ଗାଡ଼ି ଚଢ଼ାଇ ଯୁବକଙ୍କୁ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର

ଢ଼େଙ୍କାନାଳ: ଗାଡ଼ି ଚଢ଼ାଇ ଯୁବକଙ୍କୁ ମାରିବାକୁ ଉଦ୍ୟମ । ବାଇକ୍‌ରେ ଯାଉଥିବା ପଛରୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ ଫଳରେ ଗୁରୁତର ହୋଇପଡ଼ିଛନ୍ତି ଜଣେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛ କପିଳାଶ ରାସ୍ତା ଝରଣ ଛକଠାରେ। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି। ଯୁବକ ଜଣଙ୍କ ସଦର ଥାନା ଅନ୍ତର୍ଗତ କାଇମାଟି ପଞ୍ଚାୟତର କନ୍ଧପଡା ଗ୍ରାମର ଜ୍ୟୋତିରଞ୍ଜନ ମହାଳିକ ।ଅନୁଯାୟୀ, ଜ୍ୟୋତି ରଞ୍ଜନଙ୍କ ଗ୍ରାମର ବିକାଶ ଦାସଙ୍କ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣକୁ ନେଇ ଶତ୍ରୁତା ଲାଗିରହିଥିଲା। ତେବେ ସୋମବାର ଜ୍ୟୋତି ରଞ୍ଜନ କାଇମାଟି ଛକକୁ ଆସିବା ସମୟରେ ବାଟରେ ବିକାଶଙ୍କ ସହ ବଚସା ମଧ୍ୟ ହୋଇଥିଲା । ପରେ ଜ୍ୟୋତି କାଇମାଟି ଛକରେ ଏକ ସେଲୁନରେ ଥିବା ବେଳେ ସେଠାରେ ମଧ୍ୟ ବିକାଶ ସେଠାରେ ପହଞ୍ଚିଥିଲା। ଉଭୟଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା। ଫଳରେ ଜ୍ୟୋତି ସେଲୁନର ଏକ କଇଁଚିରେ ବିକାଶ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରି ସମାଧାନ କରିଥିଲେ।

Leave a comment

Design a site like this with WordPress.com
Get started