ଏଠି କେବେ ପହଞ୍ଚିବ ୫ ଟି । ଗୋଟିଏ କୋଠାରେ ଚାଲିଛି ପାଞ୍ଚଟି ଶ୍ରେଣୀର ପାଠପଢା।
ଶିକ୍ଷା ବ୍ଯବସ୍ଥାରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ଯମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀ କର୍ମଚାରୀ ଓ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ଅପାରଗତା ଯୋଗୁଁ ଗ୍ରାମାଞ୍ଚଳରେ ସରକାରୀ ବିଦ୍ୟାଳୟ ଗୁଡିକ ଅବ୍ୟବସ୍ଥାରେ ରହିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅତାବିରା ବ୍ଲକ ଅମଲିପାଲି ପଂଚାୟତ କୁକେତିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ୟ୍ଯନ୍ତ ୩୨ ଜଣ ଛାତ୍ରଛାତ୍ରୀ ଅଧ୍ଯୟନ କରୁଛନ୍ତି ା ପାଂଚଟି ଶ୍ରେଣୀରେ ମାତ୍ର ଜଣେ ଶିକ୍ଷକ କିନ୍ତୁ ଆବଶ୍ଯକ ଅନୁଯାୟୀ ଶ୍ରେଣୀ କୋଠରୀ ନାହିଁ । ସମୁଦାୟ ତିନୋଟି କୋଠରୀ ମଧ୍ଯରେ ୨ଟି କୋଠରୀର ପାଣି ଗଳୁଛି ଏବଂ ସିମେଣ୍ଟ ଖଣ୍ଡ ଖଣ୍ଡ ହୋଇ ପଡୁଥିବାରୁ ଉକ୍ତ କୋଠରୀ ଦ୍ବୟ ଅକାମୀ ହୋଇପଡିଛି ତେଣୁ ଗୋଟିଏ କୋଠାରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ଯୟନ କରୁଛନ୍ତି । ଏ ସଂପର୍କରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯମାନେ ସ୍ଥାନୀୟ ସରପଂଚକୁ ବାରମ୍ବାର ଗୁହାରି କଲେ ମଧ୍ଯ କିଛି ସୁଫଳ ମିଳିପାରିନାହିଁ ।ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଦୁଷ୍ଟିଦେଇ ଏହି ବିଦ୍ୟାଳୟରେ ଆବଶ୍ଯକ ଅନୁଯାୟୀ ନୂତନ କୋଠରୀ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି
ବରଗଡ ଜିଲ୍ଲା ରୁ ସୁଜିତ କୁମାର ଦାଶ ଙ୍କ ରିପୋର୍ଟ

Leave a comment