୧୯ ମେ ୨୦୨୩ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ପ୍ରଚଳନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ରିଜର୍ଭ ବ୍ୟାଙ୍କ କହିଛି ଯେ, ୨୦୦୦ ଟଙ୍କା ନୋଟକୁ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କରେ ଜମା କରିବାକୁ ପଡିବ । ଅବଶ୍ୟ ଏହାରି ମଧ୍ୟରେ ୨୦୦୦ ଟଙ୍କା ନୋଟକୁ ଚାଲୁ ରଖାଯିବ । କୌଣସି ଦୋକାନୀ କିମ୍ବା ଅନ୍ୟ କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ ।ରିଜର୍ଭ ବ୍ୟାଙ୍କ ଦ୍ୱାରା ସେୟାର ହୋଇଥିବା ତଥ୍ୟ ଅନୁଯାୟୀ, ବ୍ୟାଙ୍କଗୁଡିକରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ୨୦ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ହୋଇଥିବା ୨୦୦୦ ନୋଟର ମୋଟ ମୂଲ୍ୟ ୩.୩୨ ଲକ୍ଷ କୋଟି ଟଙ୍କା ଥିଲା । ଏହାର ଅର୍ଥ ହେଉଛି, ୩୧ ଅଗଷ୍ଟ ୨୦୨୩ ରେ କେବଳ ୦.୨୪ ଲକ୍ଷ କୋଟି ଟଙ୍କାର ୨,୦୦୦ ଟଙ୍କାର ନୋଟ୍ ପ୍ରଚଳନ ହୋଇଥିଲା, ଯାହା ସମୁଦାୟ ୨୦୦୦ ନୋଟର ୭ ପ୍ରତିଶତ ।

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ ଏକ ବଡ ଅପଡେଟ ଜାରି କରିଛି । ନୂଆ ତଥ୍ୟ ଅନୁଯାୟୀ, ୨୦୦୦ ଟଙ୍କା ନୋଟର ମୋଟ ୯୩ ପ୍ରତିଶତ ବ୍ୟାଙ୍କକୁ ଫେରସ୍ତ କରାଯାଇଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ବଜାରରେ କେବଳ ୭ ପ୍ରତିଶତ ଅଂଶ ଉପଲବ୍ଧ ରହିଛି ।୧୯ ମେ ୨୦୨୩ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ପ୍ରଚଳନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ରିଜର୍ଭ ବ୍ୟାଙ୍କ କହିଛି ଯେ, ୨୦୦୦ ଟଙ୍କା ନୋଟକୁ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କରେ ଜମା କରିବାକୁ ପଡିବ । ଅବଶ୍ୟ ଏହାରି ମଧ୍ୟରେ ୨୦୦୦ ଟଙ୍କା ନୋଟକୁ ଚାଲୁ ରଖାଯିବ । କୌଣସି ଦୋକାନୀ କିମ୍ବା ଅନ୍ୟ କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ ।

ରିଜର୍ଭ ବ୍ୟାଙ୍କ ଦ୍ୱାରା ସେୟାର ହୋଇଥିବା ତଥ୍ୟ ଅନୁଯାୟୀ, ବ୍ୟାଙ୍କଗୁଡିକରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ୨୦ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମା ହୋଇଥିବା ୨୦୦୦ ନୋଟର ମୋଟ ମୂଲ୍ୟ ୩.୩୨ ଲକ୍ଷ କୋଟି ଟଙ୍କା ଥିଲା । ଏହାର ଅର୍ଥ ହେଉଛି, ୩୧ ଅଗଷ୍ଟ ୨୦୨୩ ରେ କେବଳ ୦.୨୪ ଲକ୍ଷ କୋଟି ଟଙ୍କାର ୨,୦୦୦ ଟଙ୍କାର ନୋଟ୍ ପ୍ରଚଳନ ହୋଇଥିଲା, ଯାହା ସମୁଦାୟ ୨୦୦୦ ନୋଟର ୭ ପ୍ରତିଶତ ।

Leave a comment

Design a site like this with WordPress.com
Get started