
*ସୋଗାରପଶି ପଞ୍ଚାୟତରେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଉଦଘାଟତ*
******************************************
ଢେଙ୍କାନାଳ : ଢେଙ୍କାନାଳ ସଦର ଅନ୍ତର୍ଗତ ସୋଗରପଶି ଗ୍ରାମ ପଞ୍ଚାୟତ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ଅଧିନସ୍ତ ଏକ ନୃତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟିନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାହକ ସେବା କେନ୍ଦ୍ର ସ୍ୱତ୍ତାଧିକାରୀ ସଂଜୀବ କୁମାର ପରିଡାଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଉତ୍ତ କାଯ୍ୟକ୍ରମରେ ଯୋରନ୍ଦା ଶାଖା ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ଉତ୍ତମ କୁମାର ଜେନା ମୁଖ୍ୟ ଅତିଥିଭାବେ, ସୋଗରପଶି ଗ୍ରାମ ପଞ୍ଚାୟତ ସରପଞ୍ଚ ତପନ କୁମାର ପାତ୍ର ଓ ପୂର୍ବତନ ସରପଞ୍ଚ ନୃସିଂହ କୁମାର ଜେନା , ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବିମଳ କୁମାର ପଣ୍ଡା , କିଓସ୍କ ଅପରେଟର ୟୁନିୟନ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଗୋପବନ୍ଧୁ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଗ୍ରାହକ ସେବା କେନ୍ଦ୍ର ଉଦଘାଟତ କରିଥିଲେ l ଉକ୍ତ ସଭାରେ ଗ୍ରାମର ବହୁତ ମାନ୍ୟଗଣ ବ୍ୟକ୍ତି SHG ମହିଳା ଗୋଷ୍ଠୀ, ଉପସ୍ଥିତ ରହିଥିଲେ l ମୁଖ୍ୟ ପ୍ରବନ୍ଧକ ଜେନା ସାର ସମସ୍ତଙ୍କୁ ଭାରତ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଜୀବନ ଜ୍ୟୋତି ବୀମା, ଅଟଳ ପେନସନ ଯୋଜନା, ସୁକନ୍ୟା ଓ ମୁଦ୍ରା ଓ କେସିସ ଲୋନ, ଓ ୟୋନ ବ୍ୟାଙ୍କଙ୍କୀ ସେବା ବିଷୟରେ ଆଲୋକପାତ କରିଥିଲେ l ପରିଶେଷରେ ସମାଜସେବୀ ଲମ୍ବୋଧର ପରିଡା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେବା ସହ ଆମ ଅଞ୍ଚଳରେ ଲୋକ ଘରେ ଘରେ ବ୍ୟାଙ୍କିଙ୍କ ସୁବିଧା ପାଇବେ ବୋଲି ଖୁସି ବ୍ୟକ୍ତ ହୋଇ ଥିଲେ l
Leave a comment