ଢେଙ୍କାନାଳ ଜିଲ୍ଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ

ଢେଙ୍କାନାଳ ଜିଲ୍ଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ମେଗା କ୍ୟାମ୍ପ ଆୟୋଜିତ
ଢେଙ୍କାନାଳ : ତା.୩୧.୦୮.୨୦୨୩ ରିଖ:( ) ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଠାରେ ଥିବା ଢେଙ୍କାନାଳ ଜିଲ୍ଲା ମୁକ୍ତ ବିଦ୍ୟାଳୟ କେନ୍ଦ୍ର ସଭା ଗୃହରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ଦ୍ଵିତୀୟ ମେଗା କ୍ୟାମ୍ପ-୨୦୨୩ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଏହି ମେଗା କ୍ୟାମ୍ପର ଲକ୍ଷ୍ୟ ହାସଲ ହୋଇ ସମଗ୍ର ଜିଲ୍ଲାରେ ୦୮ ଗୋଟି ବ୍ଲକ୍ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଜିଲ୍ଲା କେନ୍ଦ୍ର ଅଧିନରେରେ ସର୍ବ ମୋଟ ୩୬୪ ଜଣ ନୂତନ ପିଲା ସ୍ପଟ୍ ରେ ନାମ ଲେଖାଇ ପାରିଥିବାରୁ ଉଦ୍ୟୋକ୍ତା ମାନଙ୍କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଏହା ଓଡ଼ିଶା ସରକାରଙ୍କ ଏକ ଅଭିନବ ଯୋଜନା ଯାହାଦ୍ଵାରା ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ମାଗଣାରେ ନାମଲେଖାଇ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷାରେ ଅଧିକ ପିଲା ସହଜରେ କୃତକାର୍ଯ୍ୟ ହୋଇ ସମାଜରେ ଶିକ୍ଷିତ ଭାବରେ ନିଜକୁ ପ୍ରତିପାଦିତ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ।ଏହି ସାଧୁ ଉଦ୍ୟମ ନିଶ୍ଚିତ ଭାବରେ ଶିକ୍ଷିତ ମାନଙ୍କ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ସୂତ୍ରଧର ହୋଇପାରିବ ବୋଲି ମଧ୍ୟ ସେ ମତ ବ୍ୟକ୍ତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଢେଙ୍କାନାଳ ଜିଲ୍ଲା ମୁକ୍ତ ବିଦ୍ୟାଳୟ ମେଗା କ୍ୟାମ୍ପର ସଫଳତା ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହୋଇ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି ଦୃଢ଼ ମତ ପୋଷଣ କରିଥିଲେ।ରାଜ୍ୟ ମୁକ୍ତ ବିଦ୍ୟାଳୟ ଢେଙ୍କାନାଳ ଜିଲ୍ଲା କେନ୍ଦ୍ର ସଂଯୋଜକ, ବି. ବି. ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ତଥା ହିନ୍ଦୋଳ ଗୋଷ୍ଠି ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ଵାଳ ସ୍ଵୀୟ ଅଭିଭାଷଣରେ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ରାଜ୍ୟ ମୁକ୍ତ ବିଦ୍ୟାଳୟ (SIOS) ରେ ନାମ ଲେଖାଇ ପାସ୍ କରିବାର ସୁବର୍ଣ୍ଣ ସୁଯୋଗକୁ କେହି ହାତଛଡ଼ା କରନ୍ତୁ ନାହିଁ ବୋଲି ଦୃଢ଼ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏଥିପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଚତୁର୍ଥ ଶ୍ରେଣୀ ବା ତାଠୁ ଅଧିକ ହୋଇଥିବା ଦରକାର।ବୟସ ୧୪ ବର୍ଷରୁ ୧୮ ବର୍ଷ ମଧ୍ୟରେ ହୋଇଥିବା ଦରକାର।ଅଧାରୁ ପାଠ ପଢା ଛାଡିଥିବା ପିଲାମାନେ ଏହି ଯୋଜନାର ସୁଯୋଗ ନେଇ ପାରିବେ।ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପରୀକ୍ଷା ଦେଇନଥିବା ପିଲାମାନେ ଏହି ସୁଯୋଗର ଲାଭ ଉଠାଇ ପାରିବେ।ମାଟ୍ରିକ ପରୀକ୍ଷାରେ ଫେଲ୍ ହୋଇଥିବା ପିଲାମାନେ ମଧ୍ୟ ଏହି ସୁଯୋଗକୁ ହାତେଇ ପାରିବେ।ନାମଲେଖା ଓ ପରୀକ୍ଷା ଦେବାର ଅର୍ଥ ସଂପୂର୍ଣ୍ଣ ମାଗଣା ଅର୍ଥାତ୍ ଏଥି ନିମନ୍ତେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ l
ଥରେ ନାମ ଲେଖାହେଲେ ଆପଣଙ୍କର ସୁବିଧା ଅନୁଯାୟୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପରୀକ୍ଷା ଦେଇ ପାସ କରିପାରିବେ।ଯଦି ଆପଣ ମାଟ୍ରିକ ପରୀକ୍ଷାରେ ଫେଲ୍ ହୋଇଛନ୍ତି, ଯେଉଁ ବିଷୟରେ ଫେଲ ହୋଇଛନ୍ତି କେବଳ ସେହି ବିଷୟରେ ପରୀକ୍ଷା ଦେବେ।ଏହି ସୁବିଧା ଚଳିତ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି l ଓଡ଼ିଶା ସରକାରଙ୍କ ଏହି ଯୋଜନାର ଲାଭ ଉଠେଇବା ପାଇଁ ଏହା ଶେଷ ସୁଯୋଗ। ଏହାକୁ ହାତଛଡ଼ା କରନ୍ତୁ ନାହିଁ ବୋଲି ସେ ସୂଚନା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସହ ସଂଯୋଜକ ଧ୍ୟାନଚାନ୍ଦ ମିଶ୍ର, ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ,ବିଭିନ୍ନ ବ୍ଲକ୍ ଗୋଷ୍ଠି ଶିକ୍ଷା ଅଧିକାରୀ ବୃନ୍ଦ, ବ୍ଲକ୍ ନୋଡାଲ ପ୍ରଧାନଶିକ୍ଷକ ବୃନ୍ଦ, ରାଜ୍ୟ ମୁକ୍ତ ବିଦ୍ୟାଳୟ କେନ୍ଦ୍ର ବ୍ଲକ୍ ସଂଯୋଜକ ବୃନ୍ଦ, ଅଭିଭାବକ, ଅଭିଭାବିକା ବୃନ୍ଦ ଓ ସ୍ପଟ୍ ନାମଲେଖା ପାଇଁ ଆସିଥିବା ସମସ୍ତ ପିଲା,ପିରାମଲ୍ ଫାଉଣ୍ଡେସନ୍ ଓ ଗାନ୍ଧୀ ଫେଲୋର ସଭ୍ୟ ସଭ୍ୟାମାନେ ମଧ୍ୟ ଉପସ୍ଥିତ ଥିଲେ। ଏଥିପୂର୍ବରୁ ନିକଟରେ ବି.ବି.ହାଇସ୍କୁଲରେ ଏକ ପ୍ରାରମ୍ଭିକ ମେଗା କ୍ୟାମ୍ପ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବ୍ଲକ୍ ସ୍ତରରେ ଓ ଜିଲ୍ଲା ସ୍ତରରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯାଇ ଢେଙ୍କାନାଳ ଜିଲ୍ଲା ସାରା ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଥିଲା। ପରିଶେଷରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଢେଙ୍କାନାଳ ଜିଲ୍ଲା କେନ୍ଦ୍ର ସଂଯୋଜକ, ବି. ବି. ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ତଥା ହିନ୍ଦୋଳ ଗୋଷ୍ଠି ଶିକ୍ଷା ଅଧିକାରୀ ବ୍ରହ୍ମୋତ୍ରୀ ବିଶ୍ଵାଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା. ଦେବୀ ପ୍ରସାଦ ମିଶ୍ର , ବରିଷ୍ଠ ଶିକ୍ଷକ,ଶ୍ରୀ ଧ୍ୟାନଚାନ୍ଦ ମିଶ୍ର,
ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ
ରାଜ୍ୟ ମୁକ୍ତ ବିଦ୍ୟାଳୟ (SIOS)
ଶତାୟୁ , ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ , ଢେଙ୍କାନାଳ ।
ଫୋନ୍ ନମ୍ବର : ୦୬୭୬୨- ୨୨୪୪୨୭(କାର୍ଯ୍ୟାଳୟ)
ଦୂରଭାଷ : ୯୮୬୧୨୯୫୫୦୫,୯୪୩୭୧୦୬୫୬୯

Leave a comment

Design a site like this with WordPress.com
Get started