ଘର ହିଁ ବିଦ୍ୟାଳୟ ପ୍ରକଳ୍ପ
ଅଦ୍ୟ ତା.୦୪/୦୮/୨୦୨୩ରିଖ ଶୁକ୍ରବାର ଦିନ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର, ଝିଲିମିଣ୍ଡା ଠାରେ “ଘର ହିଁ ବିଦ୍ୟାଳୟ”ପ୍ରକଳ୍ପର ପଞ୍ଚମ ସୋପାନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀମା ମେହେର
ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ମଙ୍ଗଳ
କାମନା କରିଥିଲେ।ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଅତିଥି ପରିଚୟ, ସ୍ବାଗତ ଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶ୍ରୀମାନ୍ ତାପସ ଭୋଇମୁଖ୍ୟ ବକ୍ତା ଭାବେ ଯୋଗ ଦେଇ”ଜୀବନର ଘନିଷ୍ଠତମ ଅନୁଭବ”ବିଷୟରେ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମଟିକୁ ସୁଶ୍ରୀ ବୈଶାଳୀ ଭୋଇ ପରିଚାଳନା କରିଥିବା ବେଳେ ସୁଶ୍ରୀ ହିମାଦ୍ରୀ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।ମାଆ ମାନଙ୍କୁ ମାଟି ଓ ପାଣିର ଅନୁଭବ ଜଣାଇ ସୁଶ୍ରୀ କୁନ୍ତୀ ପ୍ରଧାନ କାର୍ଯ୍ୟଶାଳା କରାଇଥିଲେ। ଗୁରୁମା ଗୁରୁଜୀ ମାନଙ୍କ ସହଯୋଗରେ
କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Leave a comment