ଦେଢବର୍ଷ ପରେ ରୋଗୀକଲ୍ୟାଣ ବୈଠକ
୪ର୍ଥ ଶ୍ରେଣୀ କ୍ୱାଟର ବିଷୟ ଆଲୋଚନା ନୋହିଲା
ପୂର୍ଣ୍ଣାଙ୍ଗ ହେବାକୁ ଲାଗିଲାଣି ୧୩ବର୍ଷ
ଭୁବନ (ପୂର୍ଣ୍ଣ ଚନ୍ଦ୍ର ସାହୁ )
ଭୁବନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରରୋଗୀ କଲ୍ୟାଣ ବୈଠକ ଦୀର୍ଘ ଦେଢବର୍ଷ ପରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ମୈାଳିକ ଅଭାବ ଅସୁବିଧା ସଂର୍ପକରେ ଆଲୋଚନା ହୋଇଥିବା ବେଳେ ଦୀର୍ଘ ୧୩ ବର୍ଷ ପରେ ଶେଷ ହୋଇ ପାରୁନଥିବାଚତୁର୍ଥ ଶ୍ରେଣୀ କ୍ୱାଟର ନିର୍ମାଣକଥା ଆଲୋଚନାକୁଆସିନପାରିବା ବିଷୟ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ବୈଠକରେ ନଗରପାଳ ଶୁଭେନ୍ଧୁ ସାହୁ , ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଜିଲ୍ଲାପରିଷଦ ସଦସ୍ୟରମେଶଚନ୍ଦ୍ର ସାହୁ , ସଭ୍ୟ ପପୁ ସାହୁ , ପୁଷ୍ପାଜ୍ଞଳୀ ବେହେରା , ଅଜୟ ସେଠୀ ଡାକ୍ତର ରମେଶ ଚନ୍ଦ୍ର ସାହୁଙ୍କ ସହ ଡାକ୍ତରଖାନାର କର୍ମଚାରୀଙ୍କ ପ୍ରତିନିଧି , ଡାକ୍ତରଖାନା ଆକାଉଟାଣ୍ଟ ଯୋଗଦେଇଥିଲେ ।ମୈାଳିକ ଅସୁବିଧା ମଧ୍ୟରୁ ସାଲାଇନ ପାଇପ ନମିଳିବା, ଶିଶୁ ଡାକ୍ତର ନିଯୁକ୍ତି , ଡାକ୍ତରଖାନା ଛାତରୁ ପାଣି ଗଳିବା , ଦକ୍ଷିଣ ପାଶ୍ୱ ପାଚେରୀ ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ।ତେବେଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ କେହି ବି ଜଣେ ଆଲୋଚନା ନିମନ୍ତେ ଉଠାଇନଥିଲେ ।ଇତି ମଧ୍ୟରେ ଶେଷ ହେବାକୁ ଲାଗିଲାଣି ୧୩ବର୍ଷ । ଆଉ କେତେ ବର୍ଷ ଲାଗିବ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ନାଗରିକ ଜନସ୍ୱାର୍ଥ ଟ୍ରଷ୍ଟର କର୍ମକତା । ଏନେଇ ଟ୍ରଷ୍ଠର ଅଧକ୍ଷ ରଥ ସେଠୀ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଲିଖିତ ଭାବେ ଜଣାଇଥିଲେ । ୨୦୧୦ମସିହା ଅକ୍ଟୋବର ମାସ ୨ତାରିଖ ପବିତ୍ର ଗାନ୍ଧୀଜୟନ୍ତି ଅବସରରେ ଜାତୀୟ ଗ୍ରାମିଣ ସ୍ୱାସ୍ଥ୍ୟ ମିଶନ କ୍ଲଷ୍ଟର ଗୃହ ଯୋଜନାରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ ତତକାଳିନ କାମାକ୍ଷାନଗର ବିଧାୟକ ତଥା ବର୍ତମାନର ଓଡିଶା ସରକାରଙ୍କ ପାୱାରପୁଲ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ , ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ତତକାଳିନ ବ୍ଲକ ଅଧକ୍ଷ ତଥା ବର୍ତମାନର ବିରୋଧୀଦଳର ନେତା ଶତୃଘ୍ନ ଜେନା , ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ତତକାଳିନ ବ୍ଲକ ବିଡିଓ ବେଣୁଧର ମଲ୍ଲିକ, ଉପଧକ୍ଷା ଶାନ୍ତିଲତା ସାହୁ ।
