନାହାନ୍ତି । ଏପରି ସମସ୍ୟାକୁ ଗୁରୁତ୍ୱ ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରଥମଥର ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଉଦ୍ୟମ କରୁଛି । ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପାଠକ୍ରମ ସାଙ୍ଗକୁ ବିଷୟଭିତ୍ତିକ ପ୍ରାକ୍ଟିକାଲ ଯେପରି ପିଲାମାନେ ପାଇପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି ।

ରାଜ୍ୟର ସବୁ ମାଧ୍ୟମିକ ସ୍କୁଲରେ ଆସନ୍ତା ଶିକ୍ଷାବର୍ଷ ଠାରୁ ବିଜ୍ଞାନ ପ୍ରାକ୍ଟିକାଲ ଲାଗି ବ୍ୟବସ୍ଥା କରାଯିବ । ଏନେଇ ପ୍ରତି ସ୍କୁଲ ପିଛା ୫୦ହଜାର ଟଙ୍କା ବ୍ୟୟ କରାଯିବ । ତେବେ ମୋଟ୍ ଉପରେ ବିଜ୍ଞାନ ଲାବୋରାଟୋରୀ ଲାଗି ୪୯କୋଟି ୩୬ଲକ୍ଷ ଟଙ୍କା ସରକାର ବ୍ୟୟ କରିବେ । ଏହା ସହିତ ପ୍ରତି ବିଜ୍ଞାନ ଲାବୋରାଟୋରୀ ଲାଗି ଜଣେ ଲେଖାଏଁ ଲାବୋରାଟୋରୀଆନ୍ ରହିବେ । ମାତ୍ର ଏହି ପଦବୀ ଲାଗି ନୂତନ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ କି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଛି । ତେବେ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ଏହି ପ୍ରାକ୍ଟିକାଲ ଲାଗି ଅତିରିକ୍ତ ଦାୟିତ୍ୱ ଦେବାକୁ ସରକାର ବିଚାର କରୁଛନ୍ତି ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ସରକାରୀ ସ୍କୁଲ ଗୁଡିକରେ ଭିତ୍ତିିଭୂମି ଏବଂ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଜ୍ଞାନରେ ଅଧିକ ଦକ୍ଷତା ବୃଦ୍ଧି ପାଇଁ ସୁରଭି ଭଳି ବିଜ୍ଞାନ ମେଳା ଏବଂ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀର ଆୟୋଜନ ହେଉଥିବା ବେଳେ ସ୍କୁଲସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ଉଚ୍ଚମାନର ପ୍ରକଳ୍ପ ପ୍ରଦର୍ଶନ କରି ନିଜର ଦକ୍ଷତା ପ୍ରତିପାଦନ କରିବାରେ ସଫଳ ହୋଇପାରୁଛନ୍ତି । ମାତ୍ର ସେମାନଙ୍କ ଲାଗି ସ୍କୁଲସ୍ତରରେ ପ୍ରାକ୍ଟିକାଲ ଲାଗି କୌଣସି ସୁବିଧା ନାହିଁ । ଯଦି ବିଜ୍ଞାନ ଲାବୋରାଟୋରୀର ସୁବିଧା ଏବଂ ପ୍ରାକ୍ଟିକାଲ ଯୋଗାଇବା ପାଇଁ ଲାବୋରାଟୋରୀଆନ୍‌ଙ୍କୁ ନିଯୁକ୍ତ କରାଯାଏ; ତେବେ ସରକାରୀ ସ୍କୁଲରେ ପଢ଼ୁଥିବା ଓଡ଼ିଆ ପିଲାମାନେ ବିଜ୍ଞାନରେ ବେଶ୍ ଆଗକୁ ବଢ଼ିପାରିବେ ।

ସେଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆସନ୍ତା ୬ମାସ ମଧ୍ୟରେ ସବୁ ମାଧ୍ୟମିକ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରାଯିବ । କେଉଁ ସ୍କୁଲରେ କେତେ ପିଲା ପଢ଼ୁଛନ୍ତି ତାହାର ରିପୋର୍ଟ ଜିଲ୍ଲା ଶିକ୍ଷାଅଧିକାରୀମାନେ ଦାଖଲ କରିବେ । ଏହାବ୍ୟତୀତ ରାଜ୍ୟରେ ମାଧ୍ୟମିକ ସ୍କୁଲରେ କେତେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏବଂ ସେମାନଙ୍କ ପ୍ରାକ୍ଟିକାଲ ଦେବା ଲାଗି କେତେ ଦକ୍ଷତା ରହିଛି ତାହା ମଧ୍ୟ ଯାଞ୍ଚ କରାଯିବ । ଏହାବ୍ୟତୀତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ କେବଳ ନବମ ଓ ଦଶମ ପିଲାଙ୍କ ଲାଗି ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯିବା ସହ ଜାତୀୟସ୍ତରରେ ଏହି ପିଲାମାନେ କିପରି ସାମିଲ ହେବେ ସେ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

Leave a comment

Design a site like this with WordPress.com
Get started