ଜେଲରେ ଅଧ୍ୟାପିକାଙ୍କ ଷାଠିଏ ଘଣ୍ଟା……
ରୁଟିପୋଡିଯିବାରୁ ତାୱାଚେଙ୍କ
ଭାଗିରଥିଙ୍କୁ ସମବେଦନା ଜଣାଇଲେ ବିଜେପି ନେତା
ଭୁବନ (ପୂର୍ଣ୍ଣ ଚନ୍ଦ୍ର ସାହୁ )
ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ସରକାରୀ କଲେଜର ଜଣେ ଅଧ୍ୟାପିକା ନିଜ ବୋହୁକୁ ତାୱା ଚେଙ୍କ ଦେଇ ଜେଲ ଯିବାର ଷାଠିଏ ଘଣ୍ଟା ବିତି ଗଲାଣି | ଘଟଣାରୁ ଜଣାଯାଏ ଯେ ଭୁବନ ଥାନା ଅନ୍ତର୍ଗତ ଲତାବିଲ ଅଂଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗିରଥି ବେହେରା ଙ୍କ ଏକମାତ୍ର ଉଚ୍ଚ ଶିକ୍ଷିତା ଝିଅ ବୈଦିକ ରୀତି ରେ ଜଗତସିଂହପୁର ଟାଉନ ରେ ବିବାହ କରିଥିଲେ 2022ମସିହା ମେ 17ତାରିଖରେ | ବିବାହ ସମୟରେ ସାଧ୍ୟ ମତେ ଘରକରଣା ସାମଗ୍ରୀ ସହ ପାଞ୍ଚ ଭରି ସୁନା ଉପହାର ସ୍ୱରୂପ ପ୍ରଧାନ କରିଥିଲେ ଭାଗିରଥି | ବିବାହ ରୁ ୨ ମାସ ପରେ ଏକଥନୀୟ ଭାବେ ନିର୍ଯାତନା ଦେଲେ ସ୍ୱାମୀ ଖାରବେଳ ଦିଗବିଜୟ ପାତ୍ର | ଶାଶୁ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ର ଇତିହାସ ବିଭାଗ ର ଅଧ୍ୟାପିକା ସୁପ୍ରଭା ଜେନା ଅଟନ୍ତି | ବୋହୁ ରୁଟି ସେକିବା ବେଳେ ପୋଡି ଯିବାରୁ ରୁଟି ସେକା ତାୱା ରେ ଚେଙ୍କ ଦେଇଥିଲେ | ତତସହ ଚିମୁତାରେ ଜଙ୍ଘ ର ମାଂସ କୁ ଚିମୁଡି ଥିଲେ | ହେମଦସ୍ତା ବାଡ଼ି କୁ ବେକ ରେ ଥୋଇ ମାରିଦେବାକୁ ଉଦ୍ୟମ କରିଥିଲେ | ବୋହୁ ରଶ୍ମିତା ର ବାପା ମା ଭାଇ ଭାଉଜ ମହାରାଷ୍ଟ୍ର ର ପୁନେ ଠାରେ ରହୁଥିବାରୁ ଖବର ପାଇ ଝିଅ ଘରକୁ ଆସି ଝିଅକୁ ଘରକୁ ଆଣି ଚିକିତ୍ସା କରିବା ସହ ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ | ଶନିବାର ଭୋରୁ ଭୁବନ ଥାନାଧିକାରୀଙ୍କ ନିର୍ଦେଶରେ ଏସ ଆଇ ବିଜନ ସେଠି ଙ୍କ ନେତୃତ୍ୱ ରେ ଜଗତସିଂହପୁର ଉଗ୍ରତାର କଲୋନୀ ରୁ ଗିରଫ କରିଥିଲେ ଅଧ୍ୟାପିକା ଶାଶୁ ସୁପ୍ରଭା ଓ ସ୍ୱାମୀ ଖାରବେଳ ଙ୍କୁ ଭୁବନ କୋର୍ଟ ରୁ ଯାମିନୀ ନାମଞ୍ଜୁର ହେବାରୁ କାମାକ୍ଷାନଗର ଜେଲକୁ ପଠାଇଦିଆଯାଇଛି| ପୀଡିତ ଭାଗିରଥି ଙ୍କୁ ବିଜେପି ବିଧାୟକ ପ୍ରାଥୀ ଶତ୍ରୁଘନ ଜେନା ରାଜ୍ୟ ବିଜେପି ନେତା ଙ୍କ ନିର୍ଦେଶ କ୍ରମେ ସାକ୍ଷାତ କରି ସମବେଦନା ଜଣାଇଛନ୍ତି |

Leave a comment