କଳା ବୋଲି ବୋହୂକୁ ଦେଲେ ନିର୍ଯାତନା, ଅଧିକ ଯୌତୁକ ଦାବି କରି ଶାଶୁ ଘରର ଆକ୍ରମଣ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମୃଦଙ୍ଗା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଭୁବନ ୨୨ ।୦୯ : କଳା ବୋହୂ ବୋଲି ଦେଉଥିଲେ ଅକଥନୀୟ ନିର୍ଯାତନା । ଦୁଇ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ନଣନ୍ଦ । ନଦେବାରୁ ବୋହୂକୁ ଅକଥନୀୟ ନିର୍ଯାତନା ଦେଉଥିଲେ ସମସ୍ତେ । ଏପିରିକି ତିନି ମାସର ଗର୍ଭବତୀ ବୋହୂକୁ ମାରିଦେବାକୁ କରିଥିଲେ ଉଦ୍ୟମ । ଖବର ପାଇ ଝିଅର ବାପ ଘର ପହଞ୍ଚିବା ପରେ ସେମାନଙ୍କୁ ବି ଅତର୍କିତ ଭାବେ ଆକ୍ରମଣ କରିଥିଲେ ସମସ୍ତେ ।କଳା ବୋଲି ବୋହୂକୁ ଦେଲେ ନିର୍ଯାତନା, ଅଧିକ ଯୌତୁକ ଦାବି କରି ଶାଶୁ ଘରର ଆକ୍ରମଣଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମୃଦଙ୍ଗା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।
ଅନୁଯାୟୀ, ମୃଦଙ୍ଗା ଗାଁର କୈଳାଶ ପାତ୍ର ତାଙ୍କର ଏକମାତ୍ର ପୁଅ ଦିପକ ପାତ୍ରଙ୍କ ବିବାହ କେନ୍ଦୁଝର ଜିଲ୍ଲା ଘଷିପୁରା ଗାଁର କୁମର ପାତ୍ରଙ୍କ ସାନ ଝିଅ ମିଲ୍ଲୀ ପାତ୍ରଙ୍କ ସହିତ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବିବାହ କରାଇଥିଲେ । ବାହାଘର ଦୁଇମାସ ନ ପୁରୁଣୁ ଶାଶୁ ଶଶୁର ସ୍ବାମୀ ଓ ନଣଦଙ୍କର ଆରମ୍ଭ ହୋଇଥିଲା ବୋହୂ ଉପରେ ଅକଥନୀୟ ନିର୍ଯାତନା । କେବେ ଖାଇବା ଦେଉଥିଲେ ତ କେବେ ନାହିଁ । ଏମିତିକି ମାଡ଼ ମାରିବା ଆରମ୍ଭ କରିଥିଲେ । ଅତ୍ୟାଚାର ସହି ନପାରି ନିଜ ବାପା ମାଙ୍କୁ ଖବର ଦେଇଥିଲେ ମିଲ୍ଲୀ । ବାପା ମା ମଧ୍ୟ ପହଞ୍ଚିଲେ ଝିଅର ଦୁଃଖ ବୁଝିବାକୁ , କିନ୍ତୁ ସେମାନେ ମଧ୍ୟ ବର୍ତ୍ତି ପାରିନଥିଲେ କୈଳାଶ ଏବଂ ଦୀପକର ଆକ୍ରୋଶରୁ । ମାରଣାସ୍ତ୍ର ମାଡରେ ଲହୁଲୁହାଣ ହେଲେ ଝିଅର ବାପମାଆ ।

ସେପଟେ ଅନ୍ୟ କିଛି ଉପାୟ ନପାଇ ଲାହୁଲୁହାଣ ଅବସ୍ଥାରେ ନିଜ ଝିଅକୁ ଧରି ଭୁବନ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ କୁମାର ପାତ୍ରଙ୍କ ସମ୍ପୁର୍ଣ୍ଣ ପରିବାର । ପୋଲିସ ଅଭିଯୋଗ ପାଇବା ପରେ କୈଳାଶ ପାତ୍ର ଏବଂ ଦୀପକ ପାତ୍ରଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ବେଳେ ପୋଲିସକୁ ଚକମା ଦେଇ ଉଭୟ ବାପା ପୁଅ ଥାନାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।ଅନୁଯାୟୀ, ମୃଦଙ୍ଗା ଗାଁର କୈଳାଶ ପାତ୍ର ତାଙ୍କର ଏକମାତ୍ର ପୁଅ ଦିପକ ପାତ୍ରଙ୍କ ବିବାହ କେନ୍ଦୁଝର ଜିଲ୍ଲା ଘଷିପୁରା ଗାଁର କୁମର ପାତ୍ରଙ୍କ ସାନ ଝିଅ ମିଲ୍ଲୀ ପାତ୍ରଙ୍କ ସହିତ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବିବାହ କରାଇଥିଲେ । ବାହାଘର ଦୁଇମାସ ନ ପୁରୁଣୁ ଶାଶୁ ଶଶୁର ସ୍ବାମୀ ଓ ନଣଦଙ୍କର ଆରମ୍ଭ ହୋଇଥିଲା ବୋହୂ ଉପରେ ଅକଥନୀୟ ନିର୍ଯାତନା । କେବେ ଖାଇବା ଦେଉଥିଲେ ତ କେବେ ନାହିଁ । ଏମିତିକି ମାଡ଼ ମାରିବା ଆରମ୍ଭ କରିଥିଲେ । ଅତ୍ୟାଚାର ସହି ନପାରି ନିଜ ବାପା ମାଙ୍କୁ ଖବର ଦେଇଥିଲେ ମିଲ୍ଲୀ । ବାପା ମା ମଧ୍ୟ ପହଞ୍ଚିଲେ ଝିଅର ଦୁଃଖ ବୁଝିବାକୁ , କିନ୍ତୁ ସେମାନେ ମଧ୍ୟ ବର୍ତ୍ତି ପାରିନଥିଲେ କୈଳାଶ ଏବଂ ଦୀପକର ଆକ୍ରୋଶରୁ । ମାରଣାସ୍ତ୍ର ମାଡରେ ଲହୁଲୁହାଣ ହେଲେ ଝିଅର ବାପମାଆ ।

ସେପଟେ ଅନ୍ୟ କିଛି ଉପାୟ ନପାଇ ଲାହୁଲୁହାଣ ଅବସ୍ଥାରେ ନିଜ ଝିଅକୁ ଧରି ଭୁବନ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ କୁମାର ପାତ୍ରଙ୍କ ସମ୍ପୁର୍ଣ୍ଣ ପରିବାର । ପୋଲିସ ଅଭିଯୋଗ ପାଇବା ପରେ କୈଳାଶ ପାତ୍ର ଏବଂ ଦୀପକ ପାତ୍ରଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ବେଳେ ପୋଲିସକୁ ଚକମା ଦେଇ ଉଭୟ ବାପା ପୁଅ ଥାନାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Leave a comment

Design a site like this with WordPress.com
Get started