ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦଦେଢବର୍ଷରେ ପରିବାର ହରାଇଲା ୪ ସଦସ୍ୟLatestLeadingକେନ୍ଦୁଝରBy Sambad Digital Last updated Aug 11, 2023 ସେୟାରଭୁବନେଶ୍ୱର: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ତଥା ଓଡ଼ିଆ ପୁଅ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହି ବୋଲି ଜଣାପଡିଛି | ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ ୬୦ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ | ଯବାନମାନେ ମଧ୍ୟ ଆକ୍ରମଣର ଜବାବ ଦେବାକୁ ଗୁଳି ଚଳାଇଥିଲେ | ତେବେ ନକ୍ସଲଙ୍କ ଗୁଳିମାଡରେ ସିଆରପିଏଫର ଦୁଇ ଜଣ ଯବାନ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇପଡ଼ିଥିଲେ |ଏହାପରେ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା | ତେବେ ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ | ଅନ୍ୟପଟେ ମୁନ୍ନାଙ୍କ ଅବସ୍ଥା ମଧ୍ୟ ଏବେ ବି ଗୁରୁତର ଅଛି | ଉଲ୍ଲେଖ ଥାଉ କି ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଛିଣ୍ଡିପଡିଛି | କାରଣ କିଛି ବର୍ଷ ଅନ୍ତରରେ ତାଙ୍କ ପରିବାରର ବାପା ଓ ଦୁଇ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି | ସୁଶାନ୍ତଙ୍କ ବଡଭାଇ ମଧ୍ୟ ସିଆରପିଏଫରେ ଥିଲେ ଓ ୨ ବର୍ଷ ତଳେ ସେ ବି ସହିଦ ହୋଇଥିଲେ |କିଛିଦିନ ତଳେ ସୁଶାନ୍ତଙ୍କ ବାପାଙ୍କ ପରଲୋକ ହୋଇଥିବାବେଳେ ଦୁଇ ମାସ ତଳେ ସୁଶାନ୍ତ ବିବାହ କରିଥିଲେ | ସୁଶାନ୍ତଙ୍କ ଆଉ ଜଣେ ଭାଇଙ୍କର କ୍ୟାନ୍ସରରେ ବି କିଛିଦିନ ତଳେ ମୃତ୍ୟୁ ଘଟିଥିଲା | ସୁଶାନ୍ତଙ୍କ ମା ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଏବେ ତାଙ୍କ ପାଖରେ ତାଙ୍କ ଭଉଣୀ ଅଛନ୍ତି | ପୂର୍ବବର୍ତ୍ତୀ ଖବରଗାଡ଼ି ଧକ୍କାରେ ରାସ୍ତା ଅତିକ୍ରମ କରୁଥିବା ଚିତା ଆହତ: ଭିଡିଓ ଭାଇରାଲପରବର୍ତ୍ତୀ ଖବର ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ୍ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟସମ୍ବନ୍ଧିତ ଖବରLatest‘ମୁଁ ପାଗଳ କି… ?’ ବିରୋଧୀ ମେଣ୍ଟରେ ଯୋଗଦେବା ପ୍ରସଙ୍ଗରେ କହିଲେ ଓୱେସିLatest୧୬ରୁ ସମୂହ ଛୁଟିରେ ରହିବେ ସବୁବର୍ଗର ପ୍ରାଥମିକ ଶିକ୍ଷକ: ବିଦ୍ୟାଳୟରେ ପାଠପଢ଼ା ଠପ୍Latest‘ମୁଁ ରାସ୍ତାରେ ବୁଲିବୁଲି ତଉଲିଆ ବିକ୍ରି କରୁଛି, କିନ୍ତୁ ପୁଅ ମୋର ହେବ ଇଞ୍ଜିନିୟର’Latestନିଜର ଆଖି ପରୀକ୍ଷା କରିନିଅନ୍ତୁ: କହିଲେ ଏହି ଫଟୋରେ ଥିବା ଅନେକ ଗୁଣ୍ଡିଚିମୂଷାଙ୍କ ମେଳରେ ମୂଷା…Latestଆଫ୍ରିକୀୟ ଦେଶ ନାଇଜରରେ ଥିବା ଭାରତୀୟଙ୍କୁ ଯଥାଶୀଘ୍ର ସେଠାରୁ ଫେରି ଆସିବାକୁ କହିଲା ଭାରତLatestଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୁଲିସ, ୨ଟି ମୋବାଇଲ ସହ ନଗଦ ୨,୭୭,୩୦୦ ଟଙ୍କା ଜବତLatestଫାଇଲେରିଆ ଓ କୃମିନାଶକ ଔଷଧ ଖାଇ ଚେତା ହରାଇଲେ ଶତାଧିକ ଛାତ୍ରଛାତ୍ରୀLatestଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଓ ୫୦୦୦ ଟଙ୍କା ଜରିମାନାsambad horoscope bannerସମ୍ବନ୍ଧିତ‘ମୁଁ ପାଗଳ କି… ?’ ବିରୋଧୀ ମେଣ୍ଟରେ ଯୋଗଦେବା…Aug 11, 2023୧୬ରୁ ସମୂହ ଛୁଟିରେ ରହିବେ ସବୁବର୍ଗର ପ୍ରାଥମିକ ଶିକ୍ଷକ: ବିଦ୍ୟାଳୟରେ…Aug 11, 2023‘ମୁଁ ରାସ୍ତାରେ ବୁଲିବୁଲି ତଉଲିଆ ବିକ୍ରି କରୁଛି, କିନ୍ତୁ ପୁଅ ମୋର…Aug 11, 2023ନିଜର ଆଖି ପରୀକ୍ଷା କରିନିଅନ୍ତୁ: କହିଲେ ଏହି ଫଟୋରେ ଥିବା ଅନେକ…Aug 11, 2023ଆଫ୍ରିକୀୟ ଦେଶ ନାଇଜରରେ ଥିବା ଭାରତୀୟଙ୍କୁ ଯଥାଶୀଘ୍ର ସେଠାରୁ ଫେରି…Aug 11, 2023କ୍ୟାଲେଣ୍ଡର୍August 2023M T W T F S S 1 2 3 4 5 67 8 9 10 11 12 1314 15 16 17 18 19 2021 22 23 24 25 26 2728 29 30 31 « Jul About Us Contact Us Sambad E-Paper Feedback Privacy Policy Payment© 2023 – Sambad. All Rights Reserved.Developed By: Team Sambad


ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ
ଦେଢବର୍ଷରେ ପରିବାର ହରାଇଲା ୪ ସଦସ୍ୟ
LatestLeadingକେନ୍ଦୁଝର
By Sambad Digital Last updated Aug 11, 2023

ସେୟାର
ଭୁବନେଶ୍ୱର: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ତଥା ଓଡ଼ିଆ ପୁଅ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହି ବୋଲି ଜଣାପଡିଛି | ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ ୬୦ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ | ଯବାନମାନେ ମଧ୍ୟ ଆକ୍ରମଣର ଜବାବ ଦେବାକୁ ଗୁଳି ଚଳାଇଥିଲେ | ତେବେ ନକ୍ସଲଙ୍କ ଗୁଳିମାଡରେ ସିଆରପିଏଫର ଦୁଇ ଜଣ ଯବାନ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇପଡ଼ିଥିଲେ |

ଏହାପରେ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା | ତେବେ ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ | ଅନ୍ୟପଟେ ମୁନ୍ନାଙ୍କ ଅବସ୍ଥା ମଧ୍ୟ ଏବେ ବି ଗୁରୁତର ଅଛି | ଉଲ୍ଲେଖ ଥାଉ କି ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଛିଣ୍ଡିପଡିଛି | କାରଣ କିଛି ବର୍ଷ ଅନ୍ତରରେ ତାଙ୍କ ପରିବାରର ବାପା ଓ ଦୁଇ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି | ସୁଶାନ୍ତଙ୍କ ବଡଭାଇ ମଧ୍ୟ ସିଆରପିଏଫରେ ଥିଲେ ଓ ୨ ବର୍ଷ ତଳେ ସେ ବି ସହିଦ ହୋଇଥିଲେ |

କିଛିଦିନ ତଳେ ସୁଶାନ୍ତଙ୍କ ବାପାଙ୍କ ପରଲୋକ ହୋଇଥିବାବେଳେ ଦୁଇ ମାସ ତଳେ ସୁଶାନ୍ତ ବିବାହ କରିଥିଲେ | ସୁଶାନ୍ତଙ୍କ ଆଉ ଜଣେ ଭାଇଙ୍କର କ୍ୟାନ୍ସରରେ ବି କିଛିଦିନ ତଳେ ମୃତ୍ୟୁ ଘଟିଥିଲା | ସୁଶାନ୍ତଙ୍କ ମା ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଏବେ ତାଙ୍କ ପାଖରେ ତାଙ୍କ ଭଉଣୀ ଅଛନ୍ତି |


