ଗଁଦିଆ ବ୍ଲକ ରେ ଆପ୍ପ ପଞ୍ଚାୟତ ପ୍ରତିନିଧି ମାନଙ୍କ ବୈଠକ ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ଗଁଦିଆ ଥାନା ଘେରିଲା

ଗଁଦିଆ ବ୍ଲକରେ ଆମ୍ ଆଦମୀ ପାର୍ଟି ପଞ୍ଚାୟତ ପ୍ରତିନିଧି ମାନଙ୍କ ବୈଠକ ଏବଂ ନାରୀ ନିର୍ଯାତନା ବିରୁଦ୍ଧରେ ଗଁଦିଆ ଥାନା ଘେରିଲେ

ଆମ୍ ଆଦମୀ ପାର୍ଟି ଗଁଦିଆ ବ୍ଲକର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଝିଲି ସ୍ଥିତ ନୀଳମାଧବ ମନ୍ଦିର ପରିସରରେ ବ୍ଲକ ସଭାପତି ଶେଷଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକ ଯୋଗଦେଇ ବ୍ଲକର ସାଙ୍ଗଠନିକ ସ୍ଥିତି ଅନୁଧ୍ୟାନ କରି ଅପାରଗ, ଗଣତନ୍ତ୍ର ହତ୍ୟାକାରୀ, ସମ୍ବିଧାନ ବିରୋଧୀ, ଲାଞ୍ଚୁଆ ଏବଂ ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡି ରହିଥିବା ବିଜେଡ଼ି ଓ ବିଜେପି ଶାସନକୁ ଓଡ଼ିଶାରୁ ବିତାଡିତ କରିବାପାଇଁ ପ୍ରତ୍ୟେକ ଗାଁ ର ଦଶ ଜଣ ଲେଖାଏଁ ସଦସ୍ୟ ଦଳରେ ଯୋଡିବାପାଇଁ ନିଷ୍ପତ୍ତି ନିଆଯାଇଛି l ଏହି କାର୍ଯ୍ୟକ୍ରମ ଅଗଷ୍ଟ ୨୫ ତାରିଖ ଠାରୁ ଆରମ୍ଭ କରି ଆସନ୍ତା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଶେଷ କରିବାପାଇଁ ଉପସ୍ଥିତ ସଦସ୍ୟମାନେ ମତ ବ୍ୟକ୍ତ କରିଥିଲେ l ଏହି କ୍ରମରେ ଏକ ପାଞ୍ଚ ଜଣିଆ କମିଟି ତଦାରଖ କରିବାପାଇଁ କରାଗଲା l ନେଉଳପୋଇ ପଂଚାୟତର ଜନୈକା ବିବାହିତା ଦଳିତ ମହିଳାଙ୍କୁ ତାଙ୍କ ସ୍ଵାମୀ ମଦ୍ୟପାନ କରି ଯୌତୁକ ଦାବି କରି ଶାରୀରିକ ନିର୍ଯାତନା ଦେବା ଏବଂ ଜୀବନରେ ମାରିଦେବା ପାଇଁ ଧମକ ଦେବା ସମ୍ପର୍କରେ ଗଁଦିଆ ଥାନାର ଦ୍ୱାରସ୍ଥ ହୋଇଥିଲେ l କିନ୍ତୁ ତଦନ୍ତ ଦାୟୀତ୍ୱ ନେଇଥିବା ଗଁଦିଆ ଥାନାର ସହକାରୀ ଉପ ନିରୀକ୍ଷକ ଏହାର ମନ୍ଥର ଗତି ଯୋଗୁଁ ଏବେ ସେହି ମଦୁଆ ସ୍ୱାମୀ ଫୋନ ଯୋଗେ ନାନା ପ୍ରକାର ଅଶାଳୀନ ଭାଷା ବ୍ୟବହାର କରି ଧମକ ଚମକ ଦେଉଛି l ଏହି ପରିପ୍ରେକ୍ଷୀରେ ସମସ୍ତ ସଦସ୍ୟ ମାନେ ଗଁଦିଆ ଥାନା ପହଞ୍ଚି ତଦନ୍ତ ଅଧିକାରୀଙ୍କୁ ଭେଟି ଶୀଘ୍ର ତଦନ୍ତ କରିବାପାଇଁ ତାଗିଦ କରିଥିଲେ l ନଚେତ ଏହି ଦଳିତ ମହିଳା ନିର୍ଯାତନା ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆନ୍ଦୋଳନ କରାଯିବ ଏବଂ ଏପରି ନାରୀ ନିର୍ଯାତନାକୁ ଢ଼େଙ୍କାନାଳ ଜିଲ୍ଲାରେ ପ୍ରଶୟ ଦିଆଯିବନାହିଁ ବୋଲି ଜିଲ୍ଲା ସଭାପତି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି l ଶେଷରେ ଶ୍ରୀ ବେଣୁଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

Leave a comment

Design a site like this with WordPress.com
Get started