ଗଁଦିଆ ମେଡିକାଲ ରେ ଶିଶୁ ବିଶେଷଜ୍ଞ ଓ ପ୍ରସୂତି ବିଶେଷଜ୍ଞ ପଦବୀ ପୂରଣ ଓ ପୋଷ୍ଟ ବର୍ତମ୍ମ ସେଣ୍ଟର କାର୍ଯ୍ୟକ୍ଷମ ଦାବିରେ ଅକ୍ଟୋବର ୨ ତାରିଖ ରେ ଗଣଧାରଣା ଓ ଅନଶନ ଧର୍ମଘଟ କରିବ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷାମଞ୍ଚ

ଗନ୍ଦିଆ ମେଡିକାଲ ରେ ଶିଶୁ ବିଶେଷଜ୍ଞ ଓ ପ୍ରସୂତି ବିଶେଷଜ୍ଞ ପଦବି ପୂରଣ ଓ ପୋଷ୍ଟ ମର୍ତ୍ତମ୍ ସେଣ୍ଟର୍ କାର୍ଯ୍ୟକ୍ଷମ ଦାବି ରେ ଅକ୍ଟୋବର ୨ ତାରିଖରେ “ଗଣ ଧାରଣା ଓ ଅନଶନ ଧର୍ମଘଟ ” କରିବ” ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ” ।

