ଅନ୍ୟ ଜାତିରେ ବାହା ହୋଇଥିଲା ବୋଲି ଶବ ଛୁଇଁଲେଣି କେହି :ସଂକଳ୍ପ ପରିବାର କଲା ଶବ ସତ୍କାର

ଅନ୍ୟ ଜାତିରେ ବାହା ହୋଇଥିଲା ବୋଲି ଶବ ଛୁଇଁଲେଣି କେହିଁ : ସଂକଲ୍ପ ପରିବାର କଲା ଶବ ସତ୍କାର ।
ବରଗଡ଼ ୩୦/୦୯:- ଆଧୁନିକ ଯୁଗରେ ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଆଜିବି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସ । ବିଭିନ୍ନ ଗାଁ ଠୁ ନେଇ ସହର ପର୍ଯ୍ୟନ୍ତ ଲୋକେ ଛନ୍ଦି ହୋଇଛନ୍ତି ଜାତିପ୍ରଥାର ଅନ୍ଧ ବିଶ୍ୱାସରେ। ମାନବ ସମାଜରେ ମାନବିକତା ଠୁ ବଢିକି କୌଣସି ଜାତି ଶ୍ରେଷ୍ଠ ନୁହେଁ କିନ୍ତୁ ଏ ସ୍ୱାର୍ଥସର୍ବସ୍ୱ ମଣିଷ ନିଜର ସ୍ୱାର୍ଥ ପାଇଁ କେତେ ଯେ ତଳକୁ ଖସିଯାଇପାରେ ତାହା ଆପଣ ମଧ୍ୟ ଦେଖିଲେ ଅବାକ ହୋଇଯିବେ ।
ଆଜି ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ରେଙ୍ଗାଲିକେମ୍ପ ଗ୍ରାମରେ । ଜୟକୁମାର ଭୁଏ(୪୫) ଅନ୍ୟ ଜାତିରେ ବାହା ହୋଇଥିଲା ବୋଲି ଆଜି ଆଜି ତାର ମୃତ୍ୟୁ ପରେ ମଧ୍ୟ ତାର ମୃତ ଶରିର ଛୁଇଁବାକୁ କେହି ଆସିଲେ ନାହିଁ । ମୃତ ଶରୀର ପାଖରେ ତିନି କମୋଲମତି ଶିଶୁ ସହିତ ସ୍ତ୍ରୀ ଚୁମକି ଭୁଏ ବାହୁଣୀ ବାହୁଣୀ କାନ୍ଦୁଥିଲେ ମଧ୍ୟ କାହାରି ହୃଦୟ ତରଲୀଳା ନାହିଁ କେହି ସାହାଯ୍ୟ କରିବାର ତ ଦୂରର କଥା ପାଖ ମଧ୍ୟ ମାଡିଲେ ନାହିଁ । ଶେଷରେ ଅତାବିରା ପୋଲିସ ଠୁ ଖବର ପାଇଁ ପହଞ୍ଚି ଯାଇଥିଲା ବରଗର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ଓ ମୃତ ଶବକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଶବ ବ୍ୟବଚ୍ଛେଦ କରାଇବା ସହିତ ପିପଳମୁଣ୍ଡାସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ସମ୍ମାନର ସହିତ ଶବ ସତ୍କାର କରିଥିଲା ।ଏଥିରେ ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତିଙ୍କ ସହିତ ସଂକଲ୍ପ ପରିବାରର ଶେଷଦେଵ ପଧାନ, ବିକାଶ ଅଗ୍ରୱାଲ, ଚିନ୍ମୟ ପାଣ୍ଡେ ପ୍ରମୁଖ ଅଂଶ ଗ୍ରହଣ କରି ଶବ ସତ୍କାର କରିଥିଲେ । ଆଗାମୀ ଭବିଷ୍ୟତରେ ସଂକଲ୍ପ ପରିବାର ତରଫରୁ ତିନି କମୋଲମତି ଶିଶୁଙ୍କ ସୁବ୍ୟବସ୍ଥା ସହିତ ପାଠ ପଢ଼ାରେ ଆବଶ୍ୟକୀୟ ସାହାଯ୍ୟ ସୁବିଧା ଯୋଗାଇ ଦିଆଯିବ ।

Leave a comment

Design a site like this with WordPress.com
Get started