ପୂର୍ବବର୍ତ୍ତୀ ଖବର

ଗାଡ଼ି ଧକ୍କାରେ ରାସ୍ତା ଅତିକ୍ରମ କରୁଥିବା ଚିତା ଆହତ: ଭିଡିଓ ଭାଇରାଲ

ପରବର୍ତ୍ତୀ ଖବର

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ୍ ଲଗାଇଲେ ଚଣ୍ଡିଗଡ଼ ହାଇକୋର୍ଟ

ସମ୍ବନ୍ଧିତ ଖବର
Latest
‘ମୁଁ ପାଗଳ କି… ?’ ବିରୋଧୀ ମେଣ୍ଟରେ ଯୋଗଦେବା ପ୍ରସଙ୍ଗରେ କହିଲେ ଓୱେସି

Latest
୧୬ରୁ ସମୂହ ଛୁଟିରେ ରହିବେ ସବୁବର୍ଗର ପ୍ରାଥମିକ ଶିକ୍ଷକ: ବିଦ୍ୟାଳୟରେ ପାଠପଢ଼ା ଠପ୍

Latest
‘ମୁଁ ରାସ୍ତାରେ ବୁଲିବୁଲି ତଉଲିଆ ବିକ୍ରି କରୁଛି, କିନ୍ତୁ ପୁଅ ମୋର ହେବ ଇଞ୍ଜିନିୟର’

Latest
ନିଜର ଆଖି ପରୀକ୍ଷା କରିନିଅନ୍ତୁ: କହିଲେ ଏହି ଫଟୋରେ ଥିବା ଅନେକ ଗୁଣ୍ଡିଚିମୂଷାଙ୍କ ମେଳରେ ମୂଷା…

Latest
ଆଫ୍ରିକୀୟ ଦେଶ ନାଇଜରରେ ଥିବା ଭାରତୀୟଙ୍କୁ ଯଥାଶୀଘ୍ର ସେଠାରୁ ଫେରି ଆସିବାକୁ କହିଲା ଭାରତ

Latest
ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୁଲିସ, ୨ଟି ମୋବାଇଲ ସହ ନଗଦ ୨,୭୭,୩୦୦ ଟଙ୍କା ଜବତ

Latest
ଫାଇଲେରିଆ ଓ କୃମିନାଶକ ଔଷଧ ଖାଇ ଚେତା ହରାଇଲେ ଶତାଧିକ ଛାତ୍ରଛାତ୍ରୀ

Latest
ଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଓ ୫୦୦୦ ଟଙ୍କା ଜରିମାନା

sambad horoscope banner
ସମ୍ବନ୍ଧିତ

‘ମୁଁ ପାଗଳ କି… ?’ ବିରୋଧୀ ମେଣ୍ଟରେ ଯୋଗଦେବା…

Aug 11, 2023
୧୬ରୁ ସମୂହ ଛୁଟିରେ ରହିବେ ସବୁବର୍ଗର ପ୍ରାଥମିକ ଶିକ୍ଷକ: ବିଦ୍ୟାଳୟରେ…

Aug 11, 2023
‘ମୁଁ ରାସ୍ତାରେ ବୁଲିବୁଲି ତଉଲିଆ ବିକ୍ରି କରୁଛି, କିନ୍ତୁ ପୁଅ ମୋର…

Aug 11, 2023
ନିଜର ଆଖି ପରୀକ୍ଷା କରିନିଅନ୍ତୁ: କହିଲେ ଏହି ଫଟୋରେ ଥିବା ଅନେକ…

Aug 11, 2023
ଆଫ୍ରିକୀୟ ଦେଶ ନାଇଜରରେ ଥିବା ଭାରତୀୟଙ୍କୁ ଯଥାଶୀଘ୍ର ସେଠାରୁ ଫେରି…

Aug 11, 2023
କ୍ୟାଲେଣ୍ଡର୍
August 2023
M T W T F S S
1 2 3 4 5 6
7 8 9 10 11 12 13
14 15 16 17 18 19 20
21 22 23 24 25 26 27
28 29 30 31
« Jul
About Us Contact Us Sambad E-Paper Feedback Privacy Policy Payment
© 2023 – Sambad. All Rights Reserved.Devel

Leave a comment

Design a site like this with WordPress.com
Get started