ଏବେ ୨ ଭାଗରେ ବିଭକ୍ତ ହେବ ଚନ୍ଦ୍ରଯାନ-୩, ଲ୍ୟାଣ୍ଡର ଓ ମଡ୍ୟୁଲକୁ କରାଯିବ ପୃଥକଚନ୍ଦ୍ର ପୃଷ୍ଠରେ ଅବତରଣ ନିମନ୍ତେ ଚନ୍ଦ୍ରଯାନ-୩ ଲାଗି ଆଉ ମାତ୍ର ୭ ଦିନ ବାକି। ୧୬ ଅଗଷ୍ଟ ବୁଧବାର ପୂର୍ବାହ୍ନରେ ଚନ୍ଦ୍ରଯାନ ସଫଳତାର ସହ ପଞ୍ଚମ କକ୍ଷପଥକୁ ପହଞ୍ଚିଛି। ଚନ୍ଦ୍ରଯାନ-୩ ଏବେ ୧୫୩ କିମି X୧୬୩ କିମି କକ୍ଷ ପଥରେ ଘୁରି ବୁଲୁଛି। ଏହା ପୂର୍ବରୁ ଚନ୍ଦ୍ରଯାନ ୧୫୦ କିମି X୧୭୭ କିମି କକ୍ଷପଥରେ ପରିକ୍ରମା କରୁଥିଲା।ତେବେ ୧୭ ଅଗଷ୍ଟ ଗୁରୁବାର ଚନ୍ଦ୍ରଯାନ ୨ ଭାଗରେ ବିଭକ୍ତ ହେବ। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଚନ୍ଦ୍ରଯାନ-୩ର ଇଣ୍ଟିଗ୍ରେଟେଡ ମଡ୍ୟୁଲ ଦୁଇ ଭାଗ ହେବ।ପଞ୍ଚମ କକ୍ଷପଥରେ ଚନ୍ଦ୍ରଯାନ-୩; ସଫଳତାର ସହ ଅବସ୍ଥାପିତ କଲା ଇସ୍ରୋଏହାର ଗୋଟିଏ ଅଂଶ ପ୍ରପଲସନ ମଡ୍ୟୁଲ ହୋଇଥିବା ବେଳେ ଅନ୍ୟ ଭାଗଟି ଲ୍ୟାଣ୍ଡର ମଡ୍ୟୁଲ। ଦୁଇ ମଡ୍ୟୁଲ ପୃଥକ ହେବା ପରେ ୧୦୦ କିମି X୧୦୦ କିମି କକ୍ଷପଥରେ ପରିକ୍ରମା କରିବାକୁ ଲାଗିବେ। ତେବେ ଏହି ପରିକ୍ରମା ସମୟରେ ଉଭୟ ମଡ୍ୟୁଲ ମଧ୍ୟରେ ବେଶ୍ ଦୂରତା ରହିବ। ଏହା ପରେ ୧୮ ଓ ୨୦ ଅଗଷ୍ଟରେ ଲ୍ୟାଣ୍ଡରକୁ ଡି ଅର୍ବିଟିଂ କରାଯିବ। ୧୮ ଅଗଷ୍ଟ ୨୦୨୩ ଅପରାହ୍ନ ପାଖାପାଖି ୪ଟା ବେଳେ ଲ୍ୟାଣ୍ଡରର ଥ୍ରଷ୍ଟର୍ସକୁ ଅନ୍ କରାଯିବ। ଏହା ଦ୍ୱାରା ଲ୍ୟାଣ୍ଡରକୁ ଉପଯୁକ୍ତ ସ୍ଥାନକୁ ନେଇ ଏହାର ବେଗ ହ୍ରାସ କରାଯିବ।୨୦ ଅଗଷ୍ଟ ବିଳମ୍ବିତ ରାତ୍ରି ପ୍ରାୟ ଗୋଟାଏ ୪୫ରୁ ୨ଟା ମଧ୍ୟରେ ଏହି କାମ କରାଯିବ। ଏବେ ଚନ୍ଦ୍ରଯାନ-୩କୁ ୧୦୦ କିଲୋମିଟରର ଗୋଲାକାର କକ୍ଷପଥକୁ ଅଣାଯିବା କାମ ବାକି ଅଛି। ଏ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ ସମ୍ପର୍କିତ ୪ ଟି ପର୍ଯ୍ୟାୟ ପୂରଣ ହୋଇଛି। ଏହାର ପଞ୍ଚମ ପର୍ଯ୍ୟାୟରେ ପ୍ରୋପଲସନ ଓ ଲ୍ୟାଣ୍ଡର ମଡ୍ୟୁଲକୁ ପୃଥକ କରାଯିବ। ଏହା ପରେ ୨୩ ତାରିଖ ଅପରାହ୍ନ ୫ଟା ୪୫ରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରାଯିବ। ଏହା ହେବ ଚନ୍ଦ୍ରଯାନ-୩ର ଅଷ୍ଟମ ପର୍ଯ୍ୟାୟ କାର୍ଯ୍ୟକ୍ରମ।ଲ୍ୟାଣ୍ଡିଂ ସମୟରେ ଧୂଳି ଉଡିବାର ଆଶଙ୍କା କରାଯାଉଛି। ଏଣୁ ଧୂଳି ନ ହଟିବା ପର୍ଯ୍ୟନ୍ତ ଲ୍ୟାଣ୍ଡରରୁ ରୋଭରକୁ ବାହାରକୁ ଅଣାଯିବ ନାହିଁ। କାର୍ଯ୍ୟକ୍ରମର ନବମ ପର୍ଯ୍ୟାୟରେ ଲ୍ୟାଣ୍ଡରରୁ ରୋଭର ବାହାରକୁ ଆସିବ। ବାହାରକୁ ବାହାରିବା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରର ଆଖପାଖରେ ଘୁରି ବୁଲିବା ସହିତ ଅଞ୍ଚଳର ଯାଞ୍ଚ କରିବ। ଯାଞ୍ଚ ପରେ ଏହା ଲଗାତାର ନିଜର ତଥ୍ୟ ଚନ୍ଦ୍ର ପୃଷ୍ଠରୁ ୧୦୦ କିଲୋମିଟର ଉପରେ ଘୁରି ବୁଲୁଥିବା ପ୍ରୋପଲସନ ମଡେଲକୁ ଦେବ। ସେଠାରୁ ଡାଟା ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଡିପ୍ ସ୍ପେଶ୍ ନେଟୱାର୍କ (ଆଇଡିଏସଏନ)କୁ ମିଳିବ।ବେଙ୍ଗାଲୁରୁରେ ଥିବା ଇସ୍ରୋ ଟେଲିମେଟ୍ରି ଟ୍ରାକିଙ୍ଗ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟିଆରଏସି)ଙ୍କ ମିସନ ଅପରେସନ କମ୍ପ୍ଲେକ୍ସ ଲଗାତାର ଚନ୍ଦ୍ରଯାନ-୩ର ଯାନ୍ତ୍ରିକ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ର ସମସ୍ତ ଯନ୍ତ୍ରପାତି ଠିକ୍ ରୂପେ କାମ କରୁଥିବା କମ୍ପ୍ଲେକ୍ସ ସୂଚନା ଦେଇଛନ୍ତି।

