ସାମାଜିକ ଅନୁଷ୍ଠାନ”ଆମ ପରିବାର, ଅତାବିରା” ପକ୍ଷରୁ ସମଲପୁରୀ ଦିନ୍ ଉଚ୍ଛବ ପାଳିତ
ବରଗଡ଼:-(୨.୮)ଗତବର୍ଷ ଭଲି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରା ର ନବ ଗଠିତ ସାମାଜିକ ଅନୁଷ୍ଠାନ”ଆମ ପରିବାର,ଅତାବିରା” ତରଫରୁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ କୁ ଦ୍ୱିତୀୟ ବର୍ଷ ରେ ଧୁମଧାମରେ ପାଳିତ ହୋଇଯାଇଛି।ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ”ଆମ ପରିବାର,ଅତାବିରା” ସାମାଜିକ ଅନୁଷ୍ଠାନ ର ସଭାପତି ତଥା ମୁଖ୍ୟ ସାମ୍ବାଦିକ ନବୀନ ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଲୋକ କବିରତ୍ନ ଡକ୍ଟର ହଳଧର ନାଗ,ସମ୍ମାନିତ ଅତିଥି ଭାବେ ମହାରାଜ ରାବଣ ସୁଶୀଲ ମେହେର,ବରଗଡ଼ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ପଣ୍ଡା,ପ୍ରଖ୍ୟାତ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ,ବାଦ୍ୟ କାର ଚୁଡ଼ାମଣି ପଶାୟତ,ଜଣାଶୁଣା ସମାଜସେବୀ ଭିମସାର୍ ବୁର୍ଲାର ଏସିସଟାଣ୍ତ ପ୍ରଫେସର ଡ଼କ୍ଟର ଶଙ୍କର ରାମଚନ୍ଦାନି,ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ପ୍ରମୁଖ ଯୋଗଦେଇଥିଲେ।ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ତୈଳ ଫଟୋଚିତ୍ରରେ ଧୁପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମଲପୁରୀ ଦିନ୍ ଉଚ୍ଛବ୍ ଆରମ୍ଭ ହୋଇ ଥିଲା।ଗବେଷକ ଲୋକ ସାହିତ୍ୟ ଲେଖକ ଲରମ୍ଭା ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ ନାଥ ଙ୍କ ପରିଚାଳନା କ୍ରମେ ବରଗଡ଼ ଜିଲ୍ଲା ସଂସ୍କୃତି ବିଭାଗ ଉପ ସଭାପତି ଅମୃତ ବାରିକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଗାଇସିଲେଟ ବ୍ଲକରୁ,କରମ ସାନି ଦଲ ଲରମ୍ଭା,ସାଂସ୍କୃତିକ କାର୍ଯ୍ୟକ୍ରମ ପରି ଚାଳନା ରେ ଥିଲେ ନାଟ୍ୟକାର ମନୋଜ ଭୋଇ,ଶଙ୍କର ବାରିକ,ଅବସର ପ୍ରାପ୍ତ ଶିକ୍ଷକ କୈଳାସ ମହାରଣା,ଜଣାଶୁଣା କବୟତ୍ରୀ ମମତା ସୁଶାରୀ,ସମାଜ ସେବୀକା ବୀଣାପାଣି ପଣ୍ଡା,ଅରୁଣା ମହାପାତ୍ର,ବ୍ଲଡ଼ ଡୋନର ରୀନା କମ୍ପ,ଟିଟୁ ଗାମିନା,ପବିତ୍ର ମେହେର,ଯୁବ କବି ଦୁର୍ଲ୍ଲଭ ଗଡ଼ତିଆ ଙ୍କ ସକ୍ରିୟ ସହଯୋଗ ରହିଥିଲା।