
ଆପ୍ ଢ଼େଙ୍କାନାଳ ପକ୍ଷରୁ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ଯେପରି ଇଂରେଜ ମାନଙ୍କୁ ଭାରତ ଛାଡିବାକୁ କୁହାଯାଇଥିଲା, ସେହିପରି ଗଣତନ୍ତ୍ର ହତ୍ୟାକାରୀ, ସମ୍ବିଧାନ ହତ୍ୟାକାରୀ, ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଦଳ ମାନେ ଗାଦି ଛାଡ଼ ଡାକରା ଦେଇଥିଲେ l କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବୀର ଶହୀଦ ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ତାଛଡା ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସlଦ ପଣ୍ଡା, ସମ୍ପାଦକ ବିଧୁରଞ୍ଜନ ନାୟକ ଓ ଚିନ୍ମୟ ସେନାପତି, ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ, ସକ୍ରିୟ ସଦସ୍ୟ ଅଜୟ ସାହୁ, ପ୍ରକାଶ ଭୁତିଆ, କ୍ୟାରୋଲିନ ପାଳ, ରଚିତା ନାଏକ ସରୋଜିନୀ ବେହେରା, ରୁବି ନାୟକ, କମଳିନୀ ନାୟକ, ମଧୁସୂଦନ ମଲିକ, ବିଜୟ ନାଏକ, ପ୍ରଶାନ୍ତ ନାୟକ, ପବିତ୍ର ବେହେରା ପ୍ରମୁଖ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ l
Leave a comment