ଯାଯାବର
———-
ନଈ ଭଳି ସେମାନଙ୍କ ଜୀବନର ଗତି
ଠା ଠିକଣାରେ କି କାମ ଯେ ?
ମାଇଲ ମାଇଲ ମାଟି
ଅସରନ୍ତି ଆକାଶର ପ୍ରେମ
ବାନ୍ଧି ରଖିଛି ସେମାନଂକୁ କେଉଁ ଅନନ୍ତ କାଳରୁ
କୁରେଇ ଫୁଲର ବାସ୍ନା ସହ ଯୋଡି
କି ଭିଟାମାଟି
କି ଷଠୀ ଘର
କେଉଁଥିରେ କିବା ଆକର୍ଷଣ
ସେମାନେ ତ
ଯାଯାବର ଜାତି
କାହିଁକି ବା ବନ୍ଦୀହେବେ
ଆବାଲ୍ୟର ସ୍ୱାଧୀନତା ଛାଡି?
ସେମାନଙ୍କ ଜୀବନ ନଦୀରେ
ଲୋଭର ପ୍ରଖରତା ନଥାଏ ବୋଲିତ
ହାର ମାନିଛି କ୍ଷୋଭ
ବେଳ ଯେଉଁଠି ବୁଡ଼େ ସେଇଠି ସେମାନଙ୍କୁ
ମାଡି ବସେ ନିଦ
ଜୀବନ କହିଲେ ସେମାନେ ଦଇବର ଦାନକୁ ବୁଝନ୍ତି
ମୁଠେ ପଖାଳ ହିଁ
ସେମାନଙ୍କ ସକଳ ବିଭବ |
ସେମାନେ ବି ହସି ପାରନ୍ତି
ନିର୍ଭେଜାଲ ହସ
ଘୁଡୁକର ଘୁଡୁଘୁଡୁ ନାଦେ
ବଖାଣନ୍ତି ଜୀବନ ନିର୍ଯାସ
ଜଂଜାଳ କଣ ବୁଝିବାକୁ ପଢା ନାହିଁ ବୋଲି
ସହଜରେ କିଣିଥାନ୍ତି
ଅନ୍ୟର ବିଶ୍ୱାସ
++++ପ୍ରକାଶ ++++

Leave a comment