ଏବେ ୨ ଭାଗରେ ବିଭକ୍ତ ହେବ ଚନ୍ଦ୍ରଯାନ-୩, ଲ୍ୟାଣ୍ଡର ଓ ମଡ୍ୟୁଲକୁ କରାଯିବ ପୃଥକ

ଚନ୍ଦ୍ର ପୃଷ୍ଠରେ ଅବତରଣ ନିମନ୍ତେ ଚନ୍ଦ୍ରଯାନ-୩ ଲାଗି ଆଉ ମାତ୍ର ୭ ଦିନ ବାକି। ୧୬ ଅଗଷ୍ଟ ବୁଧବାର ପୂର୍ବାହ୍ନରେ ଚନ୍ଦ୍ରଯାନ ସଫଳତାର ସହ ପଞ୍ଚମ କକ୍ଷପଥକୁ ପହଞ୍ଚିଛି। ଚନ୍ଦ୍ରଯାନ-୩ ଏବେ ୧୫୩ କିମି X୧୬୩ କିମି କକ୍ଷ ପଥରେ ଘୁରି ବୁଲୁଛି। ଏହା ପୂର୍ବରୁ ଚନ୍ଦ୍ରଯାନ ୧୫୦ କିମି X୧୭୭ କିମି କକ୍ଷପଥରେ ପରିକ୍ରମା କରୁଥିଲା।

ତେବେ ୧୭ ଅଗଷ୍ଟ ଗୁରୁବାର ଚନ୍ଦ୍ରଯାନ ୨ ଭାଗରେ ବିଭକ୍ତ ହେବ। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଚନ୍ଦ୍ରଯାନ-୩ର ଇଣ୍ଟିଗ୍ରେଟେଡ ମଡ୍ୟୁଲ ଦୁଇ ଭାଗ ହେବ।