ସମୁଦାୟ ୯୯.୯୦ଲକ୍ଷ ଟଙ୍କା ବ୍ୟୟରେ ୩୨ଟି କ୍ୱାଟର ନିର୍ମାଣ ହେବାକୁ ଥିଲା । ଯାହାକି ଟେଣ୍ଡର ନହୋଇ ବିଭାଗୀୟ ଯନ୍ତ୍ରୀ ମାନଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ କାମ କରାଯାଇଛି । ସେଥିମଧ୍ୟରୁ ୪ର୍ଥ ଶ୍ରେୀଣୀ କର୍ମଚାରୀଙ୍କ ନିମନ୍ତେ ଉଦ୍ଧିଷ୍ଠ ଆଠଟି କ୍ୱାଟର ଆଜି ପର୍ଯ୍ୟନ୍ତ ନିର୍ମାଣ ଶେଷ ହେଲା ନାହିଁ । ଫଳରେ ୪ର୍ଥ ଶ୍ରେୀଣି କର୍ମଚାରୀ ମାନେ ଡାକ୍ତରଖାନା ଠାରୁ ବହୁ ଦୁରରେ ରହି ଠିକ ସମୟରେ ଡାକ୍ତରଖାନାକୁ ଆସି ପାରୁନାହାନ୍ତି ।
ଏହି କ୍ୱାଟର ଗୁଡିକଅଧାପନ୍ତରିଆ ନିର୍ମାଣ ହେଇଥିବାରୁ ସେଠାରେ କେହି କର୍ମଚାରୀ ରହି ପାରୁନାହାନ୍ତି । ନିର୍ମାଣାଧିନ କ୍ୱାଟର ଗୁଡିକ ଅସଂପୂର୍ଣ୍ଣ ରହିଛି ।ଚତୁରତାର ସହ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଯୋଜନାବଦ୍ଧ ଭାବେ କେବଳ ବାହାର ପାଶ୍ୱ ପଲସ୍ତରା କାର୍ଯ୍ୟଶେଷ ସାରିଦିଆଯାଇଛି । କିନ୍ତୁ ଘରର କବାଟ ନାହିଁ କି ମେଜିଆ ପଡିନାହିଁ । ଏଠାରେ ରହିବାର ସୁବିଧା ବିହେଉନାହିଁ | ଯାହାର ଫାଇଦା ବି ନେଉଛନ୍ତି କର୍ମଚାରୀ ।
କ୍ୱାଟର ନଥିବା ଆଳରେ ଏଠାରେ ନରହି ଘରୁ ଯିବା ଆସିବା କରୁଛନ୍ତି । ବାଟରେ ଆସିବା ବେଳେ ଖରା ବର୍ଷା ଯୋଗୁ ନିର୍ଦ୍ଦିଷ୍ଠ ସମୟରେ ପହଁଚିବାରେ ବିଳମ୍ବ ହେଉଛି । ଫଳତଃ ସ୍ୱଲ୍ପ ବେତନଭୋଗୀ କର୍ମଚାରୀ ମାନେ ନା ଏହି କ୍ୱାଟରରେ ରହିପାରୁଛନ୍ତି ନା ଏଠାରେ ରହିବାର ସୁବିଧା ପାଉଛନ୍ତି । ବରିଷ୍ଟନାଗରିକ ଜନସ୍ୱାର୍ଥ ଟ୍ରଷ୍ଠ ପକ୍ଷରୁ ବାରମ୍ବାର ଦାବି ଆପତି ଅଭିଯୋଗ ପରେ ଚେତା ପଶିଲାନାହିଁ ସରକାରଙ୍କର ।
ଫଳରେ ୨୦୨୨ ମସିହାରେ ଆନ୍ଦୋଳନକୁ ଓହ୍ଲାଇଲେ ଟ୍ରଷ୍ଠର କର୍ମକର୍ତା । ଦୀର୍ଘଦିନ ପରେ ବିଡିଓ ବଦଳିଲେ ତାଙ୍କ ସ୍ଥାନରେ ନୂତନ ବିଡିଓ ଭାବେ ଯୋଗଦେଲେ ସୈାରଭ କଲ୍ୟାଣ ଦାସ । ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ ନିଜେ ବିଡିଓ ତଦନ୍ତ କଲେ । ବୈଷୟିକ କମିଟିର କର୍ମକର୍ତା ମାନଙ୍କ ଦ୍ୱାରା ତଦନ୍ତ କରାଇଲେ ।
ଯେଉଁଥିରେ କି ଦର୍ଶାଯାଇଛି ଏହି କ୍ୱାଟର ଗୁଡିକରେ ସାନିଟେସନ ବ୍ୟବସ୍ଥା ନାହିଁ .ବିଦ୍ୟୁତ ସଂଯୋଗ କରାଯାଇନାହିଁ , ରଙ୍ଗ କରାଯାଇନାହିଁ । ଲୁହା କବାଟ ଝରକା ଲଗାଯାଇନାହିଁ । ଚଟାଣ ଭାଙ୍ଗି ରୁଜି ଗଲାଣି ବୋଲି ୨୦୨୨ ମସିହାରେ ଜନସ୍ୱାର୍ଥ ଟ୍ରଷ୍ଠର ଆନ୍ଦୋଳନ ପରେ ବୈଷୟିକ କମିଟିର ସଦସ୍ୟ ସହକାରୀ ଯନ୍ତ୍ରୀ ଲିଲାମ୍ବର କୁମର କନିଷ୍ଠ ଯନ୍ତ୍ରୀ
