ଆମଆଦମୀ ପାର୍ଟି ପକ୍ଷରୁ ଚନ୍ଦ୍ରlୟନ-୩ ର ସଫଳତା ପାଇଁ ଢେଙ୍କାନାଳ ର ଝିଅ ସୁଶ୍ରୀ ରଶ୍ମି ବେହେରା ଙ୍କୁ ଶୁଭେଚ୍ଛା

ଆପ୍ ପକ୍ଷରୁ ଚନ୍ଦ୍ରାୟନ-୩ ର ସଫଳତା ପାଇଁ ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମି ବେହେରାଙ୍କୁ ଶୁଭେଚ୍ଛା ବାର୍ତ୍ତା

ସାରା ବିଶ୍ବରେ ପ୍ରଥମ ଦେଶ ଭାବରେ ଭାରତ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି। ଏହି ସଫଳତାରେ ଓଡିଆ ଝିଅ ତଥା ଢ଼େଙ୍କାନାଳର ଝିଅ ସୁଶ୍ରୀ ରଶ୍ମୀ ବେହେରାଙ୍କର ଅତୁଳନୀୟ ଅବଦାନ ରହିଛି । ଢେଙ୍କାନାଳ ସ଼ହରର ରାମେଶ୍ୱରପୁରସ୍ଥ ଅବସରପ୍ରାପ୍ତ ସରକାରୀ ଶିକ୍ଷକ ଶଙ୍କର୍ଷଣ ବେହେରାଙ୍କ କନ୍ଯା ଇସ୍ରୋର ବୈଜ୍ଞାନିକମାନଙ୍କ ମଧ୍ୟରେ ଜଣେ। ଏହି ଅବସରରେ ଆମ୍ ଆଦମୀ ପାର୍ଟି ଢ଼େଙ୍କାନାଳ ଶାଖା ପକ୍ଷରୁ ଇସ୍ରୋର ବୈଜ୍ଞାନିକ ସୁଶ୍ରୀ ରଶ୍ମୀ ବେହେରାଙ୍କ ପୈତୃକ ଘରେ ପହଞ୍ଚି ତାଙ୍କ ପିତାଙ୍କୁ ଶୁଭେଚ୍ଛା ବାର୍ତ୍ତା ସହ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଭବିଷ୍ୟତରେ ସେ ସାହସର ସହିତ ଓଡ଼ିଶା ତଥା ଦେଶର ନାମ ଟେକ ରଖନ୍ତୁ ଏବଂ ପ୍ରଭୁ ଜଗନ୍ନାଥ ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ l ଏହି କାର୍ଯ୍ୟକ୍ରମରେ ସଦସ୍ୟl ରଚିତା ନାଏକ, ଜସ୍ମିନ ନାଏକ, କେଶବ ଚନ୍ଦ୍ର ତ୍ରିପାଠୀ, ପିତାମ୍ବର ସାମନ୍ତରାୟ , ଜନାର୍ଦ୍ଦନ ନନ୍ଦୀ, ପ୍ରଶାନ୍ତ କୁମାର ଜେନା, କୁଞ୍ଜବିହାରୀ ଲେଙ୍କା ଓ ଜିତେନ୍ଦ୍ର ବେହେରା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।ଆମ

Leave a comment

Design a site like this with WordPress.com
Get started