ଢେଙ୍କାନାଳ ସହରରେ ହେଟା ଆତଙ୍କ:ସ୍ଥାନୀୟ ଲୋକେ ଭୟଭୀତ

ଢ଼େଙ୍କାନାଳ,୨୯ା୯ (ନିଉ ଓଡ଼ିଆ ଓଡିଶା ବ୍ୟୁରେ ରିପୋର୍ଟ ):ଢେଙ୍କାନାଳ ସହର ଜଗନ୍ନାଥ ରୋଡ୍‌ରେ ଗୁରୁବାର ହେଟାବାଘ ଆତଙ୍କ ଦେଖାଦେଇଛି। ବାଘଟି ଜଣଙ୍କ ଘରକୁ ପଶୁଥିବାବେଳେ ଅଞ୍ଚଳବାସୀ ପାଟି କରିବାରୁ ଦୌଡି ପଳାଇଥିଲା। ଅନୁରୂପ ଭାବେ ୨ ସପ୍ତାହ ତଳେ ବିଳମ୍ବିତ ରାତିରେ ଲକ୍ଷ୍ମୀ ବଜାର ଅଞ୍ଚଳରେ ହେଟାବାଘଟି ୨ ଜଣଙ୍କୁ କାମୁଡି ଦେଇଥିଲା। ତେବେ ବନବିଭାଗ ବାଘର ଟେର ପାଉ ନ ଥିବା ଜଣାପଡିଛି।ଲଗାତର ୨ଟି ଘଟଣାରେ ସହର ମଧ୍ୟରେ ହେଟାବାଘ ପଶୁଥିବା ସାଧାରଣରେ ଆଲୋଚନାର ବିଷୟ ବସ୍ତୁ ହୋଇଛି।

Leave a comment

Design a site like this with WordPress.com
Get started