ଭୁବନେଶ୍ୱର ରେ ଟ୍ରେନ ସେବା ପ୍ରଭାବିତ ଯୋଗୁ ଯାତ୍ରୀ ହ୍ୱନ୍ତଶନ୍ତ ଘଟଣା, ପୂର୍ବତଟ ରେଳବାଇ କହିଲା, ଆସନ୍ତା କାଲିଠୁ ସ୍ୱଭାବିକ ହେଵଟ୍ରେନ ଚଳାଚଳ

*ଭୁବନେଶ୍ୱରରେ ଟ୍ରେନ୍ ସେବା ପ୍ରଭାବିତ ଯୋଗୁ ଯାତ୍ରୀ ହନ୍ତସନ୍ତ ଘଟଣା। ପୂର୍ବତଟ ରେଳବାଇ କହିଲା ଆସନ୍ତାକାଲିଠୁ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ l*


*ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ । ବାରଙ୍ଗ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ବହୁ ପ୍ରତିକ୍ଷିତ ତୃତୀୟ ରେଳ ଲାଇନ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ରେଳ ଲାଇନକୁ ସିଆରଏସଙ୍କ ଦ୍ୱାରା ମଂଚେଶ୍ୱର ଓ ଭୁବନେଶ୍ୱର ମଧ୍ୟରେ ଯାଂଚ ପରେ କାର୍ଯ୍ୟକ୍ଷମ କରିବାକୁ ଅନୁମତି ମିଳିଛି । ଏବେ ଟ୍ରାକ୍ ଲିଙ୍କ ହେଉଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ନିରାପତା ସମ୍ବନ୍ଧୀୟ କାମ । ଏହା ସହ ଭବିଷ୍ୟତରେ ବାରଙ୍ଗ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ଅସୁବିଧା ମୁକ୍ତ ଟ୍ରେନ୍ ଚଳାଚଳ ପାଇଁ ସିଗନାଲ ସିଷ୍ଟମ କାର୍ଯ୍ୟର ଆଧୁନିକୀକରଣ ହେଉଛି । ଏହି ପ୍ରକଳ୍ପ କାମ ଶେଷ ହେବା ପରେ ବାରଙ୍ଗ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ଟ୍ରେନ୍ ସେବା ସହଜ ହେବ ।*

*ଏଥିସହ ହରିଦାସପୁର, କଟକ, ସମ୍ବଲପୁର, ସମ୍ବଲପୁର ସିଟି ରେଳ ଷ୍ଟେସନ୍ ସମେତ ବିଭିନ୍ନ ସ୍ଥାନରେ ପ୍ରମୁଖ ନିରାପତା ସମ୍ବନ୍ଧୀୟ ଓ ଭିତିଭୂମି ବିକାଶମୂଳକ କାମ ହେଉଥିବାରୁ ଟ୍ରେନ୍ ସେବା ପ୍ରଭାବିତ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।*

Leave a comment

Design a site like this with WordPress.com
Get started