ଢେଙ୍କାନାଳ ପୌର ପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନ l ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳ ପୌରପାଳିକା ପକ୍ଷରୁ ମିନିଷ୍ଟାଡିୟମରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ, ଜମିପଟ୍ଟା ବଣ୍ଟନ, ଜଙ୍ଗଲ ଜମି ବଣ୍ଟନ, ପୂର୍ବତନ ଅଧ୍ୟକ୍ଷ ମାନଙ୍କ ସହ ଶ୍ରେଷ୍ଠ କର୍ମଚାରୀ ମାନଙ୍କୁ ସମ୍ମାନିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ।#sudhirkumarsamal #Dhenkanal #Odisha

ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ୭୩ ତମ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି। ଶ୍ରୀଯୁକ୍ତ ସୁଧିର କୁମାର ସାମଲ ମାନ୍ୟବର ବିଧାୟକ ଢେଙ୍କାନାଳ ଉଦଘାଟନ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ପୈାରଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୈାରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଉପସ୍ଥିତ ଥିଲେ। ଅତିଥିମାନଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦିଆ ଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଫୁଲ ତୋଡା ଓ ଉତ୍ତରୀୟ ଦିଆ ଯାଇ। ପୈାରକର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।୭୩ତମ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
– August 31, 2023

ନୂତନ ହିତାଧିକାରୀ କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କାଉନସିଲର ଓ ପୈାର କର୍ମଚାରୀ, ସ୍ୱଚ୍ଛ ସାଥୀମାନଙ୍କ, ସ୍ବଚ୍ଛ ସଫେଇ କର୍ମଚାରୀମାନେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଅବନି ମିଶ୍ର।ସଭା ଶେଷ ରେ ଧନ୍ୟବାଦ ଦେଲେ ପୈାର ଯନ୍ତ୍ରୀ ରଶ୍ମିତା ମିଶ୍ର।

Leave a comment

Design a site like this with WordPress.com
Get started