ସରକାର ଙ୍କ ଯୋଜନା ପାଣି ରେ ଗାର।ଅବ୍ୟବସ୍ଥା ଘେରରେ ମିନି ଅଙ୍ଗନୱାଡି ଆମେ କହିବା କାହାକୁ ଆଉ ଶୁଣିବ କିଏ?
ଭୁଷୁଡି ପଡିବା ପରି ଲାଗୁଛି ପ୍ରାଥମିକ ଶିକ୍ଷ୍ୟା ବ୍ୟବସ୍ଥା, ବାସ୍ତବରେ ଏଥିପାଇଁ ଦାୟୀ କିଏ?ଜନତା! ନେତା! କୁଜିନେତା! ନା ବାହୁବଳୀ ପ୍ରଶାସନ? ଆସନ୍ତୁ ଯିବା ସମୂର୍ଣ୍ଣ ଘଟଣା କୁ…. ଆପଣ ମାନେ ଜାଣନ୍ତି ଦିନ ଥିଲା କୁନି କୁନି ପିଲାମାନଙ୍କ ମହତ ଉଦେଶ୍ୟ ପାଇଁ ଅଙ୍ଗନବାଡ଼ି ର ସ୍ୱପ୍ନ ଦେଖିଥିଲେ ସରକାର, ଆଉ ତାକୁ ଦେଖି କମ ଖୁସି ନଥିଲେ ସାଧାରଣ ଜନତା। ଛୋଟ ଶିଶୁ ଟିଏ କୁନି କୁନି ପାଦରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବେ, ସମସ୍ତ ସାଙ୍ଗ ସାଥି ମେଳରେ ଖେଳିବ ବୁଲିବ, ପୁଷ୍ଟିକର ଖାଦ୍ୟ ଖାଇବ ଏମିତି ଅନେକ, ହେଲେ ଆଜି ସମୟ ବଦଳି ଯାଇଛି ସ୍ୱପ୍ନ ସ୍ୱପ୍ନ ରେ ରହି ଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରରେ ପାନୀୟ ଜଳ ଠାରୁ ଆରମ୍ଭ କରି ବିଦ୍ୟୁତ ବ୍ୟବସ୍ଥା,ଘର ଠାରୁ ଆରମ୍ଭ କରି ରୋଷେଇ ଘର ବାଉଣ୍ଡରୀ ବ୍ୟବସ୍ଥା ର ନିୟମ ରହିଥିଲେ ହେଁ ଏସବୁ ର ଉର୍ଦ୍ଧ୍ବ ରେ ଅଛି ଅନେକ କେନ୍ଦ୍ର। ଆଜି ଆମେ ଏପରି ଏକ କେନ୍ଦ୍ର କଥା କହୁଛୁ ଯେଉଁଠି ରୋଷେଇ ପାଇଁ ପାଣି ମିଳେନାହିଁ କେବଳ ଉକ୍ତ କେନ୍ଦ୍ରରେ ନୁହେଁ କେନ୍ଦ୍ର ପାଖ ବସ୍ତିରେ ମଧ୍ୟ ପାଣି ମିଳେନାହିଁ। ହଁ ଆଜ୍ଞା ଆମେ କହୁଛୁ ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ କାଶିପୁର ଗ୍ରାମ ପଞ୍ଚାୟତର ଆଦିବାସୀ ବସ୍ତିର ବାଲିଜୋର ଅଙ୍ଗନବାଡ଼ି କେନ୍ଦ୍ରର କଥା।ଏହା ଏକ ମିନି କେନ୍ଦ୍ର ହୋଇଥିବା ରୁ କେବଳ ଜଣେ କର୍ମଚାରୀ ରହିବାର ବ୍ୟବସ୍ଥା ରହିଛି ଯିଏକି ପାଠ ପଢା ରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁ ବୁଝିବେ। ହେଲେ ନାହଁ ନାହଁ ରେ ଚାଲିଥିବା ଉକ୍ତ କେନ୍ଦ୍ରରେ ବାଉଣ୍ଡରୀ ନଥିବାରୁ କେତେବେଳେ ଗୋରୁଗାଈ ତ କେତେବେଳେ ସାପ ପସି ଯାଉଥିବା ର ଅଭିଯୋଗ କରିବା ସହିତ ଯଥେଷ୍ଟ ପିଲା ସଂଖ୍ୟା ଥିବାରୁ ଏହାକୁ ଅପଗ୍ରେଡ କରାଯାଇ ଜଣେ ସହାୟକ ନିଯୁକ୍ତି ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଏହାକୁ ବିଚାର କୁ ନେଇ ସି ଡି ପିଓ ଙ୍କ ସହିତ କଥା ହୋଇ ତୁରନ୍ତ ସମାଧାନ କରିବାକୁ ପ୍ରତିକ୍ରିୟା ଦେଲେ ଗଁନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ ଓ ବି ଡି ଓ ଆଶିଷ ରଂଜନ ସାହୁ।

Leave a comment