
ବ୍ୟାପୁଛି ସ୍କ୍ରବ ଟାଇଫସ : ଚାଷୀ ଏବଂ ବିଲ ବା ଜଙ୍ଗଲରେ ଯାଉଥିବା ଲୋକ ହେଉଛନ୍ତି ଆକ୍ରାନ୍ତ
ବ୍ୟାପୁଛି ସ୍କ୍ରବ ଟାଇଫସ । ଏହା ଚିଗର ନାମକ ଏକ କୀଟ କାମୁଡ଼ିଲେ ହେଉଛି । ଚାଷୀ ଏବଂ ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି । ସ୍କ୍ରବ ଟାଇଫସ ହେଲେ ଜ୍ୱର ଲାଗି ରହେ ଏବଂ ମୃତ୍ୟୁ ଆଶଙ୍କା ମଧ୍ୟ ଅଧିକ ରହିଥାଏ । ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡି ଥାଏ ସେଠାରେ ସ୍କିନ ଡେଡ ହୋଇଯାଏ ।
ଯାହାକୁ ଏଚାର ବୋଲି କୁହାଯାଏ।ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର ଡିପିଏଚଏଲରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ଚିହ୍ନଟ ହେଲେ ଚିକିତ୍ସା ସହଜ ହେବ । ସାଧାରଣ ଆଣ୍ଟିବାୟୋଟିକ କାମଦେବ, ତେବେ ଯାହାର ଜ୍ୱର କମୁନି ସେମାନେ ପରୀକ୍ଷା କରାଇବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ବରଗଡ, ନବରଙ୍ଗପୁର, ସୁନ୍ଦରଗଡରେ ଏହି ରୋଗ ବ୍ୟାପୁଛି । ହେଲେ ସର୍ବାଧିକ ମାମଲା କେନ୍ଦୁଝରରୁ ଆସୁଛି ।
Leave a comment