ଆଜି “ମୋର ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅଧୀନରେ ଢେ଼ଙ୍କାନାଳ ମାଟିର ଗର୍ବ ଓ ଗୌରବ , ସ୍ୱାଧୀନତା ସଂଗ୍ରାମୀ ଏବଂ ” ଢ଼େଙ୍କାନାଳ ର ଗାନ୍ଧୀ ” ଆଖ୍ୟା ପାଇଥିବା ଶ୍ରୀ ସାରଙ୍ଗଧର ଦାଶ ଙ୍କ ପବିତ୍ର ଜନ୍ମସ୍ଥାନ ହରେକୃଷ୍ଣପୁର ଗ୍ରାମ ଠାରେ ଦିଲ୍ଲୀ #ଅମୃତବାଟିକା ସୃଷ୍ଟି ନିମନ୍ତେ ମାଟି ସଂଗ୍ରହ କରିବା କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଥିଲା।
ଏହି ମହତ କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ କରିଥିଲେ। ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ଢ଼େଙ୍କାନାଳ ବିଜେପି ର ଅନେକ ନେତା ଉତ୍ସର୍ଗୀକୃତ ଭାବରେ ଘରୁ ଘରୁ ମାଟି ସଂଗ୍ରହ କରିଥିଲେ ।
ଏହା ପରେ ହରେକୃଷ୍ଣପୁର ସରକାରୀ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଯେଉଁଠି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗ୍ରାମବାସୀଙ୍କୁ ଭେଟି ରାଜ୍ୟ ସରକାର ଙ୍କ ଦ୍ଵାରା ଅବହେଳା ବିଷୟରେ ଆଲୋଚନା କରିଥିଲେ ଏବଂ ହରେକୃଷ୍ଣପୁର ଗ୍ରାମ ର ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରତିଶ୍ରତି ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ଜଡିତ ହେଇ “ମୋ ମାଟି ମୋ ଦେଶ” କୁ ଏକ ସଫଳ କାର୍ଯ୍ୟକ୍ରମ କରିଥିବାରୁ ସମସ୍ତ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
#ମୋମାଟିମୋଦେଶ #meramittimeradesh #Bharat #dhenkanal #socialservices


Leave a comment