ଆସୁଛି ଗଦର୨

ମୁମ୍ବ‌ାଇ: ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ପ୍ରେକ୍ଷାଳରେ ମୁକ୍ତିଲାଭ କରିଛି ସନି ଦେଓଲ ଓ ଅମିଶା ପଟେଲ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’। ଫିଲ୍ମ ପାଇଁ ବହୁ ମାତ୍ରାରେ ଅଗ୍ରିମ ବୁକିଂ ହୋଇଥିବାରୁ ସକାଳୁ ପ୍ରେକ୍ଷାଳରେ ସମ୍ମୁଖରେ ଲମ୍ବା ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ସକାଳ ସୋ’ରେ ପ୍ରାୟ ୪୫ ପ୍ରତିଶତ ଦର୍ଶକଙ୍କୁ ଦେଖିବାକୁ ମିଳିଛି। ଯେଉଁଠାରେ ଲୋକମାନେ ୨୨ ବର୍ଷ ତଳେ ରିଲଜ୍‌ ହୋଇଥିବା ‘ଗଦର: ଏକ ପ୍ରେମ କଥା’ର ସ୍ମୃତିକୁ ମନେ ପକାଇ ପ୍ରେକ୍ଷାଳୟରେ ପହଞ୍ଚୁଛନ୍ତି। ଏହା ସନି ଦେଓଲଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି।

୨୦୨୩ ମସିହାରେ ଶାହରୁଖ ଖାନଙ୍କ ‘ପଠାନ’ ପରେ ‘ଗଦର-୨’ ପାଇଁ ସବୁଠାରୁ ଅଧିକ ଟିକେଟ୍‌ ଅଗ୍ରିମ ବୁକିଂ ହୋଇଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ରାତି ସୁଧା ସନି ଦେଓଲଙ୍କ ଏହି ଫିଲ୍ମ ପାଇଁ ୭,୨୨,୮୨୧ ଟିକେଟ୍ ହୋଇଥିବା ସୂଚନା ରହିଛି। ରିଲିଜ୍ ପୂର୍ବରୁ ମଧ୍ୟ ଏହି ଚଳଚ୍ଚିତ୍ର ଉଦଘାଟନୀ ଦିନରେ୧୭.୬ କୋଟି ଟଙ୍କା ଆୟ କରିଛି। ଶୁକ୍ରବାର ଦିନ ଅନ-ସ୍ପଟ୍ ବୁକିଂ ମଧ୍ୟ ହେଉଛି।

ବିଶେଷକରି ସକାଳ ବା ମର୍ଣ୍ଣିଂ ସୋ’ରେ, ୪୫% ରୁ ଅଧିକ ଦର୍ଶକ ହଲ୍‌କୁ ଆସିଥିବା ରେକର୍ଡ ହୋଇଛି। ସଂଧ୍ୟାକୁ ଏହା ୬୫ ପ୍ରତିଶତକୁ ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି।

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ଗଦର-୨’, ୨୦୦୧ ମସିହାର ଚଳଚ୍ଚିତ୍ର ‘ଗାଦର: ଏକ ପ୍ରେମ କଥାର’ ସିକ୍ୱେଲ ଅଟେ। ଭାରତୀୟ ସିନେମା ଇତିହାସରେ ‘ସୋଲେ’, ‘ଦିଲୱାଲେ ଦୁଲହାନିଆ ଲେ ଯାୟେଙ୍ଗେ’, ‘ହମ ଆପକେ ହେଁ କୌନ!’ ପରି ‘ଗଦର: ଏକ ପ୍ରେମ କଥା’ ମଧ୍ୟ ଏକ ଆଇକନିକ ଚଳଚ୍ଚିତ୍ର।

‘ଗଦର-୨’ ସାରା ଦେଶରେ ୩୫୦୦ ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି। ଫିଲ୍ମର ବଜେଟ୍ ୭୫-୮୦ କୋଟି ମଧ୍ୟରେ ଅଛି। ଏହାର ଅର୍ଥ ୧୦୦ କୋଟି କ୍ଲବରେ ପ୍ରବେଶ କରିବା ମାତ୍ରେ ‘ଗଦର-୨’ ବକ୍ସ ଅଫିସରେ ‘ହିଟ୍’ ହୋଇଯିବ।

Leave a comment

Design a site like this with WordPress.com
Get started