ଆଜି ତା ୧୯.୦୯.୨୦୨୪ ରିଖ ପୂର୍ବାହ୍ନ ୧୧ ଘଟିକରେ ଗନ୍ଦିଆ ବ୍ଲକ ର ନୂଆ ନାଗେନା ପଞ୍ଚମୁଖୀ ହନୁମାନ ମନ୍ଦିର ରେ “ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ” ଆନୁକୁଲ୍ୟରେ ଏକ “ବନ୍ଧୁ ମିଳନ ” କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ନବୀନ ନନ୍ଦ ,ପୂର୍ବତନ ବିଧାୟକ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ହୋଇଥିଲା ।
ଏହି ବନ୍ଧୁ ମିଳନ ଅବସର ରେ ମୁଖ୍ୟ ଅତିଥି ରୂପେ ଗନ୍ଦିଆ ର ପୂର୍ବତନ ସରପଂଚ ଶ୍ରୀଯୁକ୍ତ ମଙ୍ଗରାଜ ବାରିକ ଓ ସମ୍ମାନିତ ଅତିଥି ରୁପେ ବିଶିଷ୍ଟ ସାହିତ୍ୱିକ ଇନ୍ଦ୍ରମଣି ନାୟକ ଓ ଶ୍ରୀଯୁକ୍ତ ସନାତନ ସାହୁ ,ଗନ୍ଦିଆ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଯୋଗ ଦାନ କରିଥିଲେ ।ଅନ୍ୟତମ ଅତିଥି ରୂପେ ଶଙ୍କର ପୁର ର ପୂର୍ବତନ ସରପଂଚ ଶ୍ରୀ ରମେଶ ରାଉତ, ସପ୍ତସଯ୍ୟା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ମାନସ ରଞ୍ଜନ ବାଘ୍ , ମଙ୍ଗଳପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଜିତେନ୍ଦ୍ର କୁମାର ବେହେରା, ବିଧାରପୁର ର ପୂର୍ବତନ ସରପଂଚ ଶ୍ରୀଯୁକ୍ତ ନାରାୟଣ ମଲିକ, ପ୍ରଫୁଲ୍ଲ ପରିଡ଼ା, ମାନସ ରଞ୍ଜନ ସାହୁ ,ଶେଷାନନ୍ଦ ମିଶ୍ର , ଲିଙ୍ଗରାଜ ସାହୁ, ସୌମ୍ୟ ରଂଜନ ହୋତା ,ଯୁଗଳ ନାୟକ, ଚିତ୍ତରଞ୍ଜନ ସାହୁ, ମହେନ୍ଦ୍ର ପିଙ୍ଗୁଆ ,ଭୀମସେନ ହେମ୍ବ୍ରମ,ନରେନ୍ଦ୍ର ମୁଣ୍ଡା ,ଶିବ ଲାଲ କଲୁଣ୍ଡିଆ, ଅସିତ୍ ମହାନ୍ତି ,ଭାଗ୍ୟବାନ ପ୍ରଧାନ ,ପ୍ରତ୍ୟୁଷ କୁମାର ଜେନା, ଶାନ୍ତି ସ୍ୱରୂପ ଜେନା ,ଗୋପାଳ ମହାରଣା , ସୁବାସ ସାହୁ,ମାନସ ସାହୁ ,ବୀରବର ବାରିକ , ପଦନ ଚରଣ ସାହୁ, ବସନ୍ତ ମଲ୍ଲିକ , ସୁଶାନ୍ତ ପରିଡ଼ା ଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗଦାନ କରିଥିଲେ ।
ଉକ୍ତ ସଭାରେ ସଭାପତି ଶ୍ରୀ ନନ୍ଦ ଢେ଼ଙ୍କାନାଳ ରେ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଢେ଼ଙ୍କାନାଳ ବଡ ମେଡିକାଲ ରେ ଆବଶ୍ୟକୀୟ ଡାକ୍ତର ଅଭାବ,ଜଳ ସେଚନ ର ବ୍ୟାପକ ଅବ୍ୟବସ୍ଥା , ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ , ଗ୍ରାମାଞ୍ଚଳ ରେ ପାନୀୟ ଜଳ ର ଅଭାବ, ବ୍ଲକ ଗୁଡ଼ିକରେ ବ୍ୟାପକ ଦୁର୍ନୀତି ଓ ଶୋଷଣ , ଟାଟା ପାୱାର ର ଅଘୋଷିତ ବିଦ୍ୟୁତ୍ କାଟ ସାଙ୍ଗରେ ଗନ୍ଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ୧୦ବର୍ଷ ଧରି ଶିଶୁ ବିଶେଷଜ୍ଞ ଓ ପ୍ରସୂତି ବିଶେଷଜ୍ଞ ପଦବୀ ଖାଲି ଓ ଦୀର୍ଘ ଦିନ ଧରି ପୋଷ୍ଟ ମର୍ତମ ସେଣ୍ଟର୍ କାର୍ଯ୍ୟକ୍ଷମ ନହେବା ଯୋଗୁଁ ଜନ ଅସନ୍ତୋଷ ହେଉଛି ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ମଙ୍ଗରାଜ ବାରିକ ଆଗାମୀ ଦିନ ରେ କୌଣସି ଦଳୀୟ ଟିକେଟ କୁ ଅପେକ୍ଷା ନକରି ଗ୍ରାମାଞ୍ଚଳ ରେ ୱାର୍ଡ ସ୍ତର ରୁ ସଙ୍ଗଠନ କୁ କ୍ରିୟାଶୀଳ କରିବାକୁ ମତ ବ୍ୟକ୍ତ କରି ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା କୁ ଲୋକ ଲୋଚନ କୁ ଆଣି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକ ସ୍ତିର ହେଲା । ଗନ୍ଦିଆ ମେଡିକାଲ ରେ ଲାଗିରହିଥିବା ଅବ୍ୟବସ୍ଥା ,ଶିଶୁ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ଓ ପୋଷ୍ଟ ମର୍ତମ୍ ସେଣ୍ଟର୍ କୁ କାର୍ଯ୍ୟକ୍ଷମ କରିବା ଦାବି ରେ ଏକ ଦାବିପତ୍ର “ଜିଲ୍ଲା ପ୍ରଶାସନ” କୁ ଦିଆଯିବା ପାଇଁ ସ୍ଥିର କରାଗଲା ।
ଯଦି ଚଳିତ ମାସ ଶେଷ ସୁଦ୍ଧା ଦାବି ପୁରଣ ନହୁଏ ତେବେ ଆସନ୍ତା ଅକ୍ଟୋବର ୨ ତାରିଖ (ଗାନ୍ଧୀ ଜୟନ୍ତୀ) ଦିନ ୯ଘଟିକା ଠାରୁ “ଗଣ ଧାରଣା ଓ ଅନଶନ ଧର୍ମଘଟ” କରିବା ପାଇଁ ଏହି ବୈଠକ ରେ ନିଷ୍ପତି ନିଆଗଲା ।
ଆଜିର ବୈଠକ ରେ
ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ତରଫରୁ ଆସନ୍ତା ଅକ୍ଟୋବର/ ନଭେମ୍ବର ମାସରୁ ନିର୍ବାଚନ ମଣ୍ଡଳୀ ରେ “ଜନ ସଚେତନତା ଯାତ୍ରା ” କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପାଇଁ ନିଷ୍ପତି ନିଆଗଲା । ଏହି “ଜନ ସଚେତନତା ଯାତ୍ରା” ରେ ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ମୁଖ୍ୟ ସମସ୍ୟା ଗୁଡିକ ସରକାରୀ ଦଳ ର ବିଧାୟକ କିଭଳି ଦୀର୍ଘ ଦିନ ଧରି ଅବହେଳା ପ୍ରଦର୍ଶନ କରୁଛନ୍ତି ତାହା ଜଣାଇ ବାକୁ ସ୍ଥିର କରାଗଲା । ଆଗାମୀ ଦିନରେ ଜନ ସାଧାରଣ ଙ୍କର୍ ସମସ୍ୟା କୁ ସରକାର ଅଣଦେଖା କଲେ ଆନ୍ଦୋଳନ କରାଯିବା ପାଇଁ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରାଗଲା ଓ ଆଗାମୀ ଅକ୍ଟୋବର ୨ ତାରିଖରେ ହେବାକୁ ଥିବା “ଗଣ ଧାରଣା ଓ ଅନଶନ ଧର୍ମଘଟ” କୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆବାହକ ଶ୍ରୀ ନନ୍ଦ ସମସ୍ତଂକ ସହଯୋଗ କାମନା କରିଥିଲେ ।

Leave a comment

Design a site like this with WordPress.com
Get started