ଢେଙ୍କାନାଳମାଟିରେ ରାଜନୀତି ରେ ପାଦ ଦେବା ରେ ମୋର ଅନୁଭୂତି ଦୀର୍ଘ ୩ଦଶନ୍ଧି ରୁ ଉର୍ଧ୍ବ ହେବ । ଏହି ସମୟ ଭିତରେ ଅନେକ ଘାତ ପ୍ରତିଘାତ ,ଉତ୍ଥାନ ପତନ ର ଓ ବହୁ ଅଭିଜ୍ଞତା ର ଅଧିକାରୀ ମୁଁ ହୋଇଛି । ଭଗବାନ ଙ୍କ ଆଶୀର୍ବାଦ ଯୋଗୁ ଦୁଇ ଦୁଇ ଥର ରାଜ୍ୟ ବିଧାନ ସଭାକୁ ଯିବାର ସୁଯୋଗ ପାଇଛି । ରାଜ୍ୟର ବହୁ ପ୍ରତିଷ୍ଠିତ ନେତୃତ୍ୱ ଙ୍କ ସାନିଧ୍ୟ ଲାଭ କରିଛି । ଦିବଗନ୍ତ ନେତା ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଙ୍କ ସାନିଧ୍ୟ ପାଇବାର ସୁଯୋଗ ପାଇଛି । ବିଜୁ ବାବୁ ଙ୍କ ନିର୍ଦେଶ ରେ ପୁର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବାର ସୁଯୋଗ ମଧ୍ୟ ପାଇଛି । ଯଦିଓ ସେହି ନିର୍ବାଚନ ରେ ସ୍ୱଳ୍ପ ଭୋଟ ବ୍ୟବଧାନ ରେ ପରାଜୟ ସ୍ୱୀକାର କରିଥିଲି ତଥାପି ସେହି ଲଢେଇ ର ସ୍ୱାଦ କିଛି ନିଆରା ଥିଲା । ସେହି ନିର୍ବାଚନ ମୋ ଜୀବନ ର ଗତିପଥ କୁ ବଦଳାଇ ଦେଇଥିଲା । ସମ୍ମୁଖ ଯୁଦ୍ଧ ରେ ଲଢ଼ିବା ଓ ସେଥିରେ ହାରିବା ଜିତିବା ର କିଛି ସ୍ୱତନ୍ତ୍ରତା ଥାଏ । ରାଜନୀତିରେ ବିଶ୍ୱାସଘାତକତା ର ଶିକାର ହେବା ମୋ ପାଇଁ କିଛି ନୂଆ କଥା ନୁହେଁ ।୨୦୦୪ ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ମୋତେ କେଉଁଠି ନା କେଉଁଠି ବିଶ୍ୱାସଘାତକତା ର ଶିକାର ହେବାକୁ ପଡିଛି । ସେ ନବୀନ ପଟ୍ଟନାୟକ ହୁଅନ୍ତୁ କି ପ୍ୟାରି ମହାପାତ୍ର ହୁଅନ୍ତୁ କି ସେ କଳ୍ପତରୁ ଦାସ ହୁଅନ୍ତୁ ମୋର ପାରିବାରିକ ରାଜନୈତିକ ପରିଚୟ ନଥିବାରୁ ମୁ ସଦାବେଳେ ରାଜନୈତିକ ବିଶ୍ୱାସଘାତକତା ର ଶିକାର ହୋଇ ଆସିଛି ।ମୋ ବାପ କି ଅଜା କେବେ ରାଜନୀତି ରେ ନଥିଲେ । ମୁଁ ୧୯୮୪ ମସିହାରେ ବିଜୁ ବାବୁ ଙ୍କ ପ୍ରେରଣା ରେ ସରପଞ୍ଚ ଭୋଟ ରେ ଲଢ଼ି ଜିତିବା ଠାରୁ ମୋର ରାଜନୈତିକ ଗୁରୁ ଅଦ୍ବେତ ବାବୁ ଙ୍କ ପ୍ରେରଣା ମୋତେ ରାଜନୀତି ରେ ବହୁତ ଆଗକୁ ନେଇଥିଲା । ରାଜନୀତି ରେ ମୁଁ ମୋର ସୀମିତ ପ୍ରଚେଷ୍ଟା ଭିତରେ ଅନେକ ଯୁବକ ଙ୍କୁ ଅନେକ ରାଜନୈତିକ ପରିଚୟ ଓ ସୁଯୋଗ ଦେଇଛି ।ଆଜି ମୋ ସାଙ୍ଗରେ କିଏ ଅଛି ଓ କିଏ ନାହିଁ ସେଥିପାଇଁ ମୁଁ ଆଦୌ ଚିନ୍ତିତ ନୁହେଁ । ରାଜନୀତିରେ ମୋତେ ଅନେକ ଲୋକ ସିଡ଼ି ରୂପେ ବ୍ୟବହାର କରି ମୋର ଆଵଶ୍ୟକତା ସମୟରେ ମୋ ଠାରୁ ଦୂରେଇ ଯାଇଛନ୍ତି ।