
ଢେଙ୍କାନାଳରେ ଚାଷୀଙ୍କ ଦୁର୍ଦ୍ଦଶା ଦୂର କରିବାରେ ରାଜ୍ୟ ସରକାରଙ୍କ ଅପାରଗତା ଅତ୍ୟନ୍ତ ନିରାଶାଜନକ !
କୃଷକ ମାନେ ସଦାବେଳେ ସେମାନଙ୍କର ଯଥାର୍ଥ ସ୍ୱୀକୃତି ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକର ଲାଭ ପାଇବା ପାଇଁ ନିରନ୍ତର ସଂଗ୍ରାମ ଚଲେଇ ଥିବା ବେଳେ ଏହି ନପୁଂସକ ରାଜ୍ୟ ସରକାରଙ୍କ ଦ୍ଵାରା କୃଷକ କେନ୍ଦ୍ରିତ ଯୋଜନା ଗୁଡିକ ତାଙ୍କ ହିତ ଓ କଲ୍ୟାଣ ପରିବର୍ତ୍ତେ ଅମଲାତାନ୍ତ୍ରିକ ଲାଲ୍ ଟେପ୍ ଅଥବା ନିର୍ବାଚନ ପ୍ରହସନ ଭଳି ପ୍ରତିତ ହଉଛି ।
ରାଜ୍ୟ ସରକାର ଜାରି କରିଥିବା ପରିଚୟ ପତ୍ର ଅଭାବରୁ ଫସଲ ବୀମା ସୁବିଧା ପାଇବାକୁ ଅସମର୍ଥ ରମି ସୋରେନଙ୍କ କାହାଣୀ ଏହି ସରକାରଙ୍କ ଅପାରଗତା ଓ ନପୁଂସକତା ର ଜ୍ୱଳନ୍ତ ଉଦାହରଣ ଅଟେ ।
ଏକଦା ଆଦିବାସୀଙ୍କ ଅଧିକାର ପାଇଁ ଅକ୍ଲାନ୍ତ ସଂଗ୍ରାମ କରୁଥିବା ଢେଙ୍କାନାଳର “ଶୂନ୍ୟ ଗ୍ରାମ/Zero Village” ଏବେ ସରକାରଙ୍କ ଉଦାସୀନତାର ଶିକାର ହୋଇଛନ୍ତି। ଏହା ଅତ୍ୟନ୍ତ ନିରାଶାଜନକ ଯେ ଯେଉଁ ସମ୍ପ୍ରଦାୟମାନେ ଜଙ୍ଗଲ ଅଧିକାର ଆଇନକୁ ଆଗକୁ ବଢ଼ାଉଥିଲେ ସେମାନେ ଏବେ ସୀମାରେଖା ଆଡକୁ ଠେଲି ହୋଇୟାଇଛନ୍ତି।
ଏବେ ସମୟ ଆସିଛି ରାଜ୍ୟ ସରକାର ନିଜର ବିଫଳତା ପାଇଁ ଉତ୍ତରଦାୟୀ ହେବା ଉଚିତ୍! ଏହି ସୁଶାସନ ର କଳା ପରଦା ପଛରେ ଚାଲିଥିବା ଦୁର୍ନୀତିକୁ ପର୍ଦ୍ଦାଫାଶ କରି ପରିବର୍ତ୍ତନ ର ସ୍ୱର କୁ ଆପଣେଇ ନେବାର ସମୟ ଆସିଯାଇଛି ।
Leave a comment