ଗଣେଶ ଙ୍କ ପୂଜାରେ କାଦୁଅରେ ଫସି ହାତୀର ମୁର୍ତୁ
ଢେଙ୍କାନାଳ ୧୯।୯: ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳରେ ଧାନ ବିଲ କାଦୁଅରେ ଫସି ଏକ ହାତୀ ଛୁଆର ମୃତ୍ୟୁ ଘଟିଛି । ସଦର ବନାଞ୍ଚଳ ମେରାମୁଣ୍ଡଳୀ ସେକ୍ସନ ଅନ୍ତର୍ଗତ ତାଳଡଙ୍ଗା ଗ୍ରାମ ନିକଟରେ ଘଟିଛି ଏଭଳି ଅଘଟଣ । ମୃତ ହାତୀଛୁଆର ବୟସ ପ୍ରାୟ ବର୍ଷେ ହେବ ବୋଲି ଅନୁମାନ କରାଯାଇଛି ।ସୂଚନା ଥାଉକି, ଗତ ଦୁଇ ଦିନ ହେଲା ଏହି ଅଞ୍ଚଳରେ ଏକ ହାତୀ ପଲ ଉପଦ୍ରବ ଜାରି ରଖିଛନ୍ତି । ଏହି ହାତୀପଲରେ ଛୁଆ ଓ ଦନ୍ତା ହାତୀ ମିଶି ୩୦ରୁ ଉର୍ଦ୍ଧ୍ବ ହାତୀ ରହିଛନ୍ତି । ଫଳରେ ଏହି ଅଞ୍ଚଳର ନଗାରୀ, ତାଳଡଙ୍ଗା, ସୁରଭି, ବିଡୋ, ମୋଟଙ୍ଗା, ହଳଦିଆ ବାହାଳ, ଉପର ପାଳ ଆଦି ଗ୍ରାମବାସୀମାନେ ଏହି ହାତୀ ପଲଙ୍କୁ ନେଇ ଆତଙ୍କିତ ହୋଇପଡିଛନ୍ତି ।ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ହାତୀ ଛୁଆର ମୃତଦେହକୁ ଉଦ୍ଧାର କରାଯାଇଛି ।ବନ ବିଭାଗ ପକ୍ଷରୁ ହାତୀ ଛୁଆର ଶବ ବ୍ୟବଚ୍ଛେଦ କାରାଯାଇଛି । ହାତୀ ଛୁଆର ମୃତ୍ୟୁର ସଠିକ୍ କାରଣ କ’ଣ ଜଣାପଡିନଥିଲେ ମଧ୍ୟ ହାତୀପଲଙ୍କ ସାଥିରେ ଥିବା ଏହି ଛୁଆର କାଦୁଅ ଓ ଦଳାଚକଟା ଯୋଗୁଁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି ।

Leave a comment