ପଞ୍ଚମ କକ୍ଷପଥରେ ଚନ୍ଦ୍ରଯାନ-୩; ସଫଳତାର ସହ ଅବସ୍ଥାପିତ କଲା ଇସ୍ରୋ

ଏହାର ଗୋଟିଏ ଅଂଶ ପ୍ରପଲସନ ମଡ୍ୟୁଲ ହୋଇଥିବା ବେଳେ ଅନ୍ୟ ଭାଗଟି ଲ୍ୟାଣ୍ଡର ମଡ୍ୟୁଲ। ଦୁଇ ମଡ୍ୟୁଲ ପୃଥକ ହେବା ପରେ ୧୦୦ କିମି X୧୦୦ କିମି କକ୍ଷପଥରେ ପରିକ୍ରମା କରିବାକୁ ଲାଗିବେ। ତେବେ ଏହି ପରିକ୍ରମା ସମୟରେ ଉଭୟ ମଡ୍ୟୁଲ ମଧ୍ୟରେ ବେଶ୍ ଦୂରତା ରହିବ। ଏହା ପରେ ୧୮ ଓ ୨୦ ଅଗଷ୍ଟରେ ଲ୍ୟାଣ୍ଡରକୁ ଡି ଅର୍ବିଟିଂ କରାଯିବ। ୧୮ ଅଗଷ୍ଟ ୨୦୨୩ ଅପରାହ୍ନ ପାଖାପାଖି ୪ଟା ବେଳେ ଲ୍ୟାଣ୍ଡରର ଥ୍ରଷ୍ଟର୍ସକୁ ଅନ୍ କରାଯିବ। ଏହା ଦ୍ୱାରା ଲ୍ୟାଣ୍ଡରକୁ ଉପଯୁକ୍ତ ସ୍ଥାନକୁ ନେଇ ଏହାର ବେଗ ହ୍ରାସ କରାଯିବ।

୨୦ ଅଗଷ୍ଟ ବିଳମ୍ବିତ ରାତ୍ରି ପ୍ରାୟ ଗୋଟାଏ ୪୫ରୁ ୨ଟା ମଧ୍ୟରେ ଏହି କାମ କରାଯିବ। ଏବେ ଚନ୍ଦ୍ରଯାନ-୩କୁ ୧୦୦ କିଲୋମିଟରର ଗୋଲାକାର କକ୍ଷପଥକୁ ଅଣାଯିବା କାମ ବାକି ଅଛି। ଏ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ ସମ୍ପର୍କିତ ୪ ଟି ପର୍ଯ୍ୟାୟ ପୂରଣ ହୋଇଛି। ଏହାର ପଞ୍ଚମ ପର୍ଯ୍ୟାୟରେ ପ୍ରୋପଲସନ ଓ ଲ୍ୟାଣ୍ଡର ମଡ୍ୟୁଲକୁ ପୃଥକ କରାଯିବ। ଏହା ପରେ ୨୩ ତାରିଖ ଅପରାହ୍ନ ୫ଟା ୪୫ରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରାଯିବ। ଏହା ହେବ ଚନ୍ଦ୍ରଯାନ-୩ର ଅଷ୍ଟମ ପର୍ଯ୍ୟାୟ କାର୍ଯ୍ୟକ୍ରମ।

ଲ୍ୟାଣ୍ଡିଂ ସମୟରେ ଧୂଳି ଉଡିବାର ଆଶଙ୍କା କରାଯାଉଛି। ଏଣୁ ଧୂଳି ନ ହଟିବା ପର୍ଯ୍ୟନ୍ତ ଲ୍ୟାଣ୍ଡରରୁ ରୋଭରକୁ ବାହାରକୁ ଅଣାଯିବ ନାହିଁ। କାର୍ଯ୍ୟକ୍ରମର ନବମ ପର୍ଯ୍ୟାୟରେ ଲ୍ୟାଣ୍ଡରରୁ ରୋଭର ବାହାରକୁ ଆସିବ। ବାହାରକୁ ବାହାରିବା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରର ଆଖପାଖରେ ଘୁରି ବୁଲିବା ସହିତ ଅଞ୍ଚଳର ଯାଞ୍ଚ କରିବ। ଯାଞ୍ଚ ପରେ ଏହା ଲଗାତାର ନିଜର ତଥ୍ୟ ଚନ୍ଦ୍ର ପୃଷ୍ଠରୁ ୧୦୦ କିଲୋମିଟର ଉପରେ ଘୁରି ବୁଲୁଥିବା ପ୍ରୋପଲସନ ମଡେଲକୁ ଦେବ। ସେଠାରୁ ଡାଟା ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଡିପ୍ ସ୍ପେଶ୍ ନେଟୱାର୍କ (ଆଇଡିଏସଏନ)କୁ ମିଳିବ।

ବେଙ୍ଗାଲୁରୁରେ ଥିବା ଇସ୍ରୋ ଟେଲିମେଟ୍ରି ଟ୍ରାକିଙ୍ଗ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟିଆରଏସି)ଙ୍କ ମିସନ ଅପରେସନ କମ୍ପ୍ଲେକ୍ସ ଲଗାତାର ଚନ୍ଦ୍ରଯାନ-୩ର ଯାନ୍ତ୍ରିକ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ର ସମସ୍ତ ଯନ୍ତ୍ରପାତି ଠିକ୍ ରୂପେ କାମ କରୁଥିବା କମ୍ପ୍ଲେକ୍ସ ସୂଚନା ଦେଇଛନ୍ତି।

Leave a comment

Design a site like this with WordPress.com
Get started