ପଦ୍ମଶ୍ରୀ ଲୋକ କବିରତ୍ନ ଡକ୍ଟର ହଳଧର ନାଗ କବିତା ମାଧ୍ୟମରେ ଦର୍ଶକ ମାନଙ୍କୁ ବିଭୋର କରିଦେଇଥିବାବେଲେ ମହାରାଜ ରାବଣ ଅଭିନେତା ସୁଶୀଲ ମେହେର ତାଙ୍କ ଅଭିଭାଷଣରେ ଏବଂ ଡାକ୍ତର ଶଙ୍କର ରାମଚନ୍ଦାନି ଙ୍କ ସହ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ ବାଦ୍ୟକାର ଚୁଡ଼ାମଣି ପଶାୟତ ସମ୍ବଲପୁରୀ ଦିନ୍ ଉଚ୍ଛବ ପାଲନ କୁ ପ୍ରସଂଶା କରିବା ସହ ସମଲପୁରୀ ଦିନ ରେ ସତ୍ୟନାରାୟଣ ବହିଦାର ଏବଂ ଶ୍ରୀଧର ପ୍ରଧାନଙ୍କର ଜନମ ଦିନର ଶୁଭେଚ୍ଛା ଜ୍ଞାପନ କରି ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଉପରେ ଆଲୋ ଚନା କରିଥିଲେ।ସମଗ୍ର ବିଶ୍ଵରେ କିପରି ଏହି ସମଲପୁରୀ ସଂସ୍କୃତି କୁ କିପରି ପ୍ରଚାର ପ୍ରସାର କରାଯାଇ ପାରିବ ସେ ନେଇ ବିଭିନ୍ନ ପ୍ରକାରର ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହୋଇଥିଲା।ଏହି ଅବସରରେ ଅତାବିରା ବ୍ଲକ୍ ଅନ୍ଧାରି ପାଲି ଗ୍ରାମର ଝିଅ ଓପିଏସି ପରୀକ୍ଷା ରେ ରାଜ୍ୟ ରେ ପଞ୍ଚମ ସ୍ଥାନ ଅଧିକାର କରିଥିବା ଶ୍ୱେତଲିନା ମହାନା ଙ୍କୁ ପୁଷ୍ପମାଲ୍ୟ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।ନୃତ୍ୟ ଗୁରୁ ଭାଗବତ ପ୍ରଧାନ ବାଦ୍ୟକାର ଚୁଡ଼ାମଣି ପଶାୟତ ଙ୍କୁ ପଦ୍ମଶ୍ରୀ ସମ୍ମାନ ଯୋଗ୍ୟ ବିବେଚିତ କରି ତାଙ୍କ ଏହି ସମ୍ମାନ ମିଲୁ ବୋଲି ପଦ୍ମଶ୍ରୀ ଲୋକ କବିରତ୍ନ ଡକ୍ଟର ହଳଧର ନାଗ ଙ୍କୁ ଅମୃତ ବାରିକ ଅନୁରୋଧ କରିଥିଲେ।ନୃତ୍ୟ ସଙ୍ଗୀତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳିତ ବର୍ଷ ବିଶେଷ ଆକର୍ଷଣ ରୂପେ”ସମ୍ବଲପୁରୀ ନୁନି ଓ ପିଠା ପଣା ର ସମ୍ଭାର “ସମଲପୁରୀ ବଜାର”କୁ ରଖାଯାଇଥିଲା।”ସମଲପୁରୀ ନୁନି” ରେ ଭାଗ ନେଇଥିଲେ ପଞ୍ଚମ ଶ୍ରେଣୀ ରୁ ଉର୍ଦ୍ଧ୍ବ ବୟସର ଅତାବିରା ଏନ୍ ଏ ସି ର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ର ଛାତ୍ରୀ ମାନେ।ପ୍ରଥମ, ଦ୍ୱିତୀୟ,ତୃତୀୟ ଭାବରେ ଜୁନିୟର ଏବଂ ସିନିୟର ଦଲରୁ ଛଅ ଜଣ ଛାତ୍ରୀ ପ୍ରମୁଖ ଙ୍କୁ ମାନପତ୍ର,ମେମଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ବ୍ଲକରୁ ବିଭିନ୍ନ ଏସ ଏଚ ଜି ଦଲ ଯୋଗ ଦେଇ “ସମଲ ପୁରୀ ବଜାର”ପିଠାପଣା ଖାଦ୍ୟ ସାମଗ୍ରୀ ଓ ହାତ ତିଆରି ଜିନିଷର ପ୍ରଦର୍ଶନ କରିଥିଲେ।ସମଲପୁରୀ ଦିନ୍ ଉଚ୍ଛବ ରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।ପରି ଶେଷରେ ନାଟ୍ୟକାର ମନୋଜ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।




Leave a comment