ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର :ଏହି ସ୍ଥାନରେ ବର୍ଷୀବ

*ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ; ଏହି ସ୍ଥାନରେ ବର୍ଷିବ….…!*

.ଭୁବନେଶ୍ୱର : ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର। ୨୪ ଘଣ୍ଟାରେ ମଧ୍ୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି। ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୁରଭଞ୍ଜ ଓ ବାଲେଶ୍ୱର ଜିଲାର ଗୋଟେ ଦୁଇଟି ସ୍ଥାନରେ ବର୍ଷା ହେବ।
ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି। ଭଦ୍ରକ,କେନ୍ଦ୍ରାପଡା ଜିଲାର କିଛି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି। ପୁରୀ, ଗଞ୍ଜାମ, ଯାଜପୁର, ଢେଙ୍କାନାଳରେ ଆକାଶ ମେଘୁଆ ରହିବ। ଜଗତସିଂହପୁର, ଅନୁଗୁଳରେ ଆକାଶ ମେଘୁଆ ରହିବ। ଅଳ୍ପ କେତେକ ସ୍ଥାନରେ କୁଣ୍ଡା ଝାଡିବା ପରି ବର୍ଷା ହୋଇପାରେ। କୋରାପୁଟ, ରାୟଗଡା, ମାଲକାନଗିରି କେତେକ ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ହାଲକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Leave a comment

Design a site like this with WordPress.com
Get started