*ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଠାବ, ହାତୀ ଆକ୍ରମଣରେ ମୃତ୍ୟୁ ସନ୍ଦେହ*କାମାକ୍ଷାନଗର ୬ ।୮: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କିଳି ଗ୍ରାମ ନିକଟସ୍ଥ ସୁନ୍ଦରାଖୋଲ ସରଂକ୍ଷିତ ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଠାବ ହୋଇଛି । ମୃତକ ହେଲେ ବାଲିପଶି ଗ୍ରାମର ବେଣୁଧର ସାହୁ । ସେ ଗତ ଜୁଲାଇ ୭ ତାରିଖରେ କଙ୍କିଳି ଗ୍ରାମକୁ ଟୋଲ ମଞ୍ଜି ପେଡିବାକୁ ଯାଇ ନିଖୋଜ ଥିଲେ । ତେବେ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ ।ତେବେ ଶନିବାର ସକାଳେ କଙ୍କିଳି ଗ୍ରାମର କିଛି ଲୋକ ଛତୁ ଖୋଜିବାକୁ ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲ ଭିତରେ ଏକ କଙ୍କାଳ ପଡ଼ିଥିବା ଦେଖିବା ପରେ ନିଖୋଜ ବୃଦ୍ଧଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ମୃତକଙ୍କ ପରିବାର ଘଟଣାସ୍ଥଳକୁ ଯାଇ ନିଖୋଜଙ୍କ ପୋଷାକ ଚିହ୍ନଟ କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପରଜଙ୍ଗ ପୋଲିସ ଓ ବନ ବିଭାଗ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛନ୍ତି । ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଦାବି କରିଛନ୍ତି ।

*ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଠାବ, ହାତୀ ଆକ୍ରମଣରେ ମୃତ୍ୟୁ ସନ୍ଦେହ*

କାମାକ୍ଷାନଗର ୬ ।୮: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କିଳି ଗ୍ରାମ ନିକଟସ୍ଥ ସୁନ୍ଦରାଖୋଲ ସରଂକ୍ଷିତ ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଠାବ ହୋଇଛି । ମୃତକ ହେଲେ ବାଲିପଶି ଗ୍ରାମର ବେଣୁଧର ସାହୁ । ସେ ଗତ ଜୁଲାଇ ୭ ତାରିଖରେ କଙ୍କିଳି ଗ୍ରାମକୁ ଟୋଲ ମଞ୍ଜି ପେଡିବାକୁ ଯାଇ ନିଖୋଜ ଥିଲେ । ତେବେ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ ।


ତେବେ ଶନିବାର ସକାଳେ କଙ୍କିଳି ଗ୍ରାମର କିଛି ଲୋକ ଛତୁ ଖୋଜିବାକୁ ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲ ଭିତରେ ଏକ କଙ୍କାଳ ପଡ଼ିଥିବା ଦେଖିବା ପରେ ନିଖୋଜ ବୃଦ୍ଧଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ମୃତକଙ୍କ ପରିବାର ଘଟଣାସ୍ଥଳକୁ ଯାଇ ନିଖୋଜଙ୍କ ପୋଷାକ ଚିହ୍ନଟ କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପରଜଙ୍ଗ ପୋଲିସ ଓ ବନ ବିଭାଗ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛନ୍ତି । ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଦାବି କରିଛନ୍ତି ।

Leave a comment

Design a site like this with WordPress.com
Get started