କଳା ପଲସର ଲୁଟେରାଙ୍କ ଆତଙ୍କରାଜ : ସ୍ବାମୀ ଆଗରେ ସ୍ତ୍ରୀ ମୁଣ୍ଡରେ ଲଗାଇଲେ ବନ୍ଧୁକ, ଲୁଟିନେଲେ ସୁନା ଅଳଙ୍କାର

ଢେଙ୍କାନାଳ : ଭୁବନ ଥାନାଠାରୁ ଦୁଇ କିଲୋମିଟର ଜାତୀୟ ରାଜପଥରେ ଲୁଟ୍ । ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ଲୁଟିନେଲେ ସୁନା ଚେନ୍, କାନଫୁଲ ଓ ମଙ୍ଗଳସୂତ୍ର । ଏଭଳି ଲୁଟ୍ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶାମଳ ଜଙ୍ଗଲ ନିକଟରେ ।ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କିଙ୍ଗୋଳ ଗ୍ରାମର ଶିକ୍ଷକ ଶୁଭ୍ରକାନ୍ତ ପରିଡା ଏକ ବାଇକ୍ ଯୋଗେ ସ୍ତ୍ରୀ ସୁଚିଶ୍ମିତା ସ୍ବାଇଁଙ୍କୁ ଯମୁନାକୋଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାଡି କୁନିଦା ତପୋବନ ବିଦ୍ୟାଳୟକୁ ଯାଇଥାନ୍ତେ ।ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କିଙ୍ଗୋଳ ଗ୍ରାମର ଶିକ୍ଷକ ଶୁଭ୍ରକାନ୍ତ ପରିଡା ଏକ ବାଇକ୍ ଯୋଗେ ସ୍ତ୍ରୀ ସୁଚିଶ୍ମିତା ସ୍ବାଇଁଙ୍କୁ ଯମୁନାକୋଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାଡି କୁନିଦା ତପୋବନ ବିଦ୍ୟାଳୟକୁ ଯାଇଥାନ୍ତେ ।ବାଟରେ ଶାମଳ ଜଙ୍ଗଲ ନିକଟରେ ପଛପଟୁ ଏକ କଳା ପଲସରରେ ତିନି ଜଣ ସାଇଟ୍ ମାରିବା କଥା କହି ଉଭୟଙ୍କୁ ଅଟକାଇଥିଲେ । ତିନି ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ସୁନା ଚେନ୍, କାନଫୁଲ ଓ ମଙ୍ଗଳ ସୂତ୍ର ନେଇ ପଳାଇଥିଲେ । ଘଟଣା ପରେ ଉଭୟ ସ୍ବାମୀ-ସ୍ତ୍ରୀ ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ପରେ ଘଟଣାର ତନାଘନା କରୁଛି ଭୁବନ ପୋଲିସ ।

ଢେଙ୍କାନାଳ ଭୁବନ ବ୍ଲକ

Leave a comment

Design a site like this with WordPress.com
Get started