ରାମଚନ୍ଦ୍ର ହେମ୍ବ୍ରମ , ପିଙ୍କି ବେହେରା ରିପୋର୍ଟରେ ଦର୍ଶାଇଛନ୍ତି । ମରାମତି କରିବା ନିମନ୍ତେ ୪ଲକ୍ଷ ଟଙ୍କା ଆବଶ୍ୟକ ହେଉଛି ।
ଯାହାକି ବୈଷୟକି କମିଟିର ଟିମ ଦ୍ୱାରା ଆକଳ କରାଯାଇଛି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଏହି କ୍ୱାଟର ନିର୍ମାଣ ପାଇଁ କଣ ପୂର୍ବରୁ ଟଙ୍କା ବ୍ୟବସ୍ଥା ହୋଇ ନଥିଲା । ନା ଠିକାଦାର ଚଳୁ କରିପଳାଇଯାଇଛନ୍ତି । ଟ୍ରଷ୍ଠର ଅଧକ୍ଷ ରଥ ସେଠୀ ଜିଲ୍ଲାପାଳଙ୍କୁ ସମସ୍ତ ବିଷୟ ଜଣାଇବା ପରେ ୧୫ଦିନ ମଧ୍ୟରେ ସମସ୍ତ ଆବଶ୍ୟକ ଅର୍ଥ ପ୍ରଦାନ ନିମନ୍ତ ପ୍ରତିଶୃତି ଦେଇଥିଲେ ଜିଲାପାଳ ସରୋଜ କୁମାର ସେଠୀ ।
୧୫ ଦିନ ଯାଇ ୧୫୦ଦିନ ବିତିଳାଣି ଜିଲ୍ଲାପାଳଙ୍କ କଥା ଏବେବି କାମରେ ଲାଗିପାରିଲା ନାହିଁ । ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କ୍ୱାଟର ଗୁଡିକ କଥା ଏତିକିରେ ସରିନାହିଁ । ଏହା କେବଳ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ କଥା । ସରକାରଙ୍କୁ ଆଉ ଚେତାବନୀ ଦେବୁନି ।
ସେ ବେଳ ସରିଗଲାଣି । ଏବେ ମାନ୍ୟବର ଅଦାଲତକୁ ଯିବୁ । ଆଉ ନିବେଦନ କରିବୁ ଯେ ଏହି କ୍ୱାଟର ନିର୍ମାଣ ପାଇଁ ଯେଉଁ ଏଷ୍ଟିମେଟ ହୋଇଥିଲା । ସେହି ଅନୁସାରେ କାମ ନହୋଇ କିଭଳି ବିଲ ପାଶ ହେଲା ।
ଆଉ ଜିଲ୍ଲା ପ୍ରଶାସନ ବାରମ୍ବାର ୧୩ ବର୍ଷ ହେଲାଣି ଭୁବନବାସୀଙ୍କୁ କାହିଁକି ଠକି ଚାଲିଛନ୍ତି । ତେଣୁ ଏଷ୍ଠିମେଟ ଟଙ୍କା ଗଲା କୁଆଡେ ତାର ହିସାବ ମାଗିବୁ ବୋଲି କୁହନ୍ତି ଜନସ୍ୱାର୍ଥ ଟ୍ରଷ୍ଠର ସଂପାଦକ ଦୁର୍ଗା ପ୍ରସାଦ ପୃଷ୍ଠି । ଡାକ୍ତର ହେଉଛନ୍ତି ଦିତୀୟ ଭଗବାନ । ତାଙ୍କୁ ଶବ ବ୍ୟବଛେଦ ଠାରୁ ଆରମ୍ଭ କରି ନର୍ଦ୍ଦମା ସଫା ପର୍ଯ୍ୟନ୍ତ ସାହାର୍ଯ୍ୟ କରିବାକୁ ଥିବା କର୍ମଚାରୀ ମାନେ ୧୩ ବର୍ଷ ହେଲାଣି କ୍ୱାଟର ପାଉନାହାନ୍ତି ।
କେନ୍ଦ୍ର ଓ ରଜ୍ୟର ଭାଗୁଆଳୀ ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଆଉ ଜଣେ ସଚିବ ଖାଲି ମନ୍ଦିରରେ ରଙ୍ଗ ଲଗାଇବା ବ୍ୟସ୍ତ । ଆମ ଡାକ୍ତରଖାନର ଭିନ୍ନ ଭିନ୍ନ ଅସୁବିଧା ମଧ୍ୟରୁ ଏହା ଗୋଟିଏ । ଏହା କଣ ତାଙ୍କ କାନରେ କେହି ନିର୍ବାଚିତ ପ୍ରତିନିଧି କିମ୍ବା ଶାସକ ଦଳର ତୁଙ୍ଗ ନେତା ମାନେ ପକାଇପାରିଲେ ନାହିଁ ଯେ ଆମକୁ ପୁଣି ଆନ୍ଦୋଳନ କରିବାକୁ ପଡିବ ବୋଲି କୁହନ୍ତି ଚାଷୀ ମୁଳିଆର ନେତା ଭାରତୀୟ କମିନିଷ୍ଟି ପାଟିର ଜିଲ୍ଲା ସଂପାଦକ ଶିବରାମ ସାହୁ ।






Leave a comment