କିନ୍ତୁ ମୁଁ ଯାହାକୁ ରାଜନୀତି ରେ ସିଡ଼ି ରୂପେ ବ୍ୟବହାର କରିଛି ସେମାନଙ୍କୁ କେବେ ବି ଧୋକା ଦେଇନାହିଁ । ଆଜି ବି କିଛି ଲୋକ ପ୍ରଶ୍ନ କରନ୍ତି ମୁଁ କାହିଁକି ନବୀନ ପଟନାୟକ ଙ୍କୁ ଛାଡ଼ିଲି । ଆଜିବି ମୁଁ କହେ ମୁଁ ନବୀନ ପଟ୍ଟନାୟକ ଙ୍କୁ ମୁଁ ଏବେବି ଛାଡିନାହିଁ ବରଂ ମୋର ସରଳତା ର ସୁଯୋଗ ନେଇ ସେ ମୋ ସଂଗେ ବିଶ୍ୱାସଘାତକତା କରିଛନ୍ତି । ଯେତେବେଳେ ୨୦୧୨ମସିହାରେ ପ୍ୟାରୀ ବାବୁ ତାଙ୍କୁ ଧୋକା ଦେଇଥିଲେ ସେତେବେଳେ ଆମେ କେତେଜଣ ଗୋଟିଏ ଜାତୀୟ ଦଳ କୁ ଭାଙ୍ଗି ନବୀନ ବାବୁ ଙ୍କୁ ସମର୍ଥନ କରିଥିଲୁ ଓ ସରକାର କୁ ସୁରକ୍ଷା ଦେଇଥିଲୁ। ।ସେତେବେଳେ ନବୀନ ବାବୁ ତାଙ୍କ ବାପା ତଥା ମୋର ନେତା ବିଜୁ ବାବୁ ଙ୍କ ଫଟୋ ଛୁଇଁ ଆମକୁ ଛାଡିବେ ନାହିଁ ବୋଲି ଶପଥ କରିବାର ଠିକ ଦୁଇବର୍ଷ ପରେ ମୋତେ ଧୋକା ଦେଇଥିଲେ । ଏହି ଘଟଣା ର ମୁକ ସାକ୍ଷୀ ଅନେକ ଅଛନ୍ତି । କେତେକ ଦଳ ରେ ଅଛନ୍ତି କେତେ ବି ଦଳ ରେ ଥାଇ ନଥିଲା ଭଳି ଅଛନ୍ତି ।ନବୀନ ବାବୁ ତାଙ୍କ ସ୍ବ।ର୍ଥ୍ୟ ପାଇଁ କାହାକୁ ବି ବଳି ପକାଇବାକୁ ପଛାନ୍ତି ନାହିଁ । ମୁଁ ସେହି ବଳି ର ବକରା ବନିଥିଲି । ଧୋକାର ଶିକାର ହୋଇଥିଲେ ବି ଲଢେଇ ଆଜି ପର୍ଯ୍ୟନ୍ତ ଜାରି ରହିଛି ।ଆଗକୁ ମଧ୍ୟ ରହିବ ।କିଏ ମୋ ସାଙ୍ଗରେ ରହୁ କି ନରହୁ ସେଥିରେ ଯାଏ ଆସେ ନାହିଁ । ଜଣେ ଗୁରୁ ତାର ଶିଷ୍ୟ କୁ ପ୍ରତାରିତ କରେ ନାହିଁ ।ଜଣେ ରାଜନୈତିକ ଶିଷ୍ୟ ତାର ଗୁରୁ କୁ କ୍ଷମତା ପାଇଁ ବିଶ୍ୱାସଘାତକତା କରିବାର ବହୁ ନଜିର ଅଛି । ଆଜି ବି ମୁଁ ଗର୍ବ ଅନୁଭବ କରେ ମୋର ଅନେକ ସହଯୋଗୀ ତିନି ଦଶନ୍ଧି ପରେ ଆଜି ବି ମୋ ସାଙ୍ଗରେ ଅଛନ୍ତି ।ସେମାନଙ୍କ ପାଖରେ ମୁଁ ଚିର ରୁଣୀ ।ମୁଁ କିନ୍ତୁ ଅତ୍ୟନ୍ତ ଭାଗ୍ୟବାନ ଯେ ସ୍ବର୍ଗତ ବିଜୁ ବାବୁ ଙ୍କ ପରି ରାଜନୈତିକ ଗୁରୁ ଓ ପୁର୍ବତନ ମନ୍ତ୍ରୀ ଅଦ୍ବେତ ପ୍ରସାଦ ସିଂହ ଭଳି ଯିଏ ଗୁରୁ ପାଇଥିବ ସେ ତା ଜୀବନରେ କେବେବି ପଛକୁ ଯିବ ନାହିଁ । ଆଜି ସେପ୍ଟେମ୍ବର ୫ ତାରିଖ ହେଉଛି ଗୁରୁ ଦିବସ ।ଯେଉଁ ଗୁରୁ ମାନଙ୍କ ପ୍ରେରଣା ମୋତେ ଆଜି ବି ରାଜନୀତି ରେ ବଞ୍ଚିବାର ରାହା ଦେଇଛି ସେମାନଙ୍କୁ ଆଜିର ଦିନରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।


Leave a comment