ଢେଙ୍କାନାଳ ସହର ରେ ଏସଡିପିଓ କହିଲେ ଡିଜେ ମନା ବାଜୁଛି ଡିଜେ

#ପ୍ରଶାସନ_ନିୟମ_ପାଲଟିଛି_ପ୍ରହସନ ! #କଟକଣା_ସତ୍ୱେ_ଭସାଣ_ଯାତ୍ରାରେ_ବାଜୁଛି_ଡିଜେ #ବିଳମ୍ବତ_ରାତିରେ_ଚାଲୁଛି_ଭସାଣ_ଯାତ୍ରା

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆଁ ଅଞ୍ଚଳରେ ଗତ ଶୁକ୍ରବାର ରାତିରେ ଗଣେଶ ପୂଜା ଭସାଣ ଉତ୍ସବ ସମୟରେ ତୁମୁଳ କାଣ୍ଡ ଘଟିଛି । ପ୍ରଶାସନ ର ବାରଣ ସତ୍ୱେ ରାତି ଅଧିଆ ଡିଜେ ବଜାଇ ଶୋଭାଯାତ୍ରା ଚାଲିଥିବା ବେଳେ ଟାଉନ ଥାନା ପକ୍ଷରୁ ଶୋଭାଯାତ୍ରାକୁ ବନ୍ଦ୍ କରାଯାଇଥିଲା । ତେବେ ଉତକ୍ଷିପ୍ତ ହୋଇ କିଛି ଯୁବକ ପଥର ମାଡ଼ କରିଥିବା ବେଳେ ଜଣେ ଏଏସଆଇ ଙ୍କ ସମେତ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ତେବେ ଏଥିରେ ଟାଉନ ଥାନା ପକ୍ଷରୁ କିଛି ଯୁବକଙ୍କୁ ଟାଉନ ଥାନା ରେ ଅଟକ ରଖାଯାଇଥିଲା । ଅନ୍ୟପଟେ ଏହାକୁ ବିରୋଧ କରି ସ୍ଥାନୀୟ କିଛି ମହିଳା ଟାଉନ ଥାନା ଆଗରେ ବସିଥିବା ଜଣାଯାଇଛି । ହେଲେ ପ୍ରଶ୍ନ ଉଠୁଛି ବାରଣ ସତ୍ୱେ ଡିଜେ ପାଇଁ ଅନୁମତି ମିଳୁଛି କିଭଳି ? ଯଦି ବିନା ଅନୁମତି ରେ ବାଜୁଛି ତେବେ ସମ୍ପୃକ୍ତ ମାଲିକଙ୍କ ବିରୋଧ ରେ ମାମଲା ରୁଜୁ ହେଉନି କାହିଁକି ? ତେବେ ପ୍ରଶାସନ ଙ୍କ ଏଭଳି ନିୟମ କଡାକଡ଼ି ପାଳନ ହେଇପାରୁନଥିବା ରୁ ତାହା ପ୍ରହସନ ରେ ପାଲଟିଛି ବୋଲି ଚର୍ଚ୍ଚା ।

#ganeshchaturthi2023 #DhenkanalUpdate

Leave a comment

Design a site like this with WordPress.com
Get started