ଜଗବନ୍ଧୁ କ୍ରସର ବିରୁଦ୍ଧରେ ହେଉଛି ଆନ୍ଦୋଳନ ଶୁଣୁନି ପ୍ରଶାସନ

ଜଗବନ୍ଧୁ କ୍ରସର୍ ବିରୁଦ୍ଦରେ ହେଉଛି ଆନ୍ଦୋଳନ ଶୁଣୁନି ପ୍ରଶାସନ

ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ କଷ୍ଟିପାଳ, ନୂଆ କଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମ ରେ ବେଆଇନ ଭାବେ ଜଗବନ୍ଧୁ ଏଣ୍ଟର ପ୍ରାଇଯେସ ପ୍ରାଇଭେଟ୍ କମ୍ପାନୀରେ ର ଏକ ମେଗା କ୍ରସର ଗଢିଉଠିଛି।ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅସୁବିଧା ର ସମୁଖୀନ ହେବାପରେ ଏ ସମ୍ପର୍କରେ ଗତ ୧୮/୧୧/୨୦୨୨ଠାରୁ ବାରମ୍ବାର ପ୍ରଶାସନ ର ଦ୍ୱାରସ୍ଥ ହୋଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ପୁନର୍ବାର ଜିଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି, ବସ୍ତି ବାସିନ୍ଦା ।ଏ ଅଞ୍ଚଳରେ ସାଧାରଣତଃ ଜନଜାତି ଶ୍ରେଣୀ ର ଲୋକମାନେ ବସବାସ କରନ୍ତି।ବସ୍ତି ଠାରୁ ମାତ୍ର ଦୁଇ ଶହ ରୁ ତିନି ଶହ ମିଟର ମଧ୍ୟରେ ଜନବସତି, ସ୍କୁଲ, ଜଳାଶୟ, ଆଦି ରହି ଥିବା ବେଳେ ଚଞ୍ଚକତା ପୂର୍ବକ ସେତେବେଳେ ଉକ୍ତ କ୍ରସରକୁ ଅନୁମତି ପ୍ରଦାନ କରାଯାଇଥିଲା ଜିଲ୍ଲା ପ୍ରଶାସନ। ଯାହା ଫଳରେ ଜନଜାତି ପରିବାର ମାନଙ୍କୁ ମିଳିଥିବା ଗୁଣ୍ଠିକିଆ ଘରଡିହ ପଟ୍ଟା ମଧ୍ୟ କ୍ରସର ମଧ୍ୟରେ ରହିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ଜାଗା ର ଚିନ୍ହଟ ପାଇଁ ଅନୁରୋଧ କରା ଯାଉଛି,ଉକ୍ତ ଜାଗା ପାଇଁ ସରକାରଙ୍କୁ କର ମଧ୍ୟ ଦିଆଯାଉଛି ହେଲେ ପ୍ରଶାସନ କାହିଁକି ଜାଗା ର ଚିନ୍ହଟ ରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଜଣା ପଡୁନାହିଁ।କ୍ରସର ପାଖରେ ଥିବାରୁ ଧୁଳିଧୂଆଁ ରେ ଗଛ ପତ୍ର ଠାରୁ ଆରମ୍ଭ କରି ଭାତ ହାଣ୍ଡି ମଧ୍ୟ ବାଦ୍ ଜାଉନି। ଚତୁଃପାର୍ଶ୍ଵରେ ଚାଷ ଉଯୁଡି ଯାଇଥବା ବେଳେ ଚରା ଭୂଇଁ ରେ ପଥର ଗୁଣ୍ଡ ପଡୁଥିବା ରୁ ଗୃହ ପାଳିତ ପଶୁମାନଙ୍କୁ ଖାଦ୍ୟ ଅଭାବ ଦେଖାଦେଇଛି ଏପରିକି ପାନୀୟ ଜଳ ଠାରୁ ଆରମ୍ଭ କରି ଗାଧୋଇବା ସମସ୍ୟା ସୃଷ୍ଟି ହୋଇଅଛି। ଉକ୍ତ ଜଳ ବ୍ୟବହାର କରି ପଶୁ ପକ୍ଷୀ ମଣିଷ ଆଦି ବିଭିନ୍ନ ରୋଗର ଆକ୍ରାନ୍ତ ହେଲେଣି।ଏ ସବୁ ଅସୁବିଧା ହେତୁ ପୁନର୍ବାର ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଛନ୍ତି ଏବଂ ଆଶା ଅଛି ଜିଲ୍ଲାପାଳ ଗୁହାରି ଶୁଣିବେ। ତେବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ଗୁହାରି ଶୁଣୁଛନ୍ତି ନା ଆଗ ଭଳି ଅର୍ଥ ହିନ ରାଜନୀତି ପାଇଁ ନିରିହ ଆଦିବାସୀ ମାନେ ନିଷ୍ପେଶିତ ହେଉଛନ୍ତି। ସମସ୍ୟା ର ସମାଧାନ ନ ହେଲେ ଆଇନ୍ ଅମାନ୍ୟ ଆନ୍ଦୋଳନ ର ଡାକରା ଦେଇଛନ୍ତି ନିଷ୍ପେସିତ ଜନସାଧାରଣ ।

Leave a comment

Design a site like this with WordPress.com
Get started