ସକାଳ ଦର୍ଶନ ରେ ପ୍ରଭୁ ଶ୍ରୀ ଜଗନ୍ନାଥ

ଅଇଶ୍ୱର୍ଯ୍ୟମୟ ପ୍ରଭୁ ଦୟାମୟ
ବାମନ ରୂପ ପ୍ରକାଶି
ସତ୍ୟଯୁଗେ ପ୍ରଭୁ ବାମନାବତାରେ
ବଳି ଦର୍ପ ଥିଲେ ନାଶି ll
ଅଦ୍ଭୁତ ବାମନ ରୂପେ ଭଗଵାନ
ବଳିଦ୍ୱାରେ ବ୍ରହ୍ମଚାରୀ
ତିନି ପାଦ ଭୂଇଁ ଦାନ ମାଗିନେଇ
ଅଇଶ୍ୱର୍ଯ୍ୟ ନେଲେ ହରି ll
ଦୁଇ ପାଦେ ଅଧ, ଉଧ ଗଲା ପୁରି
ତ୍ରିପାଦକୁ ଯାଗା କାହିଁ
ନାଭିକମଳରୁ ତୃତୀୟ ପାଦକୁ ବଳି
ମୁଣ୍ଡେ ଦେଲେ ଥୋଇ ll
ଗରବ ଗଞ୍ଜିଲେ ବଳିକୁ ପେଷିଲେ
ପାତାଳରେ ଦେଇ ସ୍ଥାନ
ଭକତ ବାନ୍ଧବ ବଳିଦ୍ୱାରେ ଦ୍ୱାର
ପାଳ ହେଲେ ଭଗବାନ ll
ଜୟ ଜଗବନ୍ଧୁ ଜଗତର ବନ୍ଧୁ
ଦୀନବନ୍ଧୁ ଦଇତାରୀ
ବାମନାବତାର ବେଶ ଦରଶନେ
ମନ ମୋର ଗଲା ପୁରି ll
ଜୟ ଜଗନ୍ନାଥ ।🙏🙏।
New odia odisha

Leave a comment

Design a site like this with WordPress.com
Get started