ସକାଳ ଧୂପରେ ଶ୍ରୀ ଜଗନ୍ନାଥ

ଭକତ ବତ୍ସଳ ଭାବଗ୍ରାହୀ ସିଏ
ଶୁଣେ ସବୁରିଙ୍କ ଦୁଃଖ
ତୋର ଦରଶନେ ଦୁଃଖ ଭୁଲି ଯାଏ
ତୁ ପରା ପ୍ରାଣୀର ସୁଖ l
ତୋ ନାମ ଧରିଲେ ପାପ ଦୂରେ ଯାଏ
ମିଳେ ପୂଣ୍ୟର ପସରା
ରୋଗ ଦୁଃଖ ଶୋକ କ୍ଷଣେ ଚାଲି ଯାଏ
ତୁ ପରା ଦୁଃଖ ପାଶୋରା l
ବରଷକୁ ଥରେ ରାଜଦାଣ୍ଡେ ଦେଖୁ
ରଥ ଯାତ୍ରା ହୁଏ ତୋର
ଚଳନ୍ତି ରଥକୁ ଦରଶନ କଲେ
ମୁକ୍ତି ମିଳେ ଜୀବନର ।
ମନ କଥା ତୁହି ବୁଝି ପାରୁ ବୋଲି
ହେଲୁ ତୁ ଶ୍ରେଷ୍ଠ ସଂସାରେ
କି ଗୁଣ ଗାଇବି ଅକିଞ୍ଚନ ମୁହିଁ
ଦୟା ରଖି ଥିବୁ ବାରେ l
ନିର୍ମାଲ୍ୟ ତୋହର ନିର୍ବାଣର ମାର୍ଗ
ଦରଶନେ ମିଳେ ଶାନ୍ତି
ଏ ଭବ ସାଗରୁ ବିଦାୟର ବେଳେ
ପାଖେ ରହି ଦେବୁ ମୁକ୍ତି l
ଜୟ ଜଗନ୍ନାଥ।🙏🙏।

Leave a comment

Design a site like this with WordPress.com
Get started