ଢେଙ୍କାନାଲ ଜିଲ୍ଲା ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖନାରେ ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ୟୁନିଟର ଏକ ଫର୍ଣ୍ଣେସ୍ ପମ୍ପଚର ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ତେବେ ତୁରନ୍ତ ଏହି ଫର୍ଣ୍ଣେସ୍କୁ କାରଖାନା ପକ୍ଷରୁ ବନ୍ଦ କରିଦିଆ ଯାଇଥିବା ଜଣାପଡିଛି । ଫଳରେ ଏହି ରୁଙ୍ଗଟା କାରଖାନାରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତେବେ ଏହି ଦୁର୍ଘଟଣାରେ ଦୁଇ ତିନି ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା କିଛି ଶ୍ରମିକଙ୍କ ଠାରୁ ସୂଚନା ମିଳିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାପଡିଛି । ମାତ୍ର ଦୁର୍ଘଟଣାରେ କେହି ଆହତ ହୋଇନଥିବା କାରଖାନା ପକ୍ଷରୁ ସୂଚନା ଦିଆଯାଇଛି ।କାରଖାନାର ଏସଏମଏସ ୟୁନିଟ୍‌ର ୧ବି୪ ଫର୍ଣ୍ଣେସ୍‌ଟି ଲିକ୍ ହେବାରୁ ନିଆଁ ଧରିଥିଲା । ଫଳରେ କାରଖାନାର ଅଗ୍ନି ନିର୍ବାପକ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଦେଇଥିବା ଜଣାପଡିଛି । ଉକ୍ତ ଅଘଟଣ ସମୟରେ ସେଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଓ କର୍ମଚାରୀ କାମ କରୁଥିଲେ ବୋଲି ସୂଚନା ମିଳିଛି ।

ଢେଙ୍କାନାଲ ଜିଲ୍ଲା ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖନାରେ ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ୟୁନିଟର ଏକ ଫର୍ଣ୍ଣେସ୍ ପମ୍ପଚର ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ତେବେ ତୁରନ୍ତ ଏହି ଫର୍ଣ୍ଣେସ୍କୁ କାରଖାନା ପକ୍ଷରୁ ବନ୍ଦ କରିଦିଆ ଯାଇଥିବା ଜଣାପଡିଛି । ଫଳରେ ଏହି ରୁଙ୍ଗଟା କାରଖାନାରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ତେବେ ଏହି ଦୁର୍ଘଟଣାରେ ଦୁଇ ତିନି ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିବା କିଛି ଶ୍ରମିକଙ୍କ ଠାରୁ ସୂଚନା ମିଳିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାପଡିଛି । ମାତ୍ର ଦୁର୍ଘଟଣାରେ କେହି ଆହତ ହୋଇନଥିବା କାରଖାନା ପକ୍ଷରୁ ସୂଚନା ଦିଆଯାଇଛି ।

କାରଖାନାର ଏସଏମଏସ ୟୁନିଟ୍‌ର ୧ବି୪ ଫର୍ଣ୍ଣେସ୍‌ଟି ଲିକ୍ ହେବାରୁ ନିଆଁ ଧରିଥିଲା । ଫଳରେ କାରଖାନାର ଅଗ୍ନି ନିର୍ବାପକ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିଦେଇଥିବା ଜଣାପଡିଛି । ଉକ୍ତ ଅଘଟଣ ସମୟରେ ସେଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଓ କର୍ମଚାରୀ କାମ କରୁଥିଲେ ବୋଲି ସୂଚନା ମିଳିଛି ।

Leave a comment

Design a site like this with WordPress.com
Get started