
ବଢୁଛି ହୀରାକୁଦ ଜଳଭଣ୍ଡାର: ଏବେ 614 ଫୁଟ ରହିଛି ଜଳସ୍ତରସ୍ଥାନ – ଅତାବିରା — ସମ୍ବଲପୁର (ହୀରାକୁଦ )DT.22/07/2023ରିପୋର୍ଟ ସୁଜିତ କୁମାର ଦାଶ AVOSlug -ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି | ଉପର ମୁଣ୍ଡରେ ବର୍ଷା ଯୋଗୁ କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଆଜି ସନ୍ଧ୍ୟା 6ଟା ସୁଦ୍ଧା ଜଳସ୍ତର 614 ଫୁଟ ରହିଛି | ଏହି ସମୟରେ ଜଳଭଣ୍ଡାରକୁ 64 ହଜାର 800 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 40 ହଜାର 725 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ୨୩ ତାରିଖ ଦିନ ଜଳଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିଥିବା ନେଇ ଆକଳନ କରାଯାଉଛି। ଆଉ ଏହାକୁ ଦୃଷ୍ଟି ରେ ରଖି ଆସନ୍ତାକାଲି ହିଁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯିବ । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ୍।ଗତବର୍ଷ ୧୮ ଜୁଲାଇରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୦୮ ଫୁଟ୍ ରହିଥିଲା। ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ଫଳରେ ମହାନଦୀ ଏବଂ ତାର ଶାଖା ନଦୀଗୁଡ଼ିରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କୁହାଯାଇଛି | ଆଉ ଏନେଇ ହୀରାକୁଦ କର୍ତ୍ତୃପକ୍ଷ ବର୍ତ୍ତମାନ ମାଇକ ଯୋଗେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଉଛନ୍ତି | ପାଣି ଛଡାଯିବାବେଳେ କେହି ଯେମିତି ମହାନଦୀକୁ ନ ଯିବେ ସେନେଇ ସତର୍କ କରାଯାଉଛି |

Leave a comment