ଥିଙ୍କର୍ଷଫୋରମ ର ୨ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ ଯୋଗ ଦେଲେ ସମସ୍ତ କର୍ମଚାରୀ

ଢେଙ୍କାନାଳ ଥିଙ୍କର୍ସ ଫୋରମର ଦୁଇ ଦିନିଆ ବାର୍ଷିକ ଉତ୍ସବ ଉଦଘାଟିତ.

ଅଦ୍ୟ ତା.11.09.2023 ରିଖ ପୂର୍ବାହ୍ନ 11.30 ସମୟରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ମୁଖ୍ୟ ଅତିଥି DA ଶକୁନ୍ତଳା ବଳିୟାରସିଂ ଏବଂ ମୁଖ୍ୟ ବକ୍ତା. ପ୍ରଫେସର ମନୋରଞ୍ଜନ ମହାନ୍ତି ଙ୍କ ଉପସ୍ଥିତିରେ ଉଦଘାଟିତ ହୋଇ ଯାଇଛି.
ଉକ୍ତ ଉତ୍ସବରେ ଫୋରମର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥି, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଏବଂ ଚରୈବେତୀ ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଲ କୁମାର ନନ୍ଦ ମଞ୍ଚାସିନ ଥିଲେ|
ଉଦଘାଟନୀ ଉତ୍ସବର ମୂଖ୍ୟ ଅତିଥି ଏବଂ ଅନ୍ୟ ସମସ୍ତ ଅତିଥି ମାନେ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |ସୋମେନ୍ଦୁ ଶତପଥୀ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଫୋରମର ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଅତିଥି ପରିଚୟ ଏବଂ ସମ୍ପାଦକୀୟ ପାଠ କରିଥିଲେ |
ସାହିତ୍ୟିକ ମାନେ ନିଜ ଜୀବନ ଚରିତ୍ରରେ ଅହଂ ଭାବ ବିବର୍ଜିତ କରି ନମ୍ର ଏବଂ ବିନୟୀ ହେବା ପାଇଁ ମୁଖ୍ୟ ଅତିଥି ବକ୍ତବ୍ୟରେ କହିଥିଲା ବେଳେ ସାହିତ୍ୟରେ ଜୀବନର ପ୍ରକୃତ ଛବି ଫୁଟିବା ଉଚିତ ବୋଲି ମତ ରଖିଥିଲେ ମୂଖ୍ୟ ବକ୍ତା ପ୍ରଫେସର ମନୋରଞ୍ଜନ ମହାନ୍ତି |
ଉକ୍ତ ସଭାରେ ଫୋରମର ମୁଖପତ୍ର ଚରୈବେତି, ଏବଂ କବି ଗୋଲକ ବେହେରା ଏବଂ ରବୀନ୍ଦ୍ର ସାହୁଙ୍କର ପୁସ୍ତକ ଉନ୍ମୋଚନ ହୋଇଥିଲା |
ଏହି ଉତ୍ସବରେ ଫୋରମ ତରଫରୁ ପଦ୍ମଶ୍ରୀ ପଣ୍ଡିତ ଡଃ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କୁ ସ୍ୱତନ୍ତ୍ର ସମ୍ମାନ ଦିଆଯାଇଥିଲା ବେଳେ ଅନୁଷ୍ଠାନ ତରଫରୁ କବି ଶ୍ରୀଯୁକ୍ତ କାଳି କିଙ୍କର ଦାସ, ସୁଚିତ୍ରା ଶତପଥୀ ଙ୍କୁ ଚରୈବେତି ସାରସ୍ୱତ ସମ୍ମାନ ଦିଆ ଯାଇଥିଲା ବେଳେ ଯୁବ କବି ପ୍ରକାଶ ପରିଡା ଙ୍କୁ ଚରୈବେତି ଯୁବ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା |
ଉକ୍ତ ବୈଠକ ଆରମ୍ଭରୁ ଫୋରମର ସମସ୍ତ ସଦସ୍ୟ ସଦସ୍ୟା ମିଳିତ ଭାବେ ଢେଙ୍କା ପିଢ଼ରୁ ବାଜି ରାଉତ ସ୍ମୃତି ପୀଠ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରିଥିଲେ |
ପରିଶେଷରେ ଫୋରମର କୋଷାଧ୍ୟକ୍ଷ୍ୟ ବୈକୁଣ୍ଠ ନାଥ ଦ୍ୱୈବେଦୀ ଧନ୍ୟବାଦ ଅର୍ପଣ କରିଥିଲେ |
ମଧ୍ୟାହ୍ନ ଭୋଜନ ପରେ ଶ୍ରୀମତୀ ନିର୍ମଳା ମହାପାତ୍ର ଙ୍କ ସଭାପତିତ୍ୱ ରେ କବିତା ଆସର ଅନୁଷ୍ଠିତ ହୋଇଥିଲା |

Leave a comment

Design a site like this with WordPress.com
Get started