ଯେତେ ଉଠାଇଲେ ବି ଉଠୁନାହାନ୍ତି ବିକ୍ରମ, ପ୍ରଜ୍ଞାନ; ଯୋଗାଯୋଗ ସ୍ଥାପନ କରିବାକୁ ଇସ୍ରୋର ଉଦ୍ୟମ ଜାରି

ଯେତେ ଉଠାଇଲେ ବି ଉଠୁନାହାନ୍ତି ବିକ୍ରମ, ପ୍ରଜ୍ଞାନ; ଯୋଗାଯୋଗ ସ୍ଥାପନ କରିବାକୁ ଇସ୍ରୋର ଉଦ୍ୟମ ଜାରି ଇସ୍ରୋ ପକ୍ଷରୁ କୁହାଯାଇଛି, ‘ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ସ୍ଥିତି ଜାଣିବା ପାଇଁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଠାରୁ କୌଣସି ସଙ୍କେତ ମିଳିନାହିଁ।

ସ୍ଥାପନ ପାଇଁ ପ୍ରୟାସ ଜାରି ରହିବ।’

Chandrayaan-3 ଚନ୍ଦ୍ରର ଦକ୍ଷିଣ ମେରୁରେ ଏବେ ଦିନ ହୋଇଯାଇଛି । ଏଣୁ ପୁଣି ଥରେ ପ୍ରଜ୍ଞାନ ରୋଭର ଓ ବିକ୍ରମ ଲାଣ୍ଡର ସକ୍ରିୟ ହେବାର ସମୟ ଆସିଯାଇଛି । ଏହାକୁ ସାରା ଦେଶବାସୀ ଅପେକ୍ଷା କରି ରହିଛନ୍ତି । ସେମାନଙ୍କୁ ନିଦ୍ରାବସ୍ଥା ବା ସ୍ଲିପ୍ ମୋଡ୍ରୁ ବାହାର କରିବା ପାଇଁ ଇସ୍ରୋ ଉଦ୍ୟମ ଚଳାଇଛି । କିନ୍ତୁ ଏପର୍ଯ୍ୟନ୍ତ ଲ୍ୟାଣ୍ଡର ଏବଂ ରୋଭରରୁ ସିଗନାଲ ମିଳିନାହିଁ।ସୂଚନାଯୋଗ୍ୟ, ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ଭାରତ ଇତିହାସ ରଚିଥିଲା। ଚନ୍ଦ୍ରପୃଷ୍ଠରେ ପହଞ୍ଚିବାରେ ଭାରତ ଚତୁର୍ଥ ଦେଶ ହୋଇଛି। ସେହିପରି ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଏହା ପ୍ରଥମ ଦେଶ ପାଲଟିଛି।

ଚନ୍ଦ୍ରଯାନ-୩ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟରର ନିର୍ଦ୍ଦେଶକ ନୀଲେଶ ଦେଶାଇ କହିଛନ୍ତି ଯେ ଏବେ ଶନିବାର ଲ୍ୟାଣ୍ଡର ଏବଂ ରୋଭରକୁ ସକ୍ରିୟ କରିବା ପାଇଁ ପ୍ରୟାସ କରାଯିବ। ଦେଶାଇ କହିଛନ୍ତି ଯେ ଏହା ଚନ୍ଦ୍ରରେ ସକାଳ। ପୂର୍ବରୁ ସେପ୍ଟେମ୍ବର ୨୨ ସନ୍ଧ୍ୟା ସୁଦ୍ଧା ପ୍ରଜ୍ଞାନ ରୋଭର ଓ ବିକ୍ରମ ଲ୍ୟାଣ୍ଡରକୁ ପୁନଃ ଆରମ୍ଭ କରିବାକୁ ଯୋଜନା ଥିଲା, କିନ୍ତୁ କିଛି କାରଣରୁ ଏହା ସମ୍ଭବ ହୋଇପାରିନଥିଲା।

Leave a comment

Design a site like this with WordPress.com
Get started