
ନିଳଗିରି : ନୀଳଗିରି ବ୍ଲକ ଅଧୀନ ବରହମପୁର ବଜାର ମଧ୍ୟସ୍ଥ ଦୁର୍ଗାମଣ୍ଡପ ସମ୍ମୁଖସ୍ଥ ପ୍ରାଙ୍ଗଣଟି ଶେଷରେ କଂକ୍ରିଟ ଢଳେଇ ହୋଇ ରୂପାନ୍ତରିତ ହୋଇଛି ବର୍ତ୍ତମାନର ଢେଙ୍କାନାଳ ଜିଲାପାଳ ତଥା ନୀଳଗିରି ବ୍ଲକ ତେନ୍ତୁଳିଆ ଗ୍ରାମର ପୁଅ ସରୋଜ ସେଠୀଙ୍କ ପ୍ରଚେଷ୍ଟା ଓ ଅନୁରୋଧରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗତ ମେ ମାସ ୭ତାରିଖରେ ଉପସ୍ଥିତ ରହି ସମଗ୍ର ପ୍ରାଙ୍ଗଣକୁ କଂକ୍ରିଟ ଢଲେଇ କରିବା ପାଇଁ ଶିଳାନ୍ୟାସ କରିଥିଲେ । ଏବେ କିଛିଦିନ ପୂର୍ବରୁ ଢ଼େଙ୍କାନାଳ ଜିଲାପାଳଙ୍କ ସହୋଯୋଗରେ ଏହି କାମ ସମ୍ପୂର୍ଣ୍ଣ ହୋଇଛି ।
ତେବେ ନୀଳଗିରି ମାଟିର ପୁଅ ଶ୍ରୀ ସେଠୀ ଏଭଳି ସହଯୋଗର ହାତ ବଢ଼ାଇ ଥିବାରୁ ତାଙ୍କୁ ବଜାର କମିଟିର ସଭାପତି ପରମାନନ୍ଦ ବେହେରା, ସମ୍ପାଦକ ସନ୍ତୋଷ ପଶା, ଦୁର୍ଗାପୂଜା କମିଟିର ସଭାପତି ରବିନାରାୟଣ ଚୌଧୁରୀ, ସମ୍ପାଦକ ଅନୀଲ ବେହେରା, ସମାଜସେବୀ ତଥା ପିଠାହତା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବୁଗୁଡ଼ାଇ, କମିଟି ସଦସ୍ୟ ହରେକୃଷ୍ଣ ବେହେରା, ସନ୍ତୋଷ ବେହେରା, ପ୍ରଫୁଲ୍ଲ ବେହେରା, ଭାସ୍କର ପଶା, ଅଶୋକ ସେଠୀ, ଭାସ୍କର ବେହେରା, ବିଜୟ ବେହେରା, ମହେନ୍ଦ୍ର ବେହେରା, ଦୀପକ ବେହେରା ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ସାଧୁବାଦ ଦେବା ସହଉତ୍ତୋରତର କାମନା କରିଛନ୍ତି ।ବଜାରର ମୁଖ୍ୟ ସ୍ଥାନ ହୋଇଥିବାରୁ ପ୍ରତିଦିନ ଶହଶହ ସଂଖ୍ୟାରେ ଏଠାରେ ଗାଡ଼ି, ମଟର ଓ ଲୋକ ରୁଣ୍ଡ ହେବା ସହ ଲୋକ କିଣାବିକା କରିଥାନ୍ତି । ଫଳରେ ପାଣି ନିଷ୍କାସନ ହୋଇ ନପାରି ଜାଗାଟି ସନ୍ତସନ୍ତିଆ ଆବର୍ଜନା ପୂର୍ଣ୍ଣ ହୋଇ ରହୁଥିଲା ।
Leave a comment