ଖାଦ୍ୟ ହୋଇଗଲା ବିଷ/ପାଳଗଦା ର ଛତୁ ଖାଇ ପରିବାର ର ୭ ଜଣ ଗୁରତରଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଟିପିଲେଇ ଗ୍ରାମରୁ ଗୋଟିଏ ପରିବାର ୭ ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।ସୂଚନା ରୁ ଜଣା ପଡ଼ିଛି ଆଜି ପିତବାସ ଦଳେଇ ଙ୍କ ବାରିପଟ ପାଳଗଦାରେ ପାଳ ଛତୁ ଫୁଟିଥିଲା ।ଯାହାକୁ କି ଘରର ମହିଳା ମାନେ ତୋଳି ଆଣି ଘରେ ରୋଷେଇ କରି ପରିବାର ସଦସ୍ୟଙ୍କୁ ଦୁଇପହରେ ଭାତ ସହିତ ଖାଇବାକୁ ଦେଇଥିଲେ ।ତେବେ ଖାଇବାର କିଛି ସମୟ ପରେ ସନ୍ଧ୍ୟା ପ୍ରାୟ ୫ ଟାରେ ପରିବାର ମଧ୍ୟରୁ ସନ୍ତୋଷ ଦଳେଇ ବୟସ ୬ ବର୍ଷଙ୍କର ମୁଣ୍ଡ ବୁଲାଇବା , ପେଟ ରେ ଯନ୍ତ୍ରଣା ହେବା ସହିତ ପ୍ରବଳ ମାତ୍ରା ରେ ବାନ୍ତି ଆରମ୍ଭ ହୋଇଥିଲା । ଏବଂ କିଛି ସମୟ ଅନ୍ତରାଳରେ ପରିବାରର ,ପିତବାସ ଦଳେଇ ବୟସ ୬୦ ,ପରମାନନ୍ଦ ଦଳେଇ ବୟସ ୪୫,ଲକ୍ଷ୍ମୀଧର ଦଳେଇ ବୟସ ୧୮ ,ବବିତା ଦଳେଇ ବୟସ ୩୫ ,ସୁଷମା ଦଳେଇ ବୟସ ୪୦,ପାର୍ବତୀ ଦଳେଇ ବୟସ ୬୭ ଙ୍କୁ ମଧ୍ୟ ମୁଣ୍ଡ ବୁଲାଇବା ସହିତ ପେଟ ଯନ୍ତ୍ରଣା ଏବଂ ବାନ୍ତି ଆରମ୍ଭ ହୋଇଥିଲା।ତେବେ ସଙ୍ଗେ ସଙ୍ଗେ ପରିବାର ର ସମସ୍ତ ସଦସ୍ୟ ଏକ ଅଟୋ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି ।ଶେଷ ଖବର ସୁଦ୍ଧା ପରିବାର ର ୭ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣା ପଡିଛି ।ଢେଙ୍କାନାଳ ଭୁବନ ରୁ ତାପସଦାସ ଙ୍କ ରିପୋର୍ଟ

ଖାଦ୍ୟ ହୋଇଗଲା ବିଷ/ପାଳଗଦା ର ଛତୁ ଖାଇ ପରିବାର ର ୭ ଜଣ ଗୁରତର

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଟିପିଲେଇ ଗ୍ରାମରୁ ଗୋଟିଏ ପରିବାର ୭ ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।ସୂଚନା ରୁ ଜଣା ପଡ଼ିଛି ଆଜି ପିତବାସ ଦଳେଇ ଙ୍କ ବାରିପଟ ପାଳଗଦାରେ ପାଳ ଛତୁ ଫୁଟିଥିଲା ।ଯାହାକୁ କି ଘରର ମହିଳା ମାନେ ତୋଳି ଆଣି ଘରେ ରୋଷେଇ କରି ପରିବାର ସଦସ୍ୟଙ୍କୁ ଦୁଇପହରେ ଭାତ ସହିତ ଖାଇବାକୁ ଦେଇଥିଲେ ।ତେବେ ଖାଇବାର କିଛି ସମୟ ପରେ ସନ୍ଧ୍ୟା ପ୍ରାୟ ୫ ଟାରେ ପରିବାର ମଧ୍ୟରୁ ସନ୍ତୋଷ ଦଳେଇ ବୟସ ୬ ବର୍ଷଙ୍କର ମୁଣ୍ଡ ବୁଲାଇବା , ପେଟ ରେ ଯନ୍ତ୍ରଣା ହେବା ସହିତ ପ୍ରବଳ ମାତ୍ରା ରେ ବାନ୍ତି ଆରମ୍ଭ ହୋଇଥିଲା । ଏବଂ କିଛି ସମୟ ଅନ୍ତରାଳରେ ପରିବାରର ,ପିତବାସ ଦଳେଇ ବୟସ ୬୦ ,ପରମାନନ୍ଦ ଦଳେଇ ବୟସ ୪୫,ଲକ୍ଷ୍ମୀଧର ଦଳେଇ ବୟସ ୧୮ ,ବବିତା ଦଳେଇ ବୟସ ୩୫ ,ସୁଷମା ଦଳେଇ ବୟସ ୪୦,ପାର୍ବତୀ ଦଳେଇ ବୟସ ୬୭ ଙ୍କୁ ମଧ୍ୟ ମୁଣ୍ଡ ବୁଲାଇବା ସହିତ ପେଟ ଯନ୍ତ୍ରଣା ଏବଂ ବାନ୍ତି ଆରମ୍ଭ ହୋଇଥିଲା।ତେବେ ସଙ୍ଗେ ସଙ୍ଗେ ପରିବାର ର ସମସ୍ତ ସଦସ୍ୟ ଏକ ଅଟୋ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି ।ଶେଷ ଖବର ସୁଦ୍ଧା ପରିବାର ର ୭ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣା ପଡିଛି ।
ଢେଙ୍କାନାଳ ଭୁବନ ରୁ ତାପସଦାସ ଙ୍କ ରିପୋର୍ଟ

Leave a comment

Design a site like this with WordPress.com
Get started