କୋଇଲା ଖଣି ଡମ୍ପିଙ୍ଗ୍ ୟାର୍ଡରୁ ମୃତଦେହ ଉଦ୍ଧାର ଘଟଣା:ମିଳିଲା ପରିଚୟଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଜରଡା ଗ୍ରାମ ମୁଣ୍ଡାଢିପ ନିକଟସ୍ଥ କୋଇଲା ଖଣି ଅଞ୍ଚଳରୁ ଗୁରୁବାର କଣିହା ଥାନା ପୋଲିସ ଏକ ଅଜଣା ମୃତ ଦେହ ଉଦ୍ଧାର କରିଥିଲା। ଏହାକୁ ନେଇ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନି କୁକୁର ନେଇ ତଦନ୍ତ ଚଳାଇଥିବା ବେଳେ ଆଜି ମୃତକଙ୍କ ପରିଚୟ ମିଳିଛି।ଥାନା ସୁତ୍ରରୁ ଜଣାଯାଏ, ମୃତକ ଜଣକ ଅନୁଗୋଳ ଥାନା କୁମଣ୍ଡ ପ୍ରଗତି ନଗର ଅଞ୍ଚଳର ମଙ୍ଗୁଳୁ ବେହେରା। ତେବେ କିପରି ମୃତ୍ୟୁ ହେଲା କଣିହାଁ କୋଇଲା ଖଣିରେ ଆସି ମୃତଦେହ ପଡ଼ିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ ପ୍ରକାଶ କରିଛି I

କୋଇଲା ଖଣି ଡମ୍ପିଙ୍ଗ୍ ୟାର୍ଡରୁ ମୃତଦେହ ଉଦ୍ଧାର ଘଟଣା:ମିଳିଲା ପରିଚୟ

ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଜରଡା ଗ୍ରାମ ମୁଣ୍ଡାଢିପ ନିକଟସ୍ଥ କୋଇଲା ଖଣି ଅଞ୍ଚଳରୁ ଗୁରୁବାର କଣିହା ଥାନା ପୋଲିସ ଏକ ଅଜଣା ମୃତ ଦେହ ଉଦ୍ଧାର କରିଥିଲା। ଏହାକୁ ନେଇ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନି କୁକୁର ନେଇ ତଦନ୍ତ ଚଳାଇଥିବା ବେଳେ ଆଜି ମୃତକଙ୍କ ପରିଚୟ ମିଳିଛି।ଥାନା ସୁତ୍ରରୁ ଜଣାଯାଏ, ମୃତକ ଜଣକ ଅନୁଗୋଳ ଥାନା କୁମଣ୍ଡ ପ୍ରଗତି ନଗର ଅଞ୍ଚଳର ମଙ୍ଗୁଳୁ ବେହେରା। ତେବେ କିପରି ମୃତ୍ୟୁ ହେଲା କଣିହାଁ କୋଇଲା ଖଣିରେ ଆସି ମୃତଦେହ ପଡ଼ିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ ପ୍ରକାଶ କରିଛି I

Leave a comment

Design a site like this with WordPress.com
Get started