: ସାମ୍ନାକୁ ଆସିଛି ଇସ୍ରୋ କମାଣ୍ଡ ସେଣ୍ଟରର ଫଟୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ବିଜ୍ଞାନ କେନ୍ଦ୍ରରେ ବୈଜ୍ଞାନିକ ପ୍ରସ୍ତୁତି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ଆଉ କିଛି ଘଣ୍ଟାର ଅପେକ୍ଷା । ସ୍ୱୟଂଚାଳିତ ପ୍ରକ୍ରିୟାରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ମୁଖ୍ୟାଳୟରେ ବସି ଏହାକୁ ନିୟନ୍ତ୍ରଣ କରିବେ ବୈଜ୍ଞାନିକଙ୍କ ଟିମ୍ ।ସନ୍ଧ୍ୟା ୫ଟା ୪୪ରେ ସ୍ଥିରିକୃତ ଦୂରତାରେ ପହଞ୍ଚିବ ଲ୍ୟାଣ୍ଡର । ଏହା ପରେ ଆରମ୍ଭ ହେବ ଲ୍ୟାଣ୍ଡରର ଧୀର ଅବତରଣ ।



Leave a comment