
*ଇତିହାସ ରଚିଲେ ଓଡ଼ିଆ ପୁଅ; ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ କିଶୋର*
*ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି କିଶୋର । ହଙ୍ଗେରୀର ବୁଦାପେଷ୍ଟଠାରେ ଚାଲିଥିବା ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋର କ୍ୱାଲିଫାଇଂ ରାଉଣ୍ଡରେ କିଶୋର ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଆଟେମ୍ପଟରେ ୮୦ ଦଶମିକ ୫୫ ମିଟର ଜାଭେଲିନ୍ ଫିଙ୍ଗିଥିଲେ । ତେବେ ଅନ୍ୟ ଦୁଇଟି ଆଟେମ୍ପଟରେ ତାଙ୍କର ପ୍ରଦର୍ଶନ ଏତେ ଉତ୍ସାହଜନକ ନ ଥିଲା ।*